ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ, ତା. ୦୬,୦୫,୨୦୨୩  // ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍, ଆସନ୍ତା କାଲି ୭ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ସୂଚନା ପ୍ରାପ୍ତି ଓ ପ୍ରସ୍ତୁତି ନିମନ୍ତେ ସମସ୍ତ ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦେଶ ଦେଇଛନ୍ତି । ଆମ୍ବୁଲାନ୍ସ ଏବଂ ଆବଶ୍ୟକ ଔଷଧ ସହିତ ଡାକ୍ତରୀଦଳକୁ ପ୍ରସ୍ତୁତ ରଖିବାକୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧ୍ୟାକାରୀଙ୍କୁ କହିଛନ୍ତି । ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ, ବୃଦ୍ଧାଙ୍କୁ ପୂର୍ବରୁ ଚିହ୍ନଟ କରି ଆବଶ୍ୟକ ହେଲେ ସେମାନଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାର ସମସ୍ତ ବହୁମୂଖୀ ଆଶ୍ରୟ ସ୍ଥଳୀ, ବିଦ୍ୟାଳୟ ଖୋଲା ରଖ୍ ଆବଶ୍ୟକ ଶୁଖୁଲା ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖୁବାକୁ କହିଛନ୍ତି । ବୃକ୍ଷ ଭାଙ୍ଗି ରାସ୍ତା ଅବରୋଧ ହେଲେ ଓଡ୍ରାଫ୍ ଟିମର ସହଯୋଗରେ ଯଥା ଶୀଘ୍ର ରାସ୍ତା ସଫାର ବ୍ୟବସ୍ଥା କରିବାକୁ ସେ ଅଗ୍ନିଶମ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ତୁରନ୍ତ ମରାମତି କରି ବିଦ୍ୟୁତ ଯୋଗାଣକୁ ସ୍ବାଭାବିକ କରିବାକୁ ସେ ଗୁରୁତ୍ବ ପ୍ରଦାନ କରିଛନ୍ତି । ଗନ୍ଦିଆ ଏବଂ ଭୁବନର ତଳି ଅଞ୍ଚଳରେ ଦେଶୀ ଡଙ୍ଗା ପ୍ରସ୍ତୁତ ରଖୁବାକୁ ବିଡିଓ ମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାରେ ଯେପରି କାହାରି ଧନଜୀବନ ନଷ୍ଟ ନ ହୁଏ ସେଥ୍ୟପ୍ରତି ସମସ୍ତ ବିଡିଓ, ତହସିଲଦାର, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ  ଦେଇଛନ୍ତି । 

ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର (ରାଜସ୍ବ), ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ଶ୍ରୀ ସରୋଜ କୁମାର ଦତ୍ତ (ପ୍ରଶାସନ), ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ, ଓସଡମାର ଡି.ଆର.ଆର. କନ୍‌ଲଟାଣ୍ଟ ଶ୍ରୀମତୀ ସଙ୍ଗୀତା ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ସମ୍ବିତ ରାଉତରାୟ

Sunil Chandra Nayak

କଟିଆରେ ଖ୍ରୀଷ୍ଟୀୟ  ଆତ୍ମିକ ଉଦ୍ଧିପନା କାର୍ଯ୍ୟକ୍ରମ

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଡ଼ହଗାଁ ହାଇସ୍କୁଲରେ ଖୋଲିଲା ଗଭୀର ନଳକୂପ

Sunil Chandra Nayak

Leave a Comment

error: Content is protected !!