ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୁନାଗଡ଼ ଗାୟତ୍ରୀଶକ୍ତି ପିଠରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଗୋଳାମୁଣ୍ଡା/୩୦/୪/୨୩/ମସିହା/ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଏବଂ ପରମ ପୂଜ୍ୟ ଗୁରୁ ଦେଵ ଶ୍ରୀ ରାମ ଆଚାର୍ଯ୍ୟ ଶର୍ମା ଓ ବନ୍ଦନୀୟ ମାତା ଭଗବତୀ ଏବଂ ବିଶ୍ୱ ମାତା ଗାୟତ୍ରୀ ଙ୍କ କୃପାରୁ ଆଜି ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଭାପତି ଭାବେ ଭବାନୀ ଶଙ୍କର ପଟ୍ଟଯୋଶୀ, ମୁଖ୍ୟ ଅତିଥି ଭାବେ କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା କୋଡ଼ିନଟର ତପନ କୁମାର ସାହୁ,ଦୟାନିଧି ବାଗ, ଗଣେଶ ପଧାନ,ମହିଳା ମଣ୍ଡଳରୁ ଆଶା ମଞ୍ଜୁରୀ,ଯଦୁବଲ ସାହୁ,ବିରଞ୍ଚି ବେହେରା,ପ୍ରମୂଖ ମଞ୍ଚସନ ଥିବା ବେଳେ ସଙ୍ଗୀତ ଓ ବାଦ୍ୟପରି ବେଷଣ କରିଥିଲେ ଧନୁର୍ଯ୍ୟ ପଣ୍ଡା ଓ ଲଲାଟେନ୍ଦୁ ଯୋଶୀ, ପ୍ରମୁଖ ମାତା ଗାୟତ୍ରୀ ଓ ଭଗବତୀ ଙ୍କ ସୁନ୍ଦର ଭାବେ ଭଜନ ପରିବେଷଣ କରିଥିଲେ।ଏହା ପରେ ସମସ୍ତ ଙ୍କ ମିଳିତରେ ଜିଲ୍ଲା କର୍ମକର୍ତ୍ତା ଗାୟତ୍ରୀ ଓ ଭଗବତୀ ମାତା ଏବଂ ଗୁରଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରିଥିବା ବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ଆଗାମି ଦିନରେ ଘରେ ଘରେ ପ୍ରତି ଦିନ ଦୀପ ଜଜ୍ଞ ଅନୁଷ୍ଠିତ ହେବା ପାଇଁ ସ୍ଥିର କୃତ୍ୟ ହୋଇ ଥିବା ବେଳେ ଅନ୍ୟମାନେ ହେଲେ ଜୁନାଗଡ଼ ଗାୟତ୍ରୀ ଶକ୍ତି ପୀଠର ପରିବ୍ରାଜକ ଗଣେଶକୁମାର ଦୀଜା, ଲକ୍ଷ୍ମୀନାରାୟଣ ସୁନା, ଗୌର ନାଇକ,ସରୋଜ କୁମାର ଅଗ୍ରୱାଲ, ଅନୀଲ ଅଗ୍ରୱାଲ,ଘନ ଅଗ୍ରୱାଲ, ଶୈଳେଶ ଅଗ୍ରୱାଲ,ସଂଜୀବ ପଟ୍ଟଯୋଶୀ,ସୁକଦେଵ ନିଆଲ,ଦାମୋଦର ମେହେର ଉପସ୍ଥିତ ଥିବା ବେଳେ ଆଜିର ଏହି ସଭାକୁ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ ମୋହନ ପଟେଲ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତି ଶୀଳ ମସିହା

Related posts

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ 

masiha

ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ମହାସମାରୋହରେ ସମ୍ପନ୍ନ ହେଲା ବେତାଳୀ ଭୈରବ, ପାଟଖଣ୍ଡାଙ୍କ ଝାମୁଯାତ୍ରା

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା 

Sunil Chandra Nayak

Leave a Comment

error: Content is protected !!