ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶୀତଳ ଷଷ୍ଠୀ ପୂଜାର ଅବ୍ୟବହିତ ପୂର୍ବରୁ ପରମ୍ପରା ଅନୁସାରେ ବିଶ୍ୱେଶ୍ୱର ମହାଦେବ ମନ୍ଦିରରେ ଥାଳ ଉଠା ପାଇଁ ପୂଜାର୍ଚ୍ଚନା ଅନୁଷ୍ଠିତ

ରୁପ୍ରା, ୭/୫ (ମନିସ) : ନର୍ଲାବ୍ଲକ୍ ର ସର୍ବ ପୁରାତନ ଶୈବ ପୀଠ ରୁପ୍ରା-ଖମ୍ବପଡା ସ୍ଥିତ ବିଶ୍ୱେଶ୍ୱର ଶୈବପୀଠରେ ଶୀତଳଷଷ୍ଠୀ ଉପଲକ୍ଷେ ପୂଜାର୍ଚ୍ଚନାର ଅବ୍ୟବହିତ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ବିଶ୍ୱେଶ୍ୱର ମହାଦେବ ମନ୍ଦିର ପରିସରରେ ପରମ୍ପରା ଅନୁସାରେ ଆଜି ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ପୂଜାର୍ଚ୍ଚନା କାର୍ଯ୍ୟରେ ମହାଦେବ ଶିବଙ୍କ ପିତା ଓ ମାତା ଭାବରେ ରୁପ୍ରା ପଞ୍ଚାୟତ ଅଧିନ ଧଅଁରାମାଲ୍ ଗ୍ରାମର ବ୍ରଜ ରଣା ଓ ତାଙ୍କ ଧର୍ମପତ୍ନୀ ବିଦୁସୂତା ରଣା ତଥା ମାତା ପାର୍ବତୀଙ୍କ ପିତାମାତା ଭାବରେ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ ସାଲିଙ୍ଗ୍ ଗ୍ରାମର ଯୁଧିଷ୍ଠିର ସାହୁ ଓ ତାଙ୍କ ଧର୍ମପତ୍ନୀ ମତି ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ନିର୍ବାହ କରିଥିଲେ। ସୂଚନା ମୁତାବକ ଆସନ୍ତା ମେ ୨୪ରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଜ୍ୟେଷ୍ଠ ପଞ୍ଚମୀ ଦିନ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଥାଳଉଠା କାର୍ଯ୍ୟକ୍ରମରେ ପୂଜକ ଭାବେ ପୂର୍ଣ୍ଣଚନ୍ଦ୍ର ପୁଝାରି ଦାୟିତ୍ୱ ନିର୍ବାହ କରିଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ହରେକୃଷ୍ଣ ସାହୁ, ଜେମନ୍ତ ପୁଟେଲ, ପ୍ରତାପ ପଟ୍ଟନାୟକ, ସୁବାଷ ପୁଟେଲ, ମନୋଜ ସାହୁ, ଗୋପାଳ ପୁଝାରି, ଗୋବିନ୍ଦ ସାହୁ, ଡମ୍ବରୁ ବାଗ, ସୁଜିତ ରଣା, ଯୁବରାଜ ସାହୁ, ହରିଶ୍ଚନ୍ଦ୍ର ସାହୁ ଓ ତୁମେଶ୍ୱର ରଣା ପ୍ରମୁଖଙ୍କ ସମେତ ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଓ ଯୁବ ଗାଳ୍ପିକ ତଥା ଶିକ୍ଷକ ଡିଲେଶ୍ୱର ରଣା ଉପସ୍ଥିତ ରହି ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

Vishwakarma Puja Celebrated with Grandeur at IMFA, Therubali

Sunil Chandra Nayak

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

Sunil Chandra Nayak

କାମାକ୍ଷାନଗର ଅଂଚଳ ର ବିଭିନ୍ନ ଜାଗା ରେ ବେଶ୍ ଧୁମ ଧାମ ରେ ମକର ସଂକ୍ରାନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!