ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ମୌଳିକ ଅଧିକାର ପାଇଁ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପ୍ରଦାନ

ରାୟଗଡ: ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଜିଲ୍ଲାର ସଭାପତି ଦୟାନନ୍ଦ ଖାଡ଼ାଙ୍ଗାଙ୍କ ନେତୃତ୍ବରେ ସାମ୍ବାଦିକଙ୍କ ନ୍ୟାଯ୍ୟ ଅଧିକାର ନେଇ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଅନେକ ହିତକର ଯୋଜନା ମାନ ଲାଗୁ କରିଛନ୍ତି । କିନ୍ତୁ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦ୍ଵାରା କରାଯାଉଥିବା ମୌଳିକ ଦାବୀ ଗୁଡ଼ିକୁ ପୂରଣ କରିବାରେ ଅବହେଳା କରୁଥିବା ଅତି ଦୁଃଖ ଓ ପରିତାପର ବିଷୟ । ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ ଦୁର୍ନୀତି ମୂଳକ ସମ୍ବାଦ ପରିବେଷଣ କରି ଦୁର୍ନୀତିଖୋର ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଯାଦ୍ଵାରା ସେମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ନିକଟ ଭବିଷ୍ୟତରେ ଛତିଶଗଡ଼ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିଛନ୍ତି । ଯାହା ଫଳରେ ସାମ୍ୱାଦିକ ମାନେ ଲୋକଙ୍କ ସମସ୍ୟା ଓ ହେଉଥିବା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହୋଇପାରିବ । ଓଡ଼ିଶା ସରକାର ମଧ୍ଯ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ନିହାତି ଆବଶ୍ୟକ ରହିଛି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ପ୍ରଦାନ କରିଛି । କରାଯାଇଥିବା ଉକ୍ତ ଦାବୀ ଗୁଡ଼ିକ ମଧ୍ୟରେ, ସରକାରଙ୍କ ଦ୍ଵାରା ପ୍ରଦତ୍ତ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରିବା, ସ୍ବାସ୍ଥ୍ୟ ବୀମା ପାଇଥିବା ସାମ୍ୱାଦିକ ମାନଙ୍କ ଯାତାୟାତ ନିମନ୍ତେ ରେଳ ପାସ ଓ ବସ ପାସ ପ୍ରଦାନ କରିବା, ବୀମା ପାଇଥିବା ସାମ୍ୱାଦିକଙ୍କୁ ସରକାରୀ ଅଧିସ୍ବୀକୃତି ପ୍ରଦାନ କରିବା, ସାମ୍ବାଦିକଙ୍କ ଅବସର ପରେ ଜୀବନବ୍ୟାପୀ ପେନସନ ଲାଗୁ କରିବା, ସାମ୍ବାଦିକଙ୍କ ପାଇଁ ସୁରକ୍ଷା ନିମନ୍ତେ ସୁରକ୍ଷା ଆଇନ ଲାଗୁ କରିବା, ଇତ୍ୟାଦି ଦାବୀ ଉଲ୍ଲେଖ କରାଯାଇଛି । ଉକ୍ତ ସ୍ମାରକପତ୍ର ପ୍ରଦାନ ସମୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଳାର ଉପ ସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ ଓ ଉପଦେଷ୍ଟା ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ଅନ୍ଵେଷା ଠାକୁର

masiha

ଜମାଳପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!