ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ 

 ଢେ଼ଙ୍କାନାଳ(ମ ସୀ ହା)୦୯/୦୫_ ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଢେଙ୍କାନାଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଢେଙ୍କାନାଳ ଜିଲ୍ଲା କଳା,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାଲକୋର ନିର୍ଦ୍ଦେଶକ(କମର୍ସିଆଲ) ଶ୍ରୀ ସଦାଶିବ ସାମନ୍ତରାୟ ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଶ୍ରୀ କୃଷ୍ଣଚନ୍ଦ୍ର ଆଇଚ୍ ପ୍ରମୁଖ ଯୋଗ ଦେଇଥିଲେ । 

 କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ, ସାରସ୍ୱତ ସାଧକ ପଦ୍ମଶ୍ରୀ ପଣ୍ଡିତ ଡଃ. ଅନ୍ତର୍ଯ୍ୟାମୀ ମିଶ୍ର, ଚଳଚିତ୍ର ପ୍ରଯୋଜନ ଘନଶ୍ୟାମ ମହାପାତ୍ର, ଆରକ୍ଷୀ ଅଧିକାରୀ, ଆସିକା ଶ୍ରୀ ପ୍ରଶାନ୍ତ ସାହୁ, ପରିବେଶବିତ୍ ଶୁଭ୍ରାଂଶୁ ସତପଥି , ସମାଜ ସେବିକା ସୁଶ୍ରୀ ଅଙ୍କିତା ସାହୁ ଏବଂ ସମାଜସେବୀ ଦଣ୍ଡଧର ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଢେଙ୍କାନାଳ ଉତ୍ସବ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା ତଥା ରାଜ୍ୟରେ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦର ସଂପାଦକ ଶ୍ରୀ ପ୍ରେମାନନ୍ଦ ବିଶ୍ୱାଳଙ୍କୁ ‘ଢେଙ୍କାନାଳ ଗୌରବ ସମ୍ମାନ’ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ରାଉଲକେଲା ସହରରୁ ହକି ବିଶ୍ଵ କପ୍ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଉଦେଶ୍ୟରେ ଵାହାରିଥିଵା ସାଇକେଲ ଯାତ୍ରୀ ଙ୍କୁ ସ୍ଵାଗତ ଜଣାଇଲେ ନଗରପାଳ ଧର୍ମାନନ୍ଦ

Sunil Chandra Nayak

ଓ୍ବାଇବିପିଏସ ରୁପ୍ରାରୋଡର ବାର୍ଷିକୋତ୍ସବ ଉଦଯାପିତ

masiha

ଜୟପାଟଣା:ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଭବ୍ୟ ଆୟୋଜନ ଯୋଗୁଁ ଭେଜିଗୁଡା ପ୍ରଥମ ସ୍ଥାନ ଅଧିକାର କରିଛି

Sunil Chandra Nayak

Leave a Comment

error: Content is protected !!