ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ ରେ ଆରମ୍ଭ ଇନ୍ଦାଲାମ ଗାଁ ଘଟଯାତରା 

ବନ୍ଧୁଗାଁ ତା,୨ /୫/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ଠାରେ ଆଜି ସନ୍ଦ୍ୟା ୭ ଘଟିକା ସମୟରେ ମା ଇନ୍ଦାଲାମା ଠାକୁରାଣୀ ଘଟ ଯାତରା ଆଣିବା ପାଇଁ ପ୍ରଥମ ଆଲୋଚନା ବୈଠିକ ହୋଇଛି I ଏଥିରେ ଥିଲେ ବନ୍ଧୁଗାଁ ବ୍ଲକର କଂଗ୍ରେସ ସଭାପତି ଡି. ଏଙ୍କାଟି, ବିଜେଡିର ପୂର୍ବତନ ସଭାପତି ଭି. ଗଣପତି,ଅଭିମନ୍ୟୁ ଭାଣ୍ଡି,ସନ୍ତୋଷ ଦାସ, ଶ୍ରୀଣୁ ପଟ୍ଟନାୟକ, ପୂଜାରି ମେଲିକାଲୁ ଆପାରାଓ,ଘଟ ବୋହିବା ଭକ୍ତ ମାନେ -ପଞ୍ଚାଦି ଜିତୁ, କାଶୀ ରମେଶ,କାଶୀ ପ୍ରସାଦ,ଓ ଘରଇ ଠାକୁରାଣୀଙ୍କ ପୂଜାରିଗଣ, ବାଜାଵାଲା, ବିଜୁଳି ବିଭାଗ, ଗ୍ରାମର ୱାର୍ଡ ସଭ୍ୟ ମାନେ ଏହାସହ ଗ୍ରାମର ଆନ୍ୟାନ୍ୟ ଵର୍ଗର ଲୋକେ ଉପସ୍ଥିତ ରହିଥିଲେ I କରଣା କଟକଣା ଯୋଗୁଁ ଚାରିବର୍ଷ କାଳ ଗ୍ରାମରେ ଘଟ ଯାତରା ହୋଇ ପାରି ନଥିଲା I ଚଳିତ ବର୍ଷ ସମୟ ଥାଉଣି ଗାଁର ଛୋଟ ବଡ଼ ଭଦ୍ର ବ୍ୟକ୍ତିଙ୍କ ମନକୁ ନେଇ ସମସ୍ତେ ଏକତ୍ରିତ ହୋଇ ଚଳିତ ବର୍ଷ ମା ଇନ୍ଦାଳାମା ଘଟ ଯାତରା ଆଣି ଗ୍ରାମକୁ ଶାନ୍ତି ସହ  ସମସ୍ତ କ୍ଷେତ୍ରରେ ଜୟ ହୋଇ ରହିବା ପାଇଁ ପୂଜା କମିଟିର ସମସ୍ତ ସଦଶ୍ୟଙ୍କ ଉପସ୍ଥିତିରେ ଆଲୋଚନାର ଶେଷ ହୋଇଛି।  ଆସନ୍ତା ତା,୮:୫:୨୩ ରିଖରେ ଯାତରା ଆସିବ ଓ ତା ୧୭:୫:୨୩ ରେ ଶେଷ ହେବା ପାଇଁ  ସ୍ଥିର କରାଯାଇଛି I ନଅ ଦିନ ଯାତରା ପାଇଁ କୋରାପୁଟିଆ ଗଣ ନାଟକ ସମେତ ଅନେକ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଅତି କମରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆନୁମାନିକ ଆକଳନ କୋରାଯାଇଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର! ସନସାଇନ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ 

masiha

ଦୁଇ ବାଇକ ମୁହାଁ ମୁହଁ ଧକ୍କା,ଜଣେ ମୃତ ଦୁଇଜଣ ଗୁରୁତର

masiha

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ସହାୟତା ରେ ବ୍ଲକ ସ୍ତରୀୟ କର୍ମ କର୍ତ୍ତା ଚୟନ

masiha

Leave a Comment

error: Content is protected !!