ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ଦ୍ଵାରା ରୂପାନ୍ତରିତ  ଚିଚିଆ ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ  ଦ୍ଵାରା ଲୋକାର୍ପିତ

ଗୋଳାମୁଣ୍ଡା/୮/୫/୨୦୨୩/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲାରେ ତୃତୀୟ ପ୍ରାଯ୍ୟାୟରେ୧୧୫ଉଚ୍ଚ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ  ହୋଇ ଯାଇଛି।ଏହି ଉପଲକ୍ଷେ କଳାହାଣ୍ଡି ଜିଲ୍ଲାପାଳ, ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ଧର୍ମଗଡ଼ ବିଧାୟକ ମୌସୁଧି ବାଗ, ଭୂପେନ୍ଦ୍ର ସିଂହ, ଜିଲ୍ଲା ପରିଷଦ ଚେୟାରମ୍ୟାନ, ସମେତ ବହୁ ମାନ୍ୟଗଣ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ ଏହି ସମୟରେ ଫାଇଭଟି ସଚିବ ଭି, କେ, ପଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ଗୋଳାମୁଣ୍ଡା ବ୍ଲକରେ ମଧ୍ୟ ୭ଟି ହାଇସ୍କୁଲ ଲୋକାର୍ପଣ ହୋଇଥିଲା । ତାହାହେଉଛି କେଗାଁ ଆଞ୍ଚଳିକ ହାଇସ୍କୁଲ, ଚିଚିଆ ସରକାରୀ ହାଇସ୍କୁଲ, ରେଙ୍ଗସାପାଳି ହାତିରାମ ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ ହାଇସ୍କୁଲ ଧମାନପୁର, ଚପରିଆ, କୁହୁରା ଓ ଉଛଲା ହାଇସ୍କୁଲ ନିମନ୍ତେ ଅପରାହ୍ନ ୫ଟା ସମୟରେ ବହୁ ସୁନ୍ଦର ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ । ସେହି ପରି ଚିଚିଆ ହାଇସ୍କୁଲରେ ମଧ୍ୟ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ମୁଣ୍ଡଙ୍କ ସଭାପତିତ୍ୟରେ ଓ ମୁଖ୍ୟ ଅତିଥି, ସମାନିତଅତିଥି ଚିଚିଆ ସରପଞ୍ଚ ମଦନ ପୁଟେଲ, ଚିଚିଆ ହାଇସ୍କୁଲର ପ୍ରଥମ ବର୍ଷର ପୁରାତନ ଛାତ୍ର ରାମକୁମାର ସେନାପତି,ଲାଖୁର ଭଟା ୱାର୍ଡମେମ୍ୱର ଲିଙ୍ଗ ପୁଟେଲ, ସାରସଗୁଡା ୱାର୍ଡମେବର ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ର ଛାତ୍ରୀ ବୃନ୍ଦଙ୍କ ଉପସ୍ଥିତରେ ସରପଞ୍ଚ ଓ ପ୍ରଧାନ ଶିକ୍ଷକ, ଅତିଥି ଙ୍କ ଦ୍ଵାରା ସର୍ଵ ପ୍ରଥମେ ଚିଚିଆ ଗ୍ରାମର ଇଷ୍ଟଦେବୀ ମାଆ ସେମଲେନ ଓ ପରେ ବିଘ୍ନବିନାଶକ ଗଣପତି ଗଜାନନ ଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପ ଅର୍ପଣ କରିଥିଲେ,ଏହା ପରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ମୁଣ୍ଡ ପ୍ରାଞ୍ଜଳ ଭାବରେ 5T ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଏହା ପରେ ସରପଞ୍ଚ ମଦନ ପୁଟେଲ ତାଙ୍କର ବକ୍ତବ୍ୟ ପ୍ରଦାନ ରଖିଥିବା ବେଳେ ଚିଚିଆ ପୁରାତନ ଛାତ୍ର ରାମକୁମାର ସେନାପତି ଚିଚିଆ ହାଇସ୍କୁଲ କିପରି ଓ କାହା କାହା ଅବଦାନରେ ଗଢି ଉଠିଥିଲା ସମ୍ୟକ ଭାବେ ସୂଚନା  ପ୍ରଦାନ କରିଥିଲେ,ଉକ୍ତ କାର୍ଯ୍ୟକ୍ରମର ସୁନ୍ଦର ଭାବରେ ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷକ ସୁବୋଧ କାନ୍ତ ପଟ୍ଟଯୋଶୀ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ବନ୍ଧୁଗାଁ ବ୍ଲକରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିରରେ ୫୫ ଟି ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ସ୍କୁଲ ସମସ୍ୟାକୁ ନେଇ ସରପଞ୍ଚ ଙ୍କ ତଦାରଖ

Sunil Chandra Nayak

୨୫ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!