ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ମାଓ ସମର୍ଥକ ଗିରଫ

ରାଇଘର ୨/୫ // ନବରଙ୍ଗପୁର ଜିଲା ରାଇଘର ପୋଲିସ ସୋମବାର ଦୁଇ ମାଓବାଦୀ ସମର୍ଥକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଗତ ବୁଧବାର ଦିନ ଓଡ଼ିଶା ଏସ.ଓ.ଯି ଫେରୁଥିବା ସମୟରେ ହେମଲାଲ ନାଗେଶ ଓ ପ୍ରକାଶ ମାର୍କୋମ ଙ୍କୁ ଜଙ୍ଗଲ ମଧ୍ୟରେ ସନ୍ଦିଗ୍ଧ ଅବସ୍ଥା ରେ ଧରିଥିଲେ I ଏମାନେ ମାଓବାଦୀ ମାନଙ୍କୁ ବିଭିନ୍ନ ସାହାଯ୍ୟ କରୁଥିବା ସହ ପୋଷ୍ଟର ଓ ବ୍ୟାନର ଲଗେଇବାରେ ସାହାଯ୍ୟ କରୁଥିଲେ ସେମାନେ ଙ୍କ ନିକଟରୁ ମାଓ ପୋଷ୍ଟର ବ୍ୟାନର ଜବତ କରିଛନ୍ତି।

ଏହି ଦୁହେଁ ଅନେକ ମାମଲା ସହ ରାଇଘର ଥାନା ଏବଂ ହାତିଗାଁ ଏବଂ ନାକ୍ଟିସେମଡା ଅଞ୍ଚଳରେ ମାଓ କାର୍ଯ୍ୟ କଳାପ ସହ ଜଡ଼ିତ ରହି  ମାଓ ନେତା ନେତୃତ୍ବ ରେ ପରିଚାଳିତ ମାଓବାଦୀ ଗୋଷ୍ଟି ସେମାନଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ ବୋଲି ପୋଲିସ ପକ୍ଷରୁ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ଛତିଶଗଡ ସଭା ଥାନା ଅନ୍ତର୍ଗତ ଭୁତବେଡା ଓ ମାଟିପାନି ଗ୍ରାମରୁ ଦୁଇ ଜଣ ଅଭିଯୁକ୍ତ ଗିରଫ କରି ରାଇଘର ପୋଲିସ କୋର୍ଟ ଚାଲାଣ କରିଥିବା ଜାଣିପାରି ସେହି ଅଂଚଳର ଦଶ ଗୋଟି ପଂଚାୟତ ର ଏକ ହଜାରରୁ ଉର୍ଦ୍ଧ ମହିଳା ପୁରୁଷ ରାଇଘର ଥାନା କୁ ଆସୁଥିବା ବେଳେ ରାଇଘର ପୋଲିସ ଖବର ପାଇ ସୋନପୁର ଗ୍ରାମର ଛକ ନିକଟରେ ଆସିଥିବା ଗାଡି ଓ ଲୋକ ଙ୍କୁ ଅଟକାଇ ପାଞ୍ଚ ଛଅ ଜଣକୁ ରାଇଘର ଯାଇ ଅଲୋଚନା କରିବା ପାଇଁ ଛାଡି ଥିଲେ l ଅଲୋଚନା କରି ଆସିବା ପରେ ସୋନପୁର ରାସ୍ତା କଡରେ ସମସ୍ତ ଲୋକଙ୍କୁ ଦୁଇ ଜଣ ଙ୍କୁ ଗିରଫ କରି ରାଇଘର ପୋଲିସ କୋର୍ଟ ଚାଲାଣ କରିଛି ବୋଲି ଆସିଥିବା ଗ୍ରାମବାସୀ ଙ୍କୁ କହିଥିଲେ ଓ ଏହା ପରେ ଆଗାମୀ ପଦକ୍ଷେପ କଣ ନେବା ଆମୋ ଅଞ୍ଚଳ ରେ ଅଲୋଚନା କରିବା କହି ଫେରିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶାଗୁଆନ କାଠ ଗଣ୍ଡି ଜବତ, ୬ ଗିରଫ 

masiha

ଅବକାରୀ ବିଭାଗର ଚଢାଉ , ଦୁଇ ବେଆଇନ ମଦ ବ୍ୟବସାୟୀ ଗିରଫ

Sunil Chandra Nayak

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

masiha

Leave a Comment

error: Content is protected !!