ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ପ୍ରସ୍ତୁତି

ନବରଙ୍ଗପୁର, ୧୦/୦୫(ମସିହା) ଆସନ୍ତା ୧୩ ତାରିଖ ଶନିବାର ଦିନ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଟିତ ହେବାକୁ ଯାଉଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ. ସଂଜୀବ ଦୁବେ ଆଦେଶ କ୍ରମେ ନବରଙ୍ଗପୁର, ଉମରକୋଟ, ରାଇଘର, ଚନ୍ଦହାଣ୍ଡି ଓ ଝରିଗାଁ ରେ ଥିବା ବିଚାରାଳୟ ଗୁଡିକରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୩ ଅନୁଷ୍ଟିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଧମା ଯଥା-ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟ।ଙ୍କ ଋଣ, ବିଦୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ଇତ୍ୟାଦି ମକଦ୍ଧମାର ଅପୋକ୍ଷ ସହମତିରେ ସହଜ, ଚୁଡାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ । ଏହି ଲୋକ ଅଦାଲତରେ କେବଳ ବିଚାରଧୀନ ମକଦ୍ଧମା ନୁହେଁ, ବରଂ ପ୍ରାକ- ମକଦ୍ଧମା ସ୍ତରୀୟ (ମକଦ୍ଧମାକୁ ଯିବା ପୂର୍ବରୁ) ବିବାଦ ଯଥା- ବ୍ୟ।ଙ୍କ ଋଣ ଦେୟ, ବିଜୁଳି/ ଜଳଯୋଗାଣ ଦେୟ, ଚେକ ବାଉନ୍ସ ସମ୍ବଦ୍ଧିୟ ବିବାଦ, ଶ୍ରମବିବାଦ ଇତ୍ୟାଦିର ଅପୋକ୍ଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଯୋଗାଯୋଗ ନମ୍ବର. ୦୬୮୫୮-୨୨୨୪୪୫.

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନନ୍ଦାହାଣ୍ଡି ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଝିରପାଣି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

masiha

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

Leave a Comment

error: Content is protected !!