ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବିଧାୟକ୍ ମହେଶ୍ଵର ବରାଡ଼ ଙ୍କ ଧର୍ମ ପତ୍ନୀ ଙ୍କ ପରଲୋକ

ଜୁନାଗଡ଼,୧୦/୫(ମ ନି ସ) ଜୁନାଗଡ ର ପୂର୍ବତନ ବିଧାୟକ୍ ସ୍ଵର୍ଗତ ମହେଶ୍ଵର ବରାଡ଼ ଙ୍କ ଧର୍ମ ପତ୍ନୀ ପାର୍ବତୀ ବରାଡ଼ ଙ୍କ ନିଜସ୍ଵ ବାସ ଭବନରେ ପରଲୋକ ହୋଇଯାଇଛି l ସେ ଦୀର୍ଘ ଦିନ ରୁ ଶଯ୍ୟାଶାୟୀ ଥିଲେ l ମୃତ୍ୟୁ ବେଳ କୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା l ମୃତୁ ଶଯ୍ୟାରେ ତାଙ୍କର ୫ଝିଅ ଓ ୩ ପୁଅ ଉପସ୍ଥିତ ରହି ଥିଲେ। ସେ ପୂର୍ବତନ ଏନ୍ ଏ ସି ଅଧକ୍ଷ ସୁଧାଂଶୁ ବରାଡ଼ ଓ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ମାତୃ ଅଟନ୍ତି l ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ l ତାଙ୍କ ବିୟୋଗ ରେ ଜୁନାଗଡ ସହର ତଥା ଜିଲ୍ଲା ଓ ପରିଚିତ ମହଲ ରେ ଶୋକରା ଛାୟା ଖେଳି ଯାଇଛି l ତାଙ୍କ ମୃତ୍ୟୁ ଖବର ପାଇ ଅନେକ୍ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଆସି ତାଙ୍କ ପାର୍ଥିବ ଶରୀର କୁ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତାଙ୍କ ଶବ ବାଧାରରେ ପୂର୍ବତନ ବିଧାୟକ୍ ଗୋବର୍ଦ୍ଧନ ଦାସ,ପ୍ରଶାନ୍ତ ନାଏକ, ସାମ୍ବାଦିକ ସଂଘ ରୁ ନରେନ୍ଦ୍ର କ୍ଷିତି,ସନ୍ତୋଷ ସିଂହଦେଓ ରବି ଶଙ୍କର ସୁନାନୀ, , ଖଗେଶ୍ଵର ଧାଙ୍ଗଡାମାଝି, ଆଦିତ୍ୟ ପ୍ରସାଦ ମହାନ୍ତି, ଧର୍ମଗଡ଼ ରୁ ଇଙ୍ଗିତ ପଣ୍ଡା, ବିରଞ୍ଚି ଜାଲ,ଅଂଶୁମାନ ପାତ୍ର ଓକିଲ ସଂଘ ରୁ ଅଶୋକ ପାତ୍ର, ବାଳକୃଷ୍ଣ ଆଚାରୀ, ଦିପେନ୍ ସାହୁ ପ୍ରମୂଖ ଉପସ୍ଥିତ ରହି ଥିଲେ । ସ୍ଥାନୀୟ ଦୁବକିସର ହାତୀନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ବଡ଼ପୁଅ ବିଘ୍ନରାଜ ବରାଡ଼ ମୁଖାଗ୍ନି ଦେଇଥିଲେ।ତାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ,ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୁର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବିରୋଧୀଦଲ ନେତା ପ୍ରଦୀପ୍ତ ନାଏକ,ଲୟନ ମଣିକଚାନ୍ଦ ଅଗ୍ରୱାଲ, ନଗରପାଳ ମୁକେଶ ଅଗ୍ରୱାଲ, ବେଦପ୍ରକାଶ ଗୋଏଲ, ଈଶ୍ୱର ପୂଝାରୀ , ସମାଜସେବୀ ଦୁର୍ଗା ନାଏକ ,ରଶ୍ମି ନାୟକ,ସ୍ବେଚ୍ଛାସେବୀ ଅଶୋକ ପଟ୍ଟନାୟକ,ଦାମୋଦର ବେହେରା, ବିରଞ୍ଚି ପଣ୍ଡା, ସରୋଜ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅଯୋଧ୍ୟା ରେ ରାମଲାଲା ଙ୍କ ଦର୍ଶନ ପାଇଁ ହଜାରେ କିମି ପଦଯାତ୍ରା

masiha

ବିଦ୍ୟାଳୟ ପାଚିକା ଓ ସହାୟିକା ମାନଙ୍କ ତାଲିମ ଶିବିର

masiha

ଖୋଲିଲା ପୁଟସିଲ ଇକୋ ରିଟ୍ରିଟ୍ 

masiha

Leave a Comment

error: Content is protected !!