ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜାଗେଜପଦର ଗ୍ରାମରେ ଶ୍ରୀଶ୍ରୀ ସପ୍ତଶାଖା ଠାକୁରାଣୀଙ୍କ ଯାତ୍ରା ବା ଚନ୍ଦନ ଯାତ୍ରା

ଥୁଆମୂଳ ରାମପୁର:୦୪/୦୫ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଜାଗେଜପଦର ଠାରେ ଶ୍ରୀଶ୍ରୀ ସପ୍ତଶାଖା ଠାକୁରାଣୀଙ୍କ ଯାତ୍ରା ବା (ଚନ୍ଦନ ଯାତ୍ରା) ବୈଶାଖ ମାସ ଶୁକ୍ଳପକ୍ଷ ତା ୦୧/୦୫/୨୦୨୩ ରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ତା ୦୯/୦୫/୨୦୨୩ ରିଖ ୯ ଦିନ ବ୍ଯାପି ଅନୁଷ୍ଠିତ ହେଉଅଛି। ଶ୍ରୀଶ୍ରୀ ସପ୍ତଶାଖା ଠାକୁରାଣୀଙ୍କ ଯାତ୍ରା ବା(ଚନ୍ଦନ ଯାତ୍ରା) ଜାଗେଜପଦର ଜନସାଧାରଣ ଓ ଶ୍ରୀଶ୍ରୀ ସପ୍ତଶାଖା ଠାକୁରାଣୀଙ୍କ ପୂଜାକମିଟିର ମିଳିତ ସହଯୋଗରେ ଆୟୋଜନ ହୋଇଅଛି। ପ୍ରତି ତିନି ବର୍ଷ ଅନ୍ତରରେ ପୁଣି ଏହି ବର୍ଷ ମଧ୍ୟ ଶ୍ରୀଶ୍ରୀ ସପ୍ତଶାଖା ଠାକୁରାଣୀଙ୍କ ଯାତ୍ରା ବା ଚନ୍ଦନ ଯାତ୍ରା ନିତି ନିୟମ ବିଧିମତେ ପୂଜାର୍ଚ୍ଚନା କାର୍ଯ୍ଯ ଚାଲୁ ରହିଅଛି। ବିଭିନ୍ନ ବାଦ୍ଯ ଯନ୍ତ୍ର ହୁଳହୁଳି ଘଣ୍ଟତାଳ ଶଙ୍ଖ ଶଦ୍ଦରେ ମାଁ ଠାକୁରାଣୀଙ୍କ ଗ୍ରାମ ପରିକ୍ରମାରେ ବାହାରନ୍ତି ଏହି ସମୟରେ ଗ୍ରାମ ମୁଖରିତ ହୋଇଉଠେ। ଶ୍ରୀଶ୍ରୀ ସପ୍ତଶାଖା ଠାକୁରାଣୀଙ୍କୁ ଭକ୍ତ, ଶ୍ରଧାଳୁ ଓ ଜନସାଧାରଣଙ୍କ ର ଦର୍ଶନ କରିବା ପାଇଁ ସୁଯୋଗ ମିଳିଥାଏ,ତାଙ୍କର ଆଶୀସରେ ସମସ୍ତେ ଗ୍ରାମର ସର୍ବ ମଙ୍ଗଳ ଓ ସୁଖମୟ ଜୀବନଯାପନ କରିବା ନେଇ ମାନସିକ କରି ମାଁଙ୍କ ଯାତ୍ରାରେ ସମସ୍ତ ଜନସାଧାରଣ ସାମିଲ ହୋଇ ମହା ଆନନ୍ଦରେ ଭକ୍ତିପୁତ ଭାବରେ ଦର୍ଶନ କରିଥାନ୍ତି। ଏହି ଯାତ୍ରା ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ସାଂସଦ ଥୁଆମୂଳ ରାମପୁର ବ୍ଳକ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ସମ୍ମାନିତ ଅତିଥି ଭାବରେ ଡୁମେରପଦର ମଣ୍ତଳ ସଭାପତି ଶ୍ରୀ ଧନୁର୍ୟ୍ଯ ନାଏକ,କଳାହାଣ୍ଡି ଜିଲ୍ଲା ଏସସି ମୋର୍ଚ୍ଛ ଉପସଭାପତି ଶ୍ରୀ ବିପିନ୍ ବିହାରୀ ନାଏକ, ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଭ୍ଯ ଶ୍ରୀ ବାଜ୍ରାଭୋଇ,ବିରିକୋଟ ପଞ୍ଚାୟତ ସଭାପତି ଶ୍ରୀ ପୁଷ୍ପ ନାଏକ,ପୂର୍ବତନ ମଣ୍ତଳ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ପରିଛା,ଶ୍ରୀ ମାଣିକ୍ଯ ନାଏକ,ଶ୍ରୀ ଜିତେନ ନାଏକ, ଶ୍ରୀ ମହେଶ୍ବର ନାଏକ ପ୍ରମୁଖ ଯୋଗ ଦେଇଥିବାବେଳେ ଏହି ଯାତ୍ରାରେ ଅଞ୍ଚଳର ଶତାଧିକ ଲୋକଙ୍କ ସମାଗମ ହୋଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପଞ୍ଚମୁଖୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ପଥର ଗଡରେ ଲୁଚି ରହିଥିବା ଇତିହାସର ବାଘ ବାଘୁଆଣି ଶକ୍ତିପୀଠ 

ହମିରପୁରରେ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!