ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଶ୍ରୀ ଦୁତୀୟ ବନଛୋରଙ୍କ ତତ୍ବାବଧାନରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା(ହଜାରୀପଡା ) ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଆନ୍ତର୍ଜାତୀୟ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯାଇଛି l ଏହି ପୃଥିବୀ ପୃଷ୍ଠରେ ବସବାସ କରୁଥିବା ମନୁଷ୍ୟ ସମାଜ ଓ ସମସ୍ତ ଜୀବଜନ୍ତୁ ମାନଙ୍କ ପାଇଁ ଜଳର ଆବଶ୍ୟକତା ବହୁତ ଅଛି l ଆଗାମୀ ଦିନରେ ଭବିଷ୍ୟତ ପୀଢ଼ି ମାନଙ୍କ ପାଇଁ ଜଳ ସଂରକ୍ଷଣ କରିବା ନିହାତି ଜରୁରୀ ଅଟେ l ତେଣୁ କଳାରୁଦ୍ର ଯୁବକ ସଂଘ ଓ ରାମଜୀ ସାଂସ୍କୃତିକ ଅନୁଷ୍ଠାନ କୁସୁର୍ଲା (ହଜାରୀପଡା) ପକ୍ଷରୁ ବିଭିନ୍ନ ସ୍ଥାନର କାନ୍ଥବାଡ଼ରେ ଚିତ୍ରାଙ୍କନ ଓ ଲେଖା ମାଧ୍ୟ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି l ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ଗ୍ରାମର ମୁଖ୍ୟ ଅକ୍ଷୟ ସାହୁ, ଜଳନ୍ଧର ସାହୁ, ଜଗନ୍ନାଥ ସାହୁ, ସୁରେନ୍ଦ୍ର ସାହୁ, ସୁବାଶ ସାହୁ, ଇନ୍ଦ୍ରମାଣି ସାହୁ, ଦୟାନିଧି ସାହୁ, ହରପ୍ରସାଦ ସାହୁ, ନୀଳକଣ୍ଠେଶ୍ଵର ସାହୁ, ତ୍ରିଲୋଚନ ସାହୁ, ରମେଶ ସାହୁ, କବିରାଜ ସାହୁ ସହଯୋଗ କରିଥିବା ବେଳେ ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାତ ଦିନିଆ ବ୍ୟାପି ନିଃଶୁଳ୍କ ଯୋଗ, ଉଚ୍ଚ ରକ୍ତଚାପ ଓ ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ 

masiha

ଖଣି ସହର ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ,ସମସ୍ୟା ଭୋଗିଲେ ବିଦ୍ୟାର୍ଥୀ କାଲିଠାରୁ ପରୀକ୍ଷା ଆରମ୍ଭ

masiha

ନବରଙ୍ଗପୁର କଲେଜକୁ ସରକାରୀ ଘୋଷଣା ପାଇଁ ଦାବି ଦୋହରାଇଲା ଆଲୁମିନାଇ କମିଟି

Sunil Chandra Nayak

Leave a Comment

error: Content is protected !!