ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ବୁଦ୍ଧ ଜୟନ୍ତୀ ପାଳିତ

ଜୁନାଗଡ଼୫/୫(ମ ନି ସ)ଜୁନାଗଡ଼ ସହର କଲ୍ୟାଣ ମଣ୍ଡପ ଠାରେ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ଭଗବାନ ଗୌତମ ବୁଦ୍ଧ ଙ୍କ ର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସର ରେ ଭଗବାନ୍ ବୁଦ୍ଧ ଓ ବାବା ସାହେବ ବି ଆର୍ ଆମ୍ବେଦକର ଙ୍କ ଫଟୋ ଚିତ୍ର ରେ ପ୍ରଦିପ ପ୍ରଜ୍ଵଳନ ସହ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ସଂଗଠନ ର ବରିଷ୍ଟ କର୍ମ କର୍ତ୍ତା ରଞ୍ଜନ କୁମାର ଜାଲ ଭଗବାନ୍ ବୁଦ୍ଧ ସ୍ମୃତି ଚାରଣ କରି ସାମାଜିକ ଉତ୍ଥାନ ପାଇଁ ତାଙ୍କ ମାର୍ଗ ଦର୍ଶନ କରି ଥିଲେ l ଅନ୍ୟତମ ସଦସ୍ୟ ଶରତ ଶବର ,ସତ୍ୟ ନାରାୟଣ ବସ୍ୟ, ପ୍ରେମଲାଲ ବାଗ, ଚକ୍ର ବାଗ ପ୍ରମୁଖ ପ୍ରମୁଖ ଭଗବାନ୍ ବୁଦ୍ଧ ଙ୍କ ବାର୍ତ୍ତା ଓ ବାଣୀ ଉପରେ ଆଲୋକ ପାତ କରିଥିଲେ l ଏହି କାର୍ଯ୍ୟ କ୍ରମ କୁ ସଙ୍ଘଗଠନ ର ଚିତ୍ତ ରଞ୍ଜନ ନିଆଲ, ନରେନ୍ଦ୍ର କ୍ଷିତି, ଉଗ୍ରେସନ କନ୍ଦପାନ୍ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ଯ ରେ ରବି ଶଙ୍କର ସୁନାନି, ସୁନ୍ଦର୍ ମୋହନ ଛତ୍ରୀଆ , କୁମାର ମଣି ଦୂର୍ଗା, କଲିଆ କନ୍ଦପାନ୍, ଧରଣୀ ଭୋଇ ପ୍ରମୂଖ ଙ୍କ ସମେତ ସଂଗଠନ ର ଅନେକ୍ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ରେ ବାହାରିଲେ ୨୪୦ ଜଣ ଭକ୍ତ ଙ୍କ ଯାତ୍ରା

masiha

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

masiha

ନୂଆଗୁଡା ଗ୍ରାମ୍ୟ ଜଳଯୋଗାଣ କେନ୍ଦ୍ର ଗେଟ ଖରାପ ଥିବା ଯୋଗୁଁ ଗ୍ରାମବାସୀ ଚାରି ଦିନ ପରେ ପାଇଲେ ଶୁଦ୍ଧ ପାନୀୟ ଜଳ 

Leave a Comment

error: Content is protected !!