ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ୟୁଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

ମୟୂରଭଞ୍ଜ -/୧୦/୦୫ (ମସିହା)ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ବାଘିଆ ଗାଁ ତଥା ରାଇରଙ୍ଗପୁର-ଜାମଦା ହାଇୱେ ରାସ୍ତା କଡ଼ରେ ମାତୃ ଦିବସ ଉପଲକ୍ଷେ ୟୁଏସ୍ଆଇ ସଂଗଠନ ତରଫରୁ ଦହି ସରବତ ଓ ଖେଚୁଡ଼ି ବଣ୍ଟନ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଅଞ୍ଜନ ଦାଶ ଓ ଆନନ୍ଦ ବିନ୍ଧାଣୀ (ସମାଜସେବୀ)ଙ୍କ ଦ୍ବାରା ହୋଇଯାଇଛି |ୟୁଏସ୍ଆଇ ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ୟୁଏସ୍ଆଇ ସଂଗଠନର ସହଯୋଗୀ ସଂଯୋଜକ ଲକ୍ଷ୍ମଣ ଟୁଡୁଙ୍କ ସହଯୋଗରେ ବାଘିଆ ଗ୍ରାମର ବାଳକବାଳିକାଙ୍କୁ ଖେଚୁଡ଼ି ବଣ୍ଟନ କରାଯାଇଥିଲାବେଳେ ରାଇରଙ୍ଗପୁର-ଜାମଦା ହାଇୱେ ରାସ୍ତାରେ ଯାତାୟତ କରୁଥିବା ବସଯାତ୍ରୀଙ୍କୁ,ପଥଚାରୀ ବ୍ୟକ୍ତିଗଣଙ୍କୁ ଦହି,ଓଆରଏସ୍ ସରବତ ପ୍ରଦାନ କରାଯାଇଛି ଏବଂ ପକ୍ଷୀମାନଙ୍କ ପାଇଁ ୨୦ଗୋଟି ଗଛରେ ପଲମ ବାନ୍ଧି ପାଣି ଭର୍ତ୍ତି କରାଯାଇଛି ଯାହାଫଳରେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ତୃଷାର୍ତ୍ତ ପକ୍ଷୀମାନେ ଜଳ ପିଇପାରିବେ |ସେହିପରି ଜାମଦା ଥାନା ପକ୍ଷରୁ ଆଇଆଇସି କୃଷ୍ଣ ଚନ୍ଦ୍ର ଜାନିଙ୍କ ଅଧ୍ୟକ୍ଷତାରେ ପ୍ରତିଦିନ କ୍ବାସ ସରବତ,ଲେମ୍ବୁ ସରବତ୍,ଦହି ସରବତ,ପଣା ଆଦି ବ୍ୟବସ୍ଥା କରାଯାଉଛି |ବ୍ଲକକୁ ଆସୁଥିବା ବିଭିନ୍ନ କର୍ମଚାରୀ,ଥାନାକୁ ଆସୁଥିବା ଅଭିଯୋଗକାରୀ,ରାସ୍ତାରେ ଯାତାୟତ କରୁଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ସରବତ ବଣ୍ଟନ କରାଯାଉଛି |ଟାଣ ଖରା ଯୋଗୁଁ ମଣିଷ ହାଲିଆ ହେଉଥିବା ଦେଖି ଲୋକମାନଙ୍କୁ ଆହ୍ବାନ କରି ସରବତ ବଣ୍ଟନ କରାଯାଉଛି ଏବଂ ଓଡ଼ିଶା ୟୁ୍ଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ଜନସାଧାରଣମାନଙ୍କୁ ଖରାରେ ପଦାକୁ ବାହାରନ୍ତୁ ନାହିଁ,ଆବଶ୍ୟକ ହେଲେ ମୁଣ୍ଡରେ ଧଳା ଗାମୁଛା ପରିଧାନ କରିବା ପୂର୍ବକ ଆଖିରେ କଳା ଚଷମା ଲଗାନ୍ତୁ ଏବଂ ପ୍ରଚୁର ପରିମାଣରେ ବାଲିହାଣ୍ଡିର ପାଣି ପାନ କରନ୍ତୁ ବୋଲି ଉପଦେଶ ଦିଆଯାଉଛି | ୟୁଏସ୍ଆଇ ସଂଗଠନର ସଭ୍ୟ ଓ ଜାମଦା ଥାନା କର୍ମଚାରୀଗଣ ସରନତ ବଣ୍ଟନରେ ଭାଗ ନେଇଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସଂଜୀବନୀ ସେବା ଫାଉଣ୍ଡେସନ ସ୍ୱେଚ୍ଛାସେବୀଙ୍କ ଶ୍ରୀକ୍ଷେତ୍ର ପୁରୀରେ ସେବାକାର୍ଯ୍ୟ

Sunil Chandra Nayak

ରାଇରଙ୍ଗପୁରରେ ଶିକ୍ଷା ବିକାଶ ଏଡୁକେସନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଆଦିବାସୀ ଯୁବକଙ୍କ ଦକ୍ଷତା ବିକାଶ ନେଇ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା

Sunil Chandra Nayak

ଏକାଉଣ୍ଟ ପରୀକ୍ଷାରେ ସଂଶୋଧନ ଦାବି କଲେ ଲାଞ୍ଜିଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

Sunil Chandra Nayak

Leave a Comment

error: Content is protected !!