ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧାର କାର୍ଡ ଅପଡେଟ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କ୍ୟାମ୍ପ 

ଭବାନୀପାଟଣା ତା: 02.05.2023 :- 10 ବର୍ଷ ପୂର୍ବରୁ ପଞ୍ଜୀକରଣ କରାଯାଇ ଆଧାର ପାଇଥିବା ବ୍ୟକ୍ତିମାନଙ୍କ ଆଧାର କାର୍ଡ ରେ ପରିଚୟ ପ୍ରମାଣ ଓ ଠିକଣା ପ୍ରମାଣକୁ ସଂଯୋଗ କରିବା ପ୍ରକ୍ରିୟାକୁ “ଆଧାର ଡକୁମେଣ୍ଟ ଅପଡେଟ” କୁହାଯାଏ । ଏହି ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁରୁଣା କୋଠାରେ ଏକ ସ୍ଵତନ୍ତ୍ର କ୍ଯାମ୍ପ ଖୋଲାଯାଇଛି । ସମସ୍ତ ସରକାରୀ ଅଧୀକାରୀ ଓ କର୍ମଚାରୀ ଏହାର ସୁଯୋଗ ନେଇ ନିଜର ଆଧାର ଅପଡେଟ କରାନ୍ତୁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ଅନିବାର୍ଯ୍ୟ ହୋଇଛି । ଏହି ସ୍ଵତନ୍ତ୍ର କ୍ୟାମ୍ପ ରେ ଗଣମାଧ୍ୟମ ପ୍ରତିନିଧି ଆସି ଆଧାର ଅପଡେଟ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଏହି ସ୍ଵତନ୍ତ୍ର କ୍ୟାମ୍ପ ବ୍ୟତୀତ ଆଧାରରେ ନିଜର ମୋବାଇଲ ନମ୍ବର ସଂଯୋଗ ଥାଏ ତେବେ ଅନଲାଇନରେ myaadhaar.uidai.gov.in ପୋର୍ଟାଲ ମାଧ୍ୟମରେ ନିଜ ଡକୁମେଣ୍ଟ ଅପଡେଟ କରିପାରିବେ । ଆଧାର ଅପଡେଟ ପାଇଁ ବ୍ଲକ ମାନଙ୍କ ଦ୍ଵାରା ପଞ୍ଚାୟତ ଓ ଗ୍ରାମସ୍ତରରେ କରାଯାଇଥିବା କ୍ୟାମ୍ପ , ଏନ.ଏ.ସି ଓ ମୁନିସିପାଲିଟି ଅଞ୍ଚଳରେ କରାଯାଇଥିବା କ୍ୟାମ୍ପ , କେତେକ ନିର୍ଦ୍ଦିଷ୍ଟ ବ୍ୟାଙ୍କ / ପୋଷ୍ଟ ଅଫିସ /ଜନସେବା କେନ୍ଦ୍ର ରେ ଆଧାର ଅପଡେଟ 50 ଟଙ୍କା ଦେୟରେ କରାଯାଉଛି । ସମସ୍ତଙ୍କୁ ଅନୁରୋଧ ଏହାର ସୁଯୋଗ ଦେଇ ନିଜର ଆଧାର ଅପଡେଟ କରାନ୍ତୁ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହମ୍ମଦ ଅସଲମ୍ ସ୍ମୃତି ସମାରୋହ ଯୁବ ସାମ୍ବାଦିକା ଶତରୂପା ସାମନ୍ତରାୟ ଙ୍କୁ ରାଜ୍ୟ ସ୍ତରୀୟ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ

Sunil Chandra Nayak

ସଂଗ୍ରାମୀ ନୀଳମଣି ରାଉତରାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ

masiha

ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ଜୁନାଗଡ଼ ର ସଫଳତା 

Sunil Chandra Nayak

Leave a Comment

error: Content is protected !!