ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବରବିବିଧ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ଲୁଚିଛି ଅନେକ ରହସ୍ୟ

ମେଟାଲ ପ୍ଲେଟ ଉପରେ ଲେଖାଥିବା ନମ୍ବର ଭିତରେ ରହିଥାଏ ଅନେକ ତଥ୍ୟ…

ଆମ ଦେଶରେ ଯାନବାହାନର ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟକୁ ନେଇ ରହିଛି ଅନେକ କଡା ନିୟମ।ଏଥିରେ ସାମାନ୍ୟ ବ୍ୟତୀକ୍ରମ ହେଲେ ଚାଳକଙ୍କୁ ଗଣିବାକୁ ପଡିବ ତଣ୍ଡ । ଏପରିକି ନମ୍ବର ପ୍ଲେଟର ସାଇଜକୁ ନେଇ ମଧ୍ୟ ରହିଛି ଅନେକ ନିୟମ । ତେବେ ଏହି ନମ୍ବର ପ୍ଳେଟ ପଛରେ ଲୁଚିଛି ଅନେକ ରହସ୍ୟ । ଏହି ତଥ୍ୟ ଜାଣିଥିଲେ ଆପଣ ଯେକୌଣସି ଗାଡିର ନମ୍ବର ପ୍ଲେଟ ଦେଖ ଦେଖିଦେଲେ ତୁରନ୍ତ ଜାଣିଯିବେ ଗାଡିର ଡିଟେଲ୍ସ ।

ଅନେକ ସମୟରେ କିଛି ଭିଆଇପି କିମ୍ବା ଫ୍ୟାନ୍ସି ନମ୍ବର ପ୍ଲେଟ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଥିବ। ଏହି ମେଟାଲ ପ୍ଲେଟ ଉପରେ ଲେଖାଥିବା ନମ୍ବର ଭିତରେ ରହିଥାଏ ଅନେକ ତଥ୍ୟ । ପ୍ରକୃତରେ ଏହା କୌଣସି ଗାଡିର ରେଜିଷ୍ଟ୍ରେସନଠାରୁ ଆରମ୍ଭ କରି ଏକାଧିକ ତଥ୍ୟକୁ ସୂଚାଇଥାଏ ।ଗାଡିର ନମ୍ବର ପ୍ଳେଟକୁ ଲାଇସେନ୍ସ ପ୍ଲେଟ୍ ବି କୁହାଯାଏ । ଏହା ଏକ ଧାତୁରେ ପ୍ରସ୍ତୁତ ହୋଇଥାଏ । ଯାହା ଗାଡିର ସମସ୍ତ ତଥ୍ୟକୁ ଧାରଣ କରିଥାଏ । ଏସବୁ ତଥ୍ୟକୁ ଏକ ନିର୍ଦ୍ଦିଷ୍ଟ ସାଇଜର ପ୍ଲେଟରେ ବିଭି୍ନ ନମ୍ବର ଓ ବିଭିନ୍ନ ଚିହ୍ନ ଦ୍ୱାରା ସୂଚାଯାଇଥାଏ । ନମ୍ବର ପ୍ଲେଟର ୪ଟି ଭିନ୍ନ ଭିନ୍ନ ଅଂଶ ଥାଏ ଏବଂ ପ୍ରତି ଅଂଶର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା ଅର୍ଥ ଥାଏ । ଗାଡିର ଉଭୟ ଆଗ ଓ ପଛରେ ନମ୍ବର ପ୍ଲେଟ ଲଗାଇବାକୁ ନିର୍ଦ୍ଦେଶ ରହିଛି । ହେଲେ ଆଗ ଓ ପଛ ନମ୍ବର ପ୍ଳେଟ ମଧ୍ୟ ଅଲଗା ଅଲଗା ସାଇଜର ହୋଇଥାଏ, ଯାହା ସମ୍ପୃକ୍ତ ଗାଡିର ଚିହ୍ନଟ ପାଇଁ ସାହାଯ୍ୟ କରିଥାଏ ।

ମୋଟର ଭେଇକିଲ ଅଧିନିୟମ ୫୦ ଓ ୫୧ ଅନୁସାରେ ବ୍ୟକ୍ତିଗତ ତଥା ଘରୋଇ ଯାନବାହାନ ତଥା ହାଲକା ୪ ଚକିଆ ଗାଡି ପାଇଁ ନମ୍ବର ପ୍ଲେଟ ଧଳା ପୃଷ୍ଟଭୂମି ଉପରେ କଳା ରଙ୍ଗର ଅକ୍ଷରରେ ଲେଖାଯାଏ । ହେଲେ ବାଣିଜ୍ୟିକ ବାହାନ କିମ୍ବା କମର୍ସିଆଲ ଗାଡି ପାଇଁ ହଳଦିଆ ରଙ୍ଗ ପୃଷ୍ଠଭୂମି ଉପରେ କଳା ଅକ୍ଷରରେ ନମ୍ବର ଲେଖାଯିବାର ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ନମ୍ବର ପ୍ଲେଟରେ ଥିବା ବିଭିନ୍ନ ଚିହ୍ନର ବିଶେଷତ୍ତ୍ୱ ବାବଦରେ ।

