ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ଠାରେ ଖୋଳିଲା ଭୂମି ଭାରତ ଗ୍ୟାସ ଗ୍ରାମିଣ ବିତରକ 

ରୁପ୍ରା, ୫/୫ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଠାରେ ଭୂମି ଭାରତ ଗ୍ୟାସ ଗ୍ରାମିଣ ବିତରକ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ପବିତ୍ର କୁମାର ଯୋଗଦାନ କରି ଗ୍ୟାସ୍ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଅଜୟ କୁମାର ସେନାପତି, ପେଥେଲ୍ କଲେଜ୍ ମୁନିଗୁଡାର ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ ସିପକା, ବିଜେପିର ବରିଷ୍ଠ ସଦସ୍ୟ ପଦ୍ମଲୋଚନ ସେନାପତି, ସୁଷମା ସେନାପତି, ମିଶନ୍ ହସପିଟାଲ କୁର୍ଲୁପଡାର ପରିଚାଳନା ନିର୍ଦ୍ଦେଶକ ସିଆଣୀ ହରପାଲ୍, ଶିକ୍ଷକ ହରପ୍ରସାଦ ସାହୁ, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ଓ ଶିବାନୀ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଲୋକେ ଭାରତ ଭୂମି ରନ୍ଧନ ଗ୍ୟାସ ପାଇବାରୁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଆଜି ଠାରୁ ଦୂରୀଭୂତ ହେଲା ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରାସ୍ତା କଡ଼ରେ ବିଦ୍ୟୁତ ତାର ଉପରେ ମାଡ଼ି ବସିଛି ବିଶାଳ ବୃକ୍ଷ୍

Sunil Chandra Nayak

ନାମକୁ ମାତ୍ର ଚାଲିଛି ବନ୍ଧୁଗାଁ ବ୍ଲକର ପ୍ରତି ପଞ୍ଚାୟତର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଚଳିତ ମାସ 13ତାରିଖରେ ରାୟଗଡl ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

Leave a Comment

error: Content is protected !!