ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ବ୍ଲକ ମହୁଲପାଳ ଗ୍ରାମରେ ଜନବିରୋଧି ସରକାରୀ କାର୍ଯ୍ୟ/ପିଇବା ପାଣିକୁ ଦୂଷିତ ନାଳର ରୂପ ଦେଲା ପ୍ରଶାସନ

କାମାକ୍ଷାନଗର (ମନିସ )2/5/23 //ନଈ ପାଣି ନଦୀକୁ ଜା ମୋ ସିଲଟ ସୁଖିଯା। ପିଲା ବେଳର ଏହି କଥାର ଅର୍ଥ ଟି ଏବେ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମରେ । ଜନ ସାଧାରଣ ହିତକାରୀ ହେଉ ଅବା ଅନିଷ୍ଟକାରୀ, କାମ କରିଦେଇ ସରକାରୀ ଟଙ୍କା କୁ ପକେଟ୍ ରେ ପୁରେଇବାର ଅଛି lପ୍ରଶାସନ ଏବଂ ଠିକାଦାର ନିଜ ପକେଟ୍ ଗରମ୍ କରିବାକୁ ଯାଇ ମହୁଲପାଳ ଗ୍ରାମ ବାସୀଙ୍କୁ ମରଣ ମୁହଁକୁ ଠେଲି ଦେଇଛନ୍ତି ।ଯେଉଁ ନାଳ ଅଞ୍ଚଳ ବାସୀଙ୍କ ଜୀବନ ବଞ୍ଚ୍ଛାଉ ଥିଲା ସେହି ପାଣ୍ଡରା ନାଳ ଏବେ ଜୀବନ ନେବା ପରିସ୍ଥିତି ରେ ଉଦୟମାନ ।ଏହାର ସମସ୍ତ ଶ୍ରେୟ ଯାଉଛି ପ୍ରଶାସନ ଏବଂ ଠିକାଦାରଙ୍କୁ l

ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗର ଭୁଲ ନିଷ୍ପତି ଯୋଗୁଁ ଏକ ବର୍ଷ ହେଲା ମଇଳା ପାଣିରେ ଘାଣ୍ଟି ହେଉଛନ୍ତି ଶତାଧିକ ପରିବାରର ଲୋକେ । ନାଳ ପାଣି ବ୍ୟବହାର ଯୋଗୁଁ ବିଭିର୍ଣ୍ଣ ରୋଗର ଶୀକାର ହେଉଛନ୍ତି ଗ୍ରାମବାସୀ । ପାଣି ନିସ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ବର୍ଜ୍ୟବସ୍ତୁ ଓ ଅଳିଆ ଆବର୍ଜନା ସବୁ ଏକାଠି ହୋଇ ଦୁଷିତ ଜଳରେ ପରିବର୍ତ୍ତନ ହେଉଛି । ଏହି ପାଣିରେ ଗାଧୋଇବା ଦ୍ବାରା ମାହାମାରି ରୋଗର ଶୀକାର ହେଉଛନ୍ତି ଗ୍ରାମବାସୀ ।

 ମହୁଲପାଳ ଗ୍ରାମ ଦେଇ ବୋହି ଯାଇଛି ପାଣ୍ଡରା ନାଳ । ଏହି ନାଳ ପାଣି ଉପରେ ଭରଷା କରନ୍ତି ମହୁଲପାଳ ଗ୍ରାମବାସୀ । ଆଜକୁ ଏକ ବର୍ଷ ପୂର୍ବେ ଏହି ନାଳରେ ଚୂଆ ପାଣି ଏକମାତ୍ର ଭରଷା । ପରେ ସରକାରଙ୍କ ବସୁଧା ଯୋଜନାରେ ଏକ ପାଣି ଟାଙ୍କି ନିର୍ମାଣ କରି ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟାକୁ ଦୂର କରାଯାଇଥିଲା । କିନ୍ତୁ ଏହି ପାନୀୟଜଳ ସମୁଦ୍ରକୁ ଶଙ୍ଖେପାଣି । ଏହି ଗ୍ରାମର ପାଣ୍ଡରା ନାଳରେ ପୂର୍ତ୍ତ ବିଭାଗ ତରଫରୁ ଏକ ପୋଲ ନିର୍ମାଣ କରାଯାଇଛି । 

କିନ୍ତୁ ଅଞ୍ଚଳର ଚାଷୀମାନଙ୍କର ବଡ ସମସ୍ୟା ଥିଲା ପାଣି । ଏହାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ତରଫରୁ ପୋଲ ତଳେ ଏକ ଚେକ ଡ୍ୟାମ ନିର୍ମାଣ କରିବାକୁ ଧାର୍ଯ୍ୟ କରାଗଲା । ଆଜକୁ ଏକ ବର୍ଷ ହେବେ ନିର୍ମାଣ ହେଲା ଚେକ ଡ୍ୟାମ । କିନ୍ତୁ ଚେକ ଡ୍ୟାମରେ ପାଣି ନିସ୍କାସନ ପାଇଁ ପୂର୍ତ୍ତ ବିଭାଗ ତରଫରୁ କୌଣସି ବ୍ୟବସ୍ଥା ନଥିଲା । ଯାହାଫଳରେକି ପାଣି ଏକତ୍ରିତ ହୋଇ ରହିଲା । ଉପର ମୁଣ୍ଡରୁ ନିର୍ଗତ ହେଉଥିବା ଆବର୍ଜନା ପାଣି ଏକତ୍ରିତ ହୋଇ ଦୂଷିତ ଜଳରେ ପରିଣତ ହେଲା । ଏହି ପାଣିରେ ଗାଧୋଇବା ଦ୍ବାରା ବିଭିର୍ଣ୍ଣ ଚର୍ମ ରୋଗ ଓ ଝାଡାବାନ୍ତିରେ ପଡିଲେ ଗ୍ରାମବାସୀ । ଚେକଡ୍ୟାମରୁ ପାଣି ନିସ୍କାସନ ପାଇଁ ପ୍ରଶାସନକୁ ଯେତେ ଅଭିଯୋଗ କଲେବି ଫଳ ସୂନ । ତେଣୁ ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ହାମର ଓ ଶାବଳ ଦ୍ବାରା ଚେକ ଡ୍ୟାମକୁ ଭାଙ୍ଗିବାକୁ ଉଦ୍ୟମ କରି କିଛି ମାତ୍ରାରେ ସଫଳ ହୋଇଥିଲେ । ତେବେ ଗ୍ରାମବାସୀଙ୍କ ଚେକଡ୍ୟାମ ଦୁଃଖ ବିଷରେ ସ୍ଥାନୀୟ ବିଡିଓ କଲ୍ୟାଣ ସୌରଭ ଦାଶଙ୍କୁ ଅବଗତ କରାଯାଇଥିଲା । ଖୁବଶୀଘ୍ର ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରି ଏହି ସମସ୍ୟାକୁ ଦୂର କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ତେବେ ପ୍ରଶାସନ ତରଫରୁ ମହୁଲପାଳ ଗ୍ରାମବାସୀଙ୍କ ପାଣ୍ଡରା ନାଳରେ ନିର୍ମାଣ କରାଯାଇଥିବା ଚେକ ଡ୍ୟାମ ଦୁଃଖକୁ କେବେ ସମାଧାନ କରାଯାଉଛି ତାହା ଦେଖିବାକୁ ବାକିରହିଲା । 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବିଶୋଇ ରେ ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗ୍ରହ

masiha

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଂଗଠନିକ ନିର୍ବାଚନ

masiha

Leave a Comment

error: Content is protected !!