ପ୍ରତି ନମ୍ବର ପ୍ଲେଟକୁ ମୁଖ୍ୟତଃ ୫ଟି ଭାଗରେ ବିଭକ୍ତ କରାଯାଇଛି । ଏସବୁ ଭାଗକୁ ବୁଝିପାରିଲେ ଆପଣ ଯେ କୌଣସି ଗାଡିର ଡିଟେଲ୍ସକୁ ଅତି ସହଜରେ ଜାଣି ପାରିବେ ।

ନମ୍ବର ପ୍ଲେଟର ପ୍ରଥମ ଭାଗ କେନ୍ଦ୍ର ଶାସିତ ଅଞ୍ଚଳ ବା କୌଣସି ରାଜ୍ୟକୁ ସୂଚାଏ । ଏହାକୁ ୨ଟି ଅକ୍ଷରରେ ସୂଚିତ କରାଯାଇଥାଏ । ଯେପରି ମହାରାଷ୍ଟ୍ରରେ ଗାଡି ଗୁଡିକୁ ଏମଏଚ କୋଡରେ ସୂଚାଯାଉଥିବାବେଳେ ଓଡିଶାର ଓଆର ଭାବରେ ସୂଚାଯାଏ ।ଏଥିରେ ଆପଣ ଜାଣିପାରିବେ ଗାଡି କେଉଁ ରାଜ୍ୟରୁ କିଣାଯାଇଛି।

ପ୍ଲେଟର ଦ୍ୱିତୀୟ ଭାଗ ୨ଟିକିଆ ନମ୍ବର ଲେଖାଯାଇଥାଏ । ପ୍ରତି ରାଜ୍ୟରେ ଥିବା ଜିଲ୍ଲା ବାବଦରେ ଏଥିରୁ ଜଣାପଡେ । ଏହା ଉକ୍ତ ଜିଲ୍ଲାର କୋଡ୍କୁ ସୂଚାଏ।

ନମ୍ବର ପ୍ଲେଟର ତୃତୀୟ ଅଂଶରେ ଦୁଇଟି ଅକ୍ଷର ଥାଏ, ଯାହା ଗାଡି ରେଜିଷ୍ଟ୍ରେସନର ତକ୍ରାଳୀନ ସିରିଜକୁ ସୂଚାଏ । ଜାଡି କେତେ ପୁୁରୁଣା ଏହି ଏହି ଦୁଇଟି ଅକ୍ଷରକୁ ଦେଖିଲେ ଜଣାପଡିଯାଏ।

ଏହା ପରେ ୪ଟି ସଂଖ୍ୟା ଲେଖାହୋଇଥାଏ, ଯାହା ଗାଡିର ସ୍ୱତନ୍ତ୍ର ରେଜିଷ୍ଟ୍ରେସନ୍ ନମ୍ବର ଅଟେ।ଚାଳକ ନିଜ ପସନ୍ଦରେ ଏହି ନମ୍ବରକୁ ବାଛିପାରିବେ । ବେଳେ ବେଳେ ନିଜ ପସନ୍ଦର ନମ୍ବର ପାଇବାକୁ ଆରଟିଓରୁ ଏହି ନମ୍ବରକୁ କିଣିବାକୁ ପଡେ, ଯେଉଁଥିପାଇଁ ଗାଳକଙ୍କୁ ସାମାନ୍ୟ ଦର ଠାରୁ ଅଧିକ ଅର୍ଥ ଦେବାକୁ ପଡେ ।

ଏହା ବ୍ୟତୀତ ପ୍ଲେଟର ଗୋଟିଏ କୋଣରେ ‘’ ଲେଖାଥାଏ । ଗାଡି ଭାରତରେ ରେଜିଷ୍ଟ୍ରେସନ ହୋଇଛି ବୋଲି ଏଥିରୁ ସ୍ପଷ୍ଟ ହୁଏ । ଏହା ଉପରେ ଅଶୋକ ଚକ୍ର ଚିହ୍ନ ଥାଏ । ଏହା କ୍ରୋମିୟମ ବେସଡ୍ ଥାଏ । ଏହାତଳେ ନମ୍ବର ପ୍ଲେଟର ଲେଜର ପିନ୍ କୋଡ୍ ଦିଆଯାଇଥାଏ ।

ଆପଣ ଯଦି ନମ୍ବର ପ୍ଲେଟରେ ଥିବା ବିଭିନ୍ନ ଚିହ୍ନର ଅର୍ଥ ବୁଝିଥିବେ ତାହେଲେ ଯେକୌଣସି ଗାଡିର ନମ୍ବର ପ୍ଲେଟ ଦେଖୁଦେଖୁ ହିଁ ତାହା ବାବଦରେ ପୁରା ଡିଟେଲ୍ସ ଆପଣ ପାଇଯିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେଣୁଧର ସୂତାର ଙ୍କ କବିତା // ପ୍ରତୀକ୍ଷା ର ପ୍ରତିଧ୍ବନି

Sunil Chandra Nayak

ଭାରତରେ ରିଭର କ୍ରୁଜ୍‌ର ନୂଆଯୁଗ

Sunil Chandra Nayak

ଜମିଜମା କିଣାବିକା ପାଇଁ ବଦଳିଲା ନିୟମ , ଜମି ରେଜିଷ୍ଟ୍ରେସନ ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ.

Leave a Comment

error: Content is protected !!