ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନୃସିଂହ ଠାକୁର ଙ୍କର ଜନ୍ମ ଦିବସ ପାଳନ ଅବସରରେ କଳସ ସଭାଯାତ୍ରା 

ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ମନ୍ଦିର ଠାରେ ଗତକାଲି ତା ୪/୫/୨୦୨୩ ରିଖ ଦିନ ପ୍ରଭୁ ଲଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଦିବସ ଚତୁର୍ଦ୍ଦଶୀ ବହୁ ଆଡମ୍ବରରେ ପାଳନ ହୋଇଯାଇଛି। ଏହି ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିରିଙ୍ଗିପଡା ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଠାକୁର ଙ୍କର ମନ୍ଦିର ରୁ ବାହାରି ହରେ କୃଷ୍ଣ ହରେ ରାମ ନାମ ସଂକୀର୍ତ୍ତନ ପୁରୁଷ ଓ ମହିଳା ଦଳ ସହ ବିରାଟ ସଭାଯାତ୍ରା ରେ ସ୍ଥାନୀୟ ମାଁ ନାରାୟଣୀ ମନ୍ଦିର ନିକଟରେ ଥିବା ସାଲୁଙ୍କି ନଈ କୁ ଯାଇ ଜଳ ଆଣି ସେଠାରେ ପୂଜାର୍ଚ୍ଚନା କରିବା ସହ କଳସ ଧରି କଳସ ସଭାଯାତ୍ରା ରେ ଫୁଲବାଣୀ ସହର ପରିକ୍ରମା କରି ମନ୍ଦିର ରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ଜିରିଙ୍ଗିପଡା ଲଷ୍ମୀ ନୃସିଂହ ମନ୍ଦିରରେ ନାଭି ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବେଳେ ଓ ଠାକୁର ଙ୍କର ଆଶୀର୍ବାଦ କୃପା ଲାଭ କରିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଙ୍କର ଭିଡ଼ ଜମିଥିବା ଦେଖିବା କୁ ମିଳିଥିଲା। ଠାକୁର ଜନ୍ମ ଦିବସ ର ସନ୍ଧ୍ୟା ସମୟରେ ଆଳତି କାର୍ଯ୍ୟକ୍ରମ ହୋଇଥିବା ବେଳେ ଭକ୍ତ ମାନେ ନିଜର ମାନସିକ ପୂରଣ ନିମନ୍ତେ ୧୦୦୧ ଦୀପ ଦାନ କରିଥିଲେ। ପ୍ରଭୁ ଲଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମତ୍ସବ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନିମନ୍ତେ କମିଟି ପକ୍ଷରୁ ସ୍ଥିର କରାଯାଇଛି। ଠାକୁର ଙ୍କର ଯାତ୍ରା ନିମନ୍ତେ ମନ୍ଦିର ଓ ମନ୍ଦିର ପ୍ରାଙ୍ଗଣ ରଙ୍ଗୀନ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଛି। ଠାକୁର ଙ୍କର ମନ୍ଦିର ପୂଜାରୀ ଚିନ୍ତାମଣି ସାହାଣୀ ପୂଜା ଅର୍ଚ୍ଚନା ନାଭି ହୋମ କାର୍ଯ୍ୟ ସମାପନ କରିଥିଲେ। ଯାତ୍ରା ପରିଚାଳନା କରିବା ପାଇଁ ଏକ ଯାତ୍ରା ପରିଚାଳନା କମିଟି ଗଠନ କରାଯାଇଛି। ଉକ୍ତ ଚନ୍ଦନ ଯାତ୍ରା ଠାକୁର ଙ୍କର ଜନ୍ମ ଦିବସ ତା ୪/୫ ଠାରୁ ୨୧/୫/୨୦୨୩ ରିଖ ପର୍ଯ୍ୟନ୍ତ ଦୀର୍ଘ ୧୮ ଦିନ ଧରି ଶ୍ରଦ୍ଧାଳୁ ତଥା ଦର୍ଶକ ଙ୍କର ମନକୁ ଛୁଇଁଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଲଷ୍ମୀ ନୃସିଂହ ଯାତ୍ରା ପରିଚାଳନା କମିଟି ଜିରିଙ୍ଗିପଡା ସଭାପତି ଶିଵ ଶଙ୍କର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଥିଲେ। କଳସ ଯାତ୍ରା ସଭା ଯାତ୍ରାରେ ଗ୍ରାମ କମିଟି ସଭାପତି ସୁଜିତ କୁମାର ବେହେରା ଓ ବଳଦେବ ବେହେରା ଙ୍କର ନେତୃତ୍ୱରେ କଳସ ସଭା ଯାତ୍ରାରେ ଯାତ୍ରା ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି କରମ ବେହେରା, ଉପ ସଭାପତି ମନୋଜ କଁହର, ସାଧାରଣ ସମ୍ପାଦକ ଦାରୁଣ ବେହେରା,ସହ ସମ୍ପାଦକ ନୀଳକଣ୍ଠ ନାୟକ, ସାଂସ୍କୃତିକ ସମ୍ପାଦକ ବୈଦ୍ୟନାଥ ନାୟକ, ସହ ସମ୍ପାଦକ ପାଞ୍ଚିଲି ବେହେରା, କୋଷାଧ୍ୟକ୍ଷ ଲଳିତ କୁମାର ବେହେରା , ବିକ୍ରମ ବେହେରା, ବରିଷ୍ଠ ଉପଦେଷ୍ଟା ପଙ୍କଜ ବେହେରା, ବାବୁଲା ବେହେରା,ଗ୍ରାମଦେବୀ ମାଆ ବ୍ରାହ୍ମଣୀ ଦେବୀ ଙ୍କର ପୂଜକ ମନୋଜ ନାୟକ,ଠାକୁର ପୂଜକ ପ୍ରକାଶ କଁହର, ସମସ୍ତ ମହିଳା ବାହିନୀ ସଭାନେତ୍ରୀ ରେସମା ବେହେରା,କାର୍ଯ୍ୟକାରୀ ସଭାପତି ବବିତା ନାୟକ, ଉପ ସଭାପତି ମାମି ନାୟକ,ସାଂଗଠନିକ ସମ୍ପାଦିକା ନମିତା ବେହେରା, ସମ୍ପାଦିକା ସୂର୍ଯ୍ୟକାନ୍ତି ନାୟକ,ସହ ସମ୍ପାଦିକା ନିବେଦିତା ବେହେରା, କର୍ମକର୍ତ୍ତା,ଏବଂ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଆଳତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ

Sunil Chandra Nayak

ପଞ୍ଚମୁଖୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ମାସ ଲାଗି ଚାଲିଛି ଭାଦ୍ର ପରିକ୍ରମା

masiha

Leave a Comment

error: Content is protected !!