ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସୀ ଗାଁରେ ୫ ଟି ସ୍କୁଲ ଲୋକାର୍ପିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଠାରେ ଦାସୀ ଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର୫ ଟି ସ୍କୁଲ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ବଡ଼ତିଆ ଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ରେ ଅତିଥିଭାବେ ସରପଞ୍ଚ ପ୍ରମୋଦିନି ପ୍ରହରାଜ ,ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ,ନ।ଏବ ସରପଞ୍ଚ କବିତା ପ୍ରହରାଜ ,ଶିକ୍ଷକ ଆଦିତ୍ୟ ପଣ୍ଡା ,ବ୍ରଜେନ୍ଦ୍ର ପଣ୍ଡା ,ସରସ ଚନ୍ଦ୍ର ସାହୁ ,ବାଳ କୃଷ୍ଣ ବାଗ ,ମଦନ ମୋହନ ମୁଣ୍ଡ ,ଗୋପୀନାଥ ବାଗ ତଥା ଗ୍ରାମର ସତ୍ୟନ୍ଦ୍ର ନାଥ ପ୍ରହରାଜ ,ସୂର୍ଯ୍ୟ ପଣ୍ଡା ,ନାରାୟଣ ପାଢ଼ୀ ,ବିରଞ୍ଚି ପ୍ରହରାଜ ,ଶରତ ଚନ୍ଦ୍ର ପଣ୍ଡା ,ବିକାଶ ଖମାରି ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ବିକାଶ ଉପରେ ଆଲୋକପାତ କରିଥିଲେ ।ସେହିପରି ତଲମଲା ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ମଧ୍ୟ ୫ ଟି ସ୍କୁଲ ଲୋକାର୍ପିତ ହୋଇଥିଲା ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ସେନାପତିଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ତହସିଲ ପାଲଟିଛି ସ୍ଥାଣୁ : ଅଧିକାଂଶ ସମୟ ରେ ତହସିଲଦାର ଙ୍କ ଦେଖା ମିଳୁନି

Sunil Chandra Nayak

ଟାଟା-ବାଦାମପାହାଡ ଟ୍ରେନ ରୁ ଦୁଇ ନାବାଳକ ଉଦ୍ଧାର

Sunil Chandra Nayak

ଟେମରା ପଂଚାୟତରେ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!