ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର କଲେଜ ଦ୍ୱାରା ମାସିକିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ

ନବରଙ୍ଗପୁର—-(ମସିହା) ନବରଙ୍ଗପୁର ମହାବିଦ୍ୟାଳୟ ଆନୁକୂଲ୍ୟରେ ଗତ ଦୁଇ ସପ୍ତାହ ତଳୁ ଆରମ୍ଭ ହୋଇଥିବା ଏକ ମାସକିଆ ଫୁଟବଲ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଖେଳାଳି ମାନଙ୍କ ମନୋବଳ ବଢ଼େଇବା ସହ ଉକ୍ତ ପ୍ରଶିକ୍ଷଣ ଦ୍ୱାରା ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଖେଳାଳି ମାନେ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି କହିଛନ୍ତି। ଏହି ଅବସରରେ ପ୍ରଶିକ୍ଷଣ ଶିବିର ର ନବରଙ୍ଗପୁର ର ବିଶିଷ୍ଟ ଫୁଟବଲ ଖେଳାଳି ତଥା କୋଚ ଅଶୋକ ପାତ୍ର(ବାବୁ) ନିଜର ସମସ୍ତ ପ୍ରକାର ଅନୁଭବ କୁ ଖେଳାଳିଙ୍କ ମଧ୍ୟରେ ବାଣ୍ଟୁ ଥିବାର ଦେଖାଯାଇଛି।ଏହି ଶିବିରରେ ଜିଲ୍ଲାର କୋଣ ଅନୁକୋଣରୁ ଉଭୟ ପୁରୁଷ ଓ ମହିଳା ଖେଳାଳି ଭାଗ ନେଇଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ମାସିକିଆ ଫୁଟବଲ ପ୍ରଶିକ୍ଷଣ ଶିବିର କୁ କଲେଜ ର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଫୁଟବଲ ଖେଳ ପ୍ରତି ନବରଙ୍ଗପୁର ମହାବିଦ୍ୟାଳୟ ଏପରି ଏକ ଅଭିନବ ପ୍ରୟାସ କୁ ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ, ଉପସଭାପତି ଏମ. ବାଳାକୃଷ୍ନ ସମେତ ଜିଲ୍ଲାର ସମସ୍ତ ଖେଳ ପ୍ରେମୀ ଭୁରି ଭୁରି ପ୍ରଶଂସା କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଭାରତୀୟ ଯୁବ ହଷ୍ଟେଲସ ର ମୁକ୍ତ ସନ୍ତରଣ ପ୍ରତିଯୋଗିତା

ମା ବସ୍ତରେନ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!