ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଧୋଇବକୁ ଯାଇ ନାଗାବଳୀ ନଦୀରେ ଭାସିଯାଇ ୮ ବର୍ଷର ଶିଶୁ ପୁତ୍ର ମୃତ

ଥୁଆମୂଳ ରାମପୁର,୦୫/୦୫- (ମନିସ):- ଗାଧୋଇବାକୁ ଯାଇ ନଦୀରେ ଭାସିଯାଇ ୮ ବର୍ଷର ଶିଶୁର ମୃତ୍ୟୁବରଣ କରିଥିବା ଜଣାପଡିଥିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୁଣୁପୁର ଫାଣ୍ଡି ଅଧିନରେ ଥିବା ତଲମପଦର କାର୍ନିବେଲ୍ ଗ୍ରାମରେ। ଗତ ତା ୦୪/୦୫/୨୦୨୩ ରିଖ ଗୁରୁବାର ମଧ୍ଯାହ୍ନ ସମୟରେ ଉକ୍ତ ଗ୍ରାମର ଜନୈକ ବ୍ଯକ୍ତି ଦାନ ମାଝୀଙ୍କ ଶିଶୁ ପୁତ୍ର ଦୀପକ ମାଝୀ (୮) ଗାଁ ନିକଟ ନାଗାବଳୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲ। ଏହା ମଧ୍ୟରେ ଅନେକ ସମୟ ବିତିଯାଇଥିଲା ଏ ମଧ୍ୟ ପୁଅ ଘରକୁ ଫେରିବା ବିଳମ୍ବ ଦେଖି ବାପା ଓ ମାଆ ତୂରନ୍ତ ନଦୀ କୂଳକୁ ଯାଇଥିଲେ। ସେଠାରେ ପହଞ୍ଚି ନଦୀ କୂଳରେ ପୁଅର ଚପଲ ପଡିଥିବା ଦେଖିଲା ପରେ ସେମାନେ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ କାଳେ ପାଣିରେ ବୁଡିଯାଇଥିବ ଭାବି ସନ୍ଦେହ ହେବାରୁ ବାପା ଦାନ ମାଝୀ ନଦୀ ପାଣିରେ ଖୋଜାଖୋଜି କରିଥିଲେ। ପରେ ବୁଡି ଯାଇଥିବା ପୁଅକୁ ଉଦ୍ଧାର କରିଥିଲେ। ଏହାପରେ କାଳେ ପୁଅ ବଞ୍ଚିଥିବ ଭାବି ତାକୁ ତୁରନ୍ତ କାଣିଗୁମା ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲେ। ଥୁଆମୂଳ ରାମପୁର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏନେଇ ଥୁଆମୂଳ ରାମପୁର ପୋଲିସକୁ ସୂଚନା ଦିଆଯାଇଥିଲା।ଖବର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଥିଲେ।ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିଲେ। ଏନେଇ ଥୁଆମୂଳ ରାମପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଏ। ଗୁଣୁପୁର ଫାଣ୍ଡି ଅଧିକାରୀ ଅଜୟ ନାଏକ ଏହି ଘଟଣାର ତଦନ୍ତ ଭାର ନେଇଥିବା ସୂଚନା ମିଳିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

Sunil Chandra Nayak

ଶାଖା ଡାକଘର କମ୍ପ୍ୟୁଟର ଦୀର୍ଘଦିନ ଧରି ଅଚଳ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!