ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୁମୁରା ନୃତ୍ୟ କୁ ବିକୃତ କରି ପରିବେଷଣ ର ଦୃଢ଼ ପ୍ରତିବାଦ

ଭବାନୀପାଟଣା,୦୪/୦୫: କଳାହାଣ୍ଡି ର ସାଂସ୍କୃତିକ ପରିଚୟ ହେଉଛି କଳାହାଣ୍ଡି ର ମୌଳିକ ଲୋକ ନୃତ୍ୟ ବୀରବାଦ୍ୟ ‘ଘୁମୁରା’। ଏହା ଏକ ଯୁଦ୍ଧ ବାଦ୍ୟ ଓ ଏଥିରେ କେବଳ ପୁରୁଷ କଳାକାର ମାନେ ଯୋଦ୍ଧା ବେଶ ପୋଷକ ରେ ଦଳଗତ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। କଳାହାଣ୍ଡି ର ଘୁମୁରା ର ଉତ୍ପତ୍ତି ଓ ଚରିତ୍ର ସମ୍ପର୍କରେ ଅନେକ ପୁରାଣ ରେ ଉଲ୍ଲେଖ ରହିଛି ଓ ଅନେକ କିମ୍ବଦନ୍ତୀ ରହିଛି। କଳାହାଣ୍ଡି ର ମୌଳିକ ବୀରବାଦ୍ୟ ଘୁମୁରା ନୃତ୍ୟ ୧୯୮୨ ରେ ଏସିଆନ ଗେମ୍ସ, ୧୯୮୭ ରେ ରୁଷିଆ ଓ ଅନେକବାର ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ପ୍ରଦର୍ଶିତ ହୋଇଛି। ତେବ ଅତ୍ୟନ୍ତ କ୍ଷୋଭ ଓ ଦୁଃଖର ବିଷୟ ହେଲା ସଂସ୍କୃତିର ସୁରକ୍ଷା ଓ ପ୍ରଚାର ଲକ୍ଷ୍ୟ ରଖିଥିବା ସରକାରୀ ସଂସ୍ଥା ଦୂରଦର୍ଶନ କେନ୍ଦ୍ର ସମ୍ବଲପୁର ନିକଟରେ ଘୁମୁରା କୁ ବିକୃତ କରି ସେଥିରେ ପୁରୁଷ ସହିତ ମହିଳା କଳାକାରଙ୍କୁ ସାମିଲ କରି ପ୍ରସାରଣ କରିବା ସହ ୟୁଟୁବ ରେ ମଧ୍ୟ ଅପଲୋଡ଼ କରିଛି। ଯାହା ଅତ୍ୟନ୍ତ ନିନ୍ଦନୀୟ ଓ କଳାହାଣ୍ଡିର ଘୁମୁରା କଳାକାର, କଳାହାଣ୍ଡିର ସାଂସ୍କୃତିକ ସଂଗଠନ ଓ କଳାହାଣ୍ଡି ଜନସାଧାରଣ ଙ୍କୁ ଆହତ କରିଛି ବୋଲି ଆଜି ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ କଳାହାଣ୍ଡି ସାଂସ୍କୃତିକ ସଂଗଠନ ସମୂହ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ତୁରନ୍ତ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁର ୟୁଟୁବ ରୁ ଘୁମୁରା ସମ୍ବଲପୁରୀ କାର୍ଯ୍ୟକ୍ରମ କୁ ହଟାଇବା ସହ ଦୂରଦର୍ଶନ ଏହାର ପୁନଃ ପ୍ରଶାରଣ ନକରିବା, ଏହି କାର୍ଯ୍ୟକ୍ରମ କୁ ଅନୁମୋଦନ ଓ ରେକର୍ଡ଼ିଂ କରି ପ୍ରସାରଣ କରିଥିବା ଦାୟିତ୍ୱ ହୀନ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଳାହାଣ୍ଡି ସାଂସ୍କୃତିକ ସଂଗଠନ ପକ୍ଷରୁ ପ୍ରସାର ଭାରତୀ ସିଇଓ, ଦୂରଦର୍ଶନ ମହା ନିର୍ଦେଶକ, ନିର୍ଦେଶକ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର, ନିର୍ଦେଶକ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁର, କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ସଂସ୍କୃତି ସଚିବ ଓଡିଶା ଓ ସଂସ୍କୃତି ନିର୍ଦେଶକ ଓଡିଶା ଙ୍କୁ ଲିଖିତ ଦାବିପତ୍ର ପ୍ରେରଣ କରାଯାଇଛି ବୋଲି କଳାହାଣ୍ଡି ସାଂସ୍କୃତିକ ସଂଗଠନ ସମୂହ ର ଆବାହକ ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି। ଯଦି ସମ୍ପୁକ୍ତ ଉଚ୍ଚ କତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି ତେବେ କଳାହାଣ୍ଡି ସାଂସ୍କୃତିକ ସମୂହ ନ୍ୟାୟ ପାଇଁ ଆଇନ ର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବ ବୋଲି ପୂର୍ବତନ ସଦସ୍ୟ ଜିଲ୍ଲା ସଂସ୍କୃତି ପରିଷଦ ଡ଼. ଅଜୟ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରେ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀ ର ଅଧ୍ୟକ୍ଷ ସୁରୁ ବାରିକ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଜୟନ୍ତ କୁମାର ବେହେରା, ପ୍ରତିଭା ଅନୁଷ୍ଠାନ ର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଅକ୍ଷୟ ଦାସ, କରୁଣ୍ଡ କଳା ମଞ୍ଚ ର ସଭାପତି ପ୍ରଦୀପ ଡି ମାଝୀ, କଳାହାଣ୍ଡି ଲେଖକ କଳା ପରିଷଦ ସଭାପତି ଉମେଶ ପଣ୍ଡା, ଶୁଭମ ସଂସ୍ଥା ର ଅଧ୍ୟକ୍ଷ ଶୁଶାନ୍ତ ସିଂହ, କଳାହାଣ୍ଡି କଳାକାର ସଂଘ ସଭାପତି ଅବଦୁଲ କାଦିର, ସଂସ୍କୃତି ଗବେଷକ ପରମେଶ୍ବର ମୁଣ୍ଡ, ନୃତ୍ୟ ଗୁରୁ ଭୀମସେନ ସାହୁ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ଉପସଭାପତି ଶାନ୍ତନୁ ବେହେରା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ, ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିରଳ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର , ବନବିଭାଗକୁ ହସ୍ତାନ୍ତର ପରେ ପକ୍ଷୀର ଚିକିତ୍ସା ଜାରି

Sunil Chandra Nayak

ଜୁନାଗଡ଼ ସୁରୁଗୁଡାରେ ପୋଲିସ ର ଜନସମ୍ପର୍କ ଶିବିର ଅନୁଷ୍ଠିତ

masiha

କୃଷି ସେବା ସଂଘ ର କ୍ୟାଡ଼ର ପୁନର୍ବିନ୍ୟାସ ଦାବୀ ରେ ଜିଲ୍ଲା ଓ ବ୍ଲକ ସ୍ତରୀୟ କୃଷି ଅଧିକାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନେକ ସେବା ବାଧିତ :କମ ବର୍ଷା ରେ ଚାଷୀ ରୋଗ ପୋକ ନିୟନ୍ତ୍ରଣ କରିବ କିପରି 

masiha

Leave a Comment

error: Content is protected !!