ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କର୍ଣ୍ଣାଟକ ନିର୍ବାଚନ – ଗୁପ୍ତ ଭାବେ ଗଛରେ ରଖା ଯାଇଥିବା ଏକ କୋଟି ଟଙ୍କା ଆଇ ଟି ବିଭାଗ ଦ୍ଵାରା ଜବତ

ବାଙ୍ଗଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନେତା ମାନେ ଅଜସ୍ର ଅର୍ଥ ଖର୍ଚ୍ଚ କରୁଛନ୍ତି । ଆଚରଣ ସଂହିତା କାର୍ଯ୍ୟକାରୀ ହେବା ସତ୍ତ୍ୱେ ନେତାମାନେ ଅତ୍ୟଧିକ ଟଙ୍କାର ବ୍ୟବହାର କରୁଛନ୍ତି । ଯେପରି ଲାଗୁଛି ଟଙ୍କାକୁ ଆୟୁଧ କରି ନେତାମାନେ ନିର୍ବାଚନ ଜିତିବା ଦୌଡ଼ରେ ଅଛନ୍ତି । କିନ୍ତୁ ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଅନ୍ୟପକ୍ଷରେ ବୁଧବାର ଆୟକର ବିଭାଗ (ଆଇଟି) ବିଭାଗ କଂଗ୍ରେସ ପ୍ରାର୍ଥୀଙ୍କ ଭାଇଙ୍କ ଘରେ ଚଢାଉ କରି ଏକ କୋଟି ଟଙ୍କା ନଗଦ ଜବତ କରିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ କୋଟି ଟଙ୍କା କଂଗ୍ରେସ ପ୍ରାର୍ଥୀଙ୍କ ସମ୍ପର୍କୀୟ ନିଜ ଘରର ବଗିଚାରେ ଥିବା ଏକ ଗଛରେ ଲୁଚାଇ ରଖିଥିଲେ ।

ଆଇଟି ବିଭାଗ ମୈସୁର କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ରାୟଙ୍କ ଭାଇ ସୁବ୍ରଣ୍ୟମ ରାୟଙ୍କ ବାସଭବନରେ ଚଢାଉ କରିଥିଲା । ଆଇଟି ବିଭାଗର ଅଧିକାରୀମାନେ ଏହି ଟଙ୍କା ଗଛରେ ପାଇଥିଲେ । ଏକ କୋଟି ଟଙ୍କା ନଗଦକୁ ଏକ ବାକ୍ସରେ ରଖି ଗଛରେ ଝୁଲାଇଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ମହା ଗଣସମାବେଶ । “ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଲେ ସଭାପତି ମହମ୍ମଦ ମୁକିମ 

ସହରର ବିବିଧ ଉନ୍ନୟନ କାର୍ଯ୍ୟ ପାଇଁ ଗୃହ ଓ ନଗର ବିଭାଗ ଉନ୍ନୟନ ମନ୍ତ୍ରୀଙ୍କୁ ବିଜେପିର ସ୍ୱାରକ ପତ୍ର

ରାଇରଙ୍ଗପୁରରେ “ଆଶା ଭରସା ପାର୍ଟି” ତରଫରୁ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!