ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତ୍ରକୋଟ ଗ୍ରାମରେ ପାଟ ବାଲିଯାତ୍ରା ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୦୩/୦୫/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ପଞ୍ଚାୟତ ଚିତ୍ରକୋଟ ଗ୍ରାମରେ ପାଟ ବାଲି ଯାତ୍ରା ଆଜି ଅନୁଷ୍ଠିତ ହୋଇଥିଲା।ଏହି ବାଲିଯାତ୍ରା ବାରବର୍ଷରେ ଥରେ ହୋଇଥାଏ । ଏହି ବାଲିଯାତ୍ରା ତିନିମାସ ଧରି ଚାଲିଥିବାବେଳେ ନଅ ଦିନ ଆଗରୁ ବାଲି ଆଣିଥାଆନ୍ତି । ଏହି ବାଲିକୁ ବାଲିଘରେ ରଖି ବାଉଁଶରେ ତିଆରି ନୂଆ ଚାଙ୍ଗୁଡ଼ି,ପତ୍ର ଓ ଦନାରେ ବାଲି ରଖି ବିହନ ଧାନ,ମାଣ୍ଡିଆ,ମକା,ସମସ୍ତ ପ୍ରକାର ମଞ୍ଜିକୁ ବୁଣି ଗଜା କରି ଥାଆନ୍ତି।ଏହି ବିହନକୁ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରି ହଳଦୀ ପାଣି ଦେଇ ଥାଆନ୍ତି।ବାଲି ଆଣିବା ଦିନ ଠାରୁ ନଅ ଦିନ ଧରି ସଞ୍ଜ ବେଳକୁ ଗ୍ରାମର ଯୁବକ ଯୁବତୀ ମହିଳା ପୁରୁଷ ନାଚ କରି ଗ୍ରାମର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ଆନନ୍ଦ ଉଠେଇ ଥାଆନ୍ତି । ନବମ ଦିନରେ ଗ୍ରାମର ସମସ୍ତେ ବାହାରି ନାଚ,ଗୀତ,ଡେମସା,ସହ ପାରମ୍ପରିକ ବେଶଭୁଷାରେ ସଜେଇ ହୋଇ ଗ୍ରାମର ମହିଳା ଯୁବକ ଯୁବତୀ ମାନେ ବାଲି ଚାଙ୍ଗୁଡ଼ି ଧରି ଶୋଭା ଯାତ୍ର। ରେବାହାରି ଥାଆନ୍ତି।ବାଲି ଯାତ୍ରାରେ ଯାନୀ,ଗୁରୁମାଇ ସିରାଙ୍କ ନିର୍ଦ୍ଦେଶରେ ପୂଜାର୍ଚ୍ଚନା ହୋଇ ଥାଏ । ଆଜିର ଏହି ବାଲିଯାତ୍ରା ରେ ସମସ୍ତ ଦଳର ନେତାମାନେ ପଟୁଆର ମାଧ୍ୟମରେ ଯାଇଥିଲେ।ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ଏମପି ପ୍ରଦୀପ ମାଝୀ, ପ୍ରଫୁଲ୍ଲ ନାଗ ,ବ୍ଲକ ଚେୟାରମ୍ୟାନ ନିଳେନ୍ଦ୍ରୀନାୟକ ,ଭାଇସଚେୟାରମେନ ରାଜେନ୍ଦ୍ର ବିଷୋୟୀ,ମଞ୍ଜୁଳା ମାଝୀ,ଧରଣୀ ସିଂହ,ଅଖିଳ ଭତରା, ବାବୁଲା ନାୟକ, ସୁରେଶ ନାୟକ। ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଜଗଦୀଶ ବିଶୋଇ କଂଗ୍ରେସର ପି ସି ସି ସଭ୍ୟ ତଥା ଜିଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଓ ପାତ୍ରପୁଟ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ, ଭୀମସେନ ପାଣିଗ୍ରାହୀ, ପ୍ରହଲ୍ଲାଦ ହିଆଲ, ସୁନିଲ ସିଂହ ଲିଙ୍ଗରାଜ ଭଞ୍ଜ, ଉପସ୍ଥିତ ରହି ଥିଲେ । ଜନସାଧାରଣ ସହ ବାଲିଯାତ୍ରା ରେ କଂଗ୍ରେସ,ବିଜେପି ଓ ବିଜେଡି ନେତା ଙ୍କ ନାଚରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା । ଏହି ବାଲି ଯାତ୍ରା ରେ ଗ୍ରାମର ଝିଅ ମାନେ କୋରାପୁଟିଆ ଢେମ୍ସା ନାଚ ଓ ପୁଅ ମାନେ ସମ୍ବଲପୁରୀ ବାଜାର ତାଳେତାଳେ ନାଚିଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ଗ୍ରାମର ମହିଳା ମାନେ ହାତରେ ବାଡିଧରି ବାଲିଯାତ୍ରା ରେ ଶାନ୍ତି ଶ୍ରୁଖଂଳା ରକ୍ଷା କରି ଥିଲେ ।ଚିତ୍ର କୋଟ ଗ୍ରାମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଯୁବକ ମାନେ ଏହି ବାଲି ଯାତ୍ରା ର ଆୟୋଜନରେ ସହଯୋଗ କରି ଥିଲେ ।ଏହି ବାଲି ଯାତ୍ରାରେ ଆଖପାଖ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳି ଥିଲା । ତେନ୍ତୁଳି ଖୁଣ୍ଟି ଥାନା ପକ୍ଷରୁ ମଧ୍ୟ ଶାନ୍ତି ଶ୍ରୁଖଂଳା ପାଇଁ ପୋଲିସ ମୁତୟନ କରାଯାଇ ଥିଲା ।ରାତ୍ରରେ ମନୋରଞ୍ଜନ ପାଇଁ ଦେଶିଆ କୋରାପୁଟିଆ ନାଟକ ପରିବେଷଣ ହୋଇଥିବା ଦେଖିବାକୁ ମିଳିଥିଲା ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସୁନ୍ଦରଗଡ଼ ରେ ଏସ ଆଇ ଆର୍ ଉପରେ ସଚେତନତା ରଥ ର ଶୁଭାରମ୍ଭ

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

masiha

ଅବସର ଦିନ ରେ ହିଁ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

Sunil Chandra Nayak

Leave a Comment

error: Content is protected !!