ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ଠାକୁର ଙ୍କ ପରଲୋକ 

ନୂଆପଡା // ,ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଚଳନା ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ଶିକ୍ଷକ √ ନିତ୍ୟାନନ୍ଦ ଠାକୁର ଙ୍କ ପରଲୋକ ହୋଇଯାଇଛି।ସେ ନିଜ ଜନ୍ମମାଟି ଚଳନା ଗ୍ରାମରେ ଗତ ବୁଧବାର ରାତ୍ରି ପ୍ରାୟ ୩ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ପରୋପକାରୀ ତଥା ଜଣେ ଦକ୍ଷ ସଂଗଠକ ,କୃଷକ ତଥା ବିଜ୍ଞ ଧର୍ମ ପ୍ରସାରକ ର ପଥିକ ଥିଲେ ତାଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ଦୁର୍ଗାପୂଜା ,ନାମ ଯଜ୍ଞ ତଥା ଅନେକ ନାଟକ ଜନ ମାନସରେ ଅଭୁଲା ହୋଇ ରହିଛି।ଏହି ମହତ କର୍ମ ଗୁଡିକ ପାଇଁ ନିଜ ଜନ୍ମ ମାଟି ସୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ଝୁରୁଛି।ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ହୋଇଥିଲା।ମୃତ୍ୟୁ ସମୟରେ ତାଙ୍କ ପତ୍ନୀ ସହ ବଡ଼ ପୁଅ ଆଇନ ଜୀବି ସନ୍ତୋଷ କୁମାର ଠାକୁର ଓ ସାନ ପୁଅ ଅଧ୍ୟାପକ ସରୋଜ କୁମାର ଠାକୁର ଦୁଇ ପୁତ୍ର ବଧୂ ୭ ନାତି ନାତୁଣୀ ନାତୁଣୀଜ୍ବାଇଁ ସହ ସମସ୍ତ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ।ବଡ଼ ପୁଅ ସନ୍ତୋଷ କୁମାର ଠାକୁର ମୁଖାଗ୍ନି ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସମ୍ପୂର୍ଣ୍ଣତା ଅଭିୟାନ ସମ୍ମାନ ସମାରୋହ ରାୟଗଡାରେ ଆୟୋଜିତ – ଏକତ୍ର ଉଦ୍ୟମର ସମ୍ମାନ

Sunil Chandra Nayak

ପରିତ୍ୟକ୍ତ ଅବସ୍ଥାରେ ଥୁଆମୁଳ ରାମପୁର ମୁଖ୍ୟ ଛକ ପାର୍ଶ୍ଵରେ ଥିବା ସାର୍ବଜନୀନ ଶୌଚାଳୟ – ବର୍ତ୍ତମାନ ପ୍ରଶାସନର ନିରବତାକୁ ନେଇ ଅନେକ ପ୍ରଶ୍ନ

Sunil Chandra Nayak

ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ.

Sunil Chandra Nayak

Leave a Comment

error: Content is protected !!