ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ପାଇଁ ଭିତ୍ତି ଭୂମି ପରିଦର୍ଶନ

ଢେ଼ଙ୍କାନାଳ/ହିନ୍ଦୋଳ (ମ ସୀ ହା) ଅଦ୍ୟ ତା ୦୨/୦୫/୨୦୨୩ ରିଖ ମଙ୍ଗଳ ଵାର ଦିଵା ୧୨ ଘଟିକା ସମୟ ରେ ଶିକ୍ଷା ଵିଭାଗ(ଭୁବନେଶ୍ବର) ର ଦୁଇ ମୂଖ୍ୟ ଅଧିକାରୀ ରେଜିଓନାଲ୍ ଡାଇରେକ୍ଟର ଏଜୁକେସନ, ପ୍ରୋଫେସର କମଳ କାନ୍ତ ଜେନା ଏବଂ ଡେପୂଟି ଡାଇରେକ୍ଟର ଏଜୁକେସନ,ପ୍ରଫେସର ପଵିତ୍ର ମୋହନ ନନ୍ଦଙ୍କ ଦ୍ଵାରା ରାସୋଳ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଵିଜ୍ଞାନ ର ପାଠ୍ୟକ୍ରମ ନିମିତ୍ତ ଭିତ୍ତିଭୂମିର ତଦାରଖ କରା ଯାଇଛି।

     ପ୍ରକାଶ ଥାଉକି ରାସୋଳ ମହିଳା ମହାଵିଦ୍ୟାଳୟରେ ଯୁକ୍ତଦୁଇ କଳା ର ପାଠ୍ୟକ୍ରମ ରେ ଵିଗତ ୩୦ ଵର୍ଷରୁ ଉର୍ଦ୍ଧ୍ବ ଵହୁ ଛାତ୍ରୀ ଉପକୃତ ହୋଇଥିଵା ଵେଳେ ବର୍ତମାନ ଯଦି ଯୁକ୍ତ ଦୁଇ ଵିଜ୍ଞାନର ପାଠ୍ୟକ୍ରମ ଆରମ୍ଭ ହୁଏ ତେଵେ ଆଞ୍ଚଳିକ ସ୍ତରରେ ଵହୁ ମହିଳା ଛାତ୍ରୀ ଉପକୃତ ହେଵେ।

     ସମ୍ମାନୀୟ ପର୍ଯ୍ୟବେକ୍ଷକ ମାନଙ୍କ ସହିତ ରାସୋଳ ମହିଳା ମହାଵିଦ୍ୟାଳୟର ଅଧ୍ୟକ୍ଷା,ସମସ୍ତ ଅଧ୍ୟାପିକା,କର୍ମଚାରୀ,ଆଞ୍ଚଳିକ ସ୍ତର ରେ ଵହୁ ମାନ୍ୟଗଣ୍ୟ ଵ୍ୟକ୍ତି ଵିଶେଷ ତଥା ସ୍ଵେଛାସେଵୀ ସଂଗଠନର କର୍ମକର୍ତା ଗଣ ଓ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ”ରାସୋଳ ସଂଗଠନ ର ପ୍ରତିଷ୍ଠାତା ଵିଭୁ ଶତପଥୀ ଙ୍କ ସମେତ ସଭାନେତ୍ରୀ ନିରୁପମା ମିଶ୍ର,ଉପ ସଭାନେତ୍ରୀ ତଥା ଅଧ୍ୟାପିକା ପୂର୍ଣିମା ମହାନ୍ତି,ଆଜୀଵନ ସେଵିକା ମମତା ଵେହେରାଙ୍କର ସୋଜନ୍ୟ ମୂଳକ ସହଯୋଗରେ ପର୍ଯଵେକ୍ଷଣ ସଫଳତା ର ସହ ସଂପାଦିତ ହୋଇଛି।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସ୍ୱାଧୀନତା ସଂଗ୍ରାମୀ ଦେମତୀ ଦେଇ ସବର ଓ ଜଗଦୀଶ ପ୍ରସାଦ ଯୋଶୀଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା

Sunil Chandra Nayak

ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦେବା ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ 

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!