ତିର୍ତ୍ତୋଲ :- ତା 2/5/0023 ପ୍ରସିଦ୍ଧ ତଥା ପ୍ରାଚୀନଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଠାରେ ଗତ ମେଁ ପହିଲା ସୋମବାର ଦିନ ସନ୍ଧ୍ୟାରେ ଦ୍ୱିତୀୟ ବାର୍ଷିକ ଚନ୍ଦନଯାତ୍ରା ମହୋତ୍ସବ 2023 ର ଶୁଭ ଉଦଘାଟନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି !ଶ୍ରୀଜଗନ୍ନାଥ ପଞ୍ଚରାତ୍ରର ପ୍ରତିଷ୍ଠାତା ସ୍ୱାମୀ ସତ୍ୟାନନ୍ଦ ଦାସମହାରାଜ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ! ଚନ୍ଦନଯାତ୍ରା ମହୋତ୍ସବ ସମିତି ଓ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଚନ୍ଦନଯାତ୍ରା ଶେଷପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ପ୍ରଦାନ କରାଯାଇଛି ! ଉଦଘାଟନୀ ଉତ୍ସବ ରେ ମୁଖ୍ୟ ପ୍ରବକ୍ତା ଭାବେ ପରିଷଦର ରାଜ୍ୟ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା , ବାଣୀଭୂଷଣ ପଣ୍ଡିତ ବିଜୟ ଦେବତା ଓ ପଣ୍ଡିତ ରଘୁନାଥ ଦେବତା ପ୍ରମୁଖ ଚନ୍ଦନଯାତ୍ରାର ମହତ୍ତ୍ୱ ବିଶେଷତ୍ୱ ଓ ମାହାତ୍ମ୍ୟ ସହିତ , ଜଗନ୍ନାଥ ସଂସ୍କୃତି ଓ ସାରଳାbସଂସ୍କୃତି ର ସମନ୍ୱୟତା ବିଷୟରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ଚନ୍ଦନଯାତ୍ରା ମହୋତ୍ସବ ସମିତି ର କର୍ମକର୍ତ୍ତା ବିଶ୍ୱରଞ୍ଜନ ରାଉଳ , ରଶ୍ମିରଂଜନ ରାଉଳ , ଦେବୀପ୍ରସାଦ ତ୍ରିପାଠୀ , ହରେକୃଷ୍ଣ ନାୟକ , ଦେବୀପ୍ରସାଦ ରାଉଳ , ହରେକୃଷ୍ଣ ରାଉଳ , ରମେଶ ଚନ୍ଦ୍ର ରାଉଳ , ସୁମିତ ଦାସ ଓ ସାରଳା ସାହିତ୍ୟ ସଂସ୍କୃତି ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସମେତ ସାରଳା ମନ୍ଦିରର ସମସ୍ତ ପଣ୍ଡାସେବକ , କନକପୁର ବଜାରର ବ୍ୟବସାୟୀ ଓ ଝଙ୍କଡ଼ ଅଞ୍ଚଳର ଅଧିବାସୀ ମାନେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
previous post