ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନବରଙ୍ଗପୁର ପୋଲିସ କୁ ମିଳିଛି ବଡ ସଫଳତା       

ନବରଙ୍ଗପୁର—(ମସିହା)ନବରଂଗପୁର ଏକ ବିଶ୍ବସ୍ଥ ସୂତ୍ରରୁ ଗତ ରାତିରେ ଖବର ପାଇ ନବରଂଗପୁର ଥାନା ପୋଲିସ୍ ଗୋଟିଏ ଗ୍ୟାଙ୍ଗକୁ ଠାବ କରି ୯ ଜଣ ଅପରାଧୀଙ୍କୁ ଗିରଫ କରିଛି। ଗ୍ୟାଙ୍ଗରେ ଥିବା ୯ ଜଣ ଚିଲିଗୁଡା ନିକଟସ୍ଥ ଏକ ଆମ୍ବ ତୋଟା ଠାରେ ଏକତ୍ର ବସି ବାଣିଆ ଠାରେ ଅବସ୍ଥିତ ମା ଭଣ୍ଡାର ଘୋରଣୀ କେସ୍ୟୁ ପ୍ରୋସେସିଂ ଉପରକୁ ଡକାୟତି କରିବାକୁ ପ୍ରସ୍ତୁତି କରୁଥିଲେ। ପୋଲିସ୍ ସେମାନଙ୍କ ପାଖରୁ ଗୋଟିଏ ଖଣ୍ଡା,ଗୋଟିଏ ଛୁରୀ,ଦୁଇଟି ଲୁହା ଛଡ,ଗୋଟିଏ ପିଲର,ସ୍କୃ ଡ୍ରାଇଭର,୭ଟି ମୋବାଇଲ,୭୦୦ ଟଙ୍କା ନଗଦ ପାଇଥିବା ସୂଚନା ଏସପି ଏସ ସୁଶ୍ରୀ କହିଥିଲେ। ଏହା ସହ ସ୍ଥାନୀୟ ନବରଂଗପୁର ଓ ଅନେକ ସ୍ଥାନରେ ସେମାନେ ବିଭିନ୍ନ ଅଘଟଣ ଘଟାଇ ଜିଲ୍ଲା ବାହାର ଥାନା ମାନଙ୍କରେ କେସ ରହିଥିବା ସୂଚାଇଛନ୍ତି। ୯ ଜଣ ଅପରାଧି ହେଲେ ତୁଲାରାମ ହରିଜନ ବୟସ୨୭ ନିଶନାହାଣ୍ଡି, ଘାଷିରାମ ହରିଜନ ବୟସ୨୬ ବି ମାଳିଗୁଡା, ମଧୁସୂଦନ ଗୌଡ ବୟସ୨୨ ସରୁ ଗୁଡ଼ା ଅରୁଣ ହରିଜନ ବୟସ୨୬ ପଠାନ ଗୁଡ଼ା, ରାଜେଶ ହରିଜନ(ବାବୁଲା) ବୟସ୪୩ ନିଶନା ହାଣ୍ଡି, ବାବୁନି ନାୟକ ବୟସ୩୪ ଖାତି ଗୁଡ଼ା, ହରିରାମ ହରିଜନ ବୟସ୩୫ କଇଗୁଡ଼ା ,ଏଡଉଇନ ଡଙ୍ଗ୍ରି ବୟସ୨୮, ରାମ ହରିଜନ ବୟସ ୨୬ ଭତ୍ରାସିଉନି ସମସ୍ତେ ନବରଙ୍ଗପୁର ଜିଲ୍ଲା ହୋଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ପୁଲିସ କୋରାପୁଟ ଅଞ୍ଚଳରୁ ହରିୟାଣାକୁ ହେଉଥୁଲା ଚାଲାଣ

masiha

ମୁଣ୍ଡାଠାକୁରା ଶିବ ମନ୍ଦିରରେ କଳା କନା ଵୁଲେଇଲେ ଦୁବୃର୍ତ୍ତ 

masiha

କଳାହାଣ୍ଡି ଏମଭିଆଇ ଚଢ଼ାଉ, ବେଆଇନ ଭାବେ ଟୁରିଷ୍ଟ ପରମିଟରେ ଯାତ୍ରୀ ପରିବହନ ଅଭିଯୋଗରେ ୫ ବସ ଅଟକ

Leave a Comment

error: Content is protected !!