ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପରାୟଣ ମହିଳା ଙ୍କ ବିୟୋଗରେ ଶୋକ

ରାଉରକେଲା/ ସହରର ଜଣାଶୁଣା ସମାଜସେବୀ ତଥା ଡାକ୍ତର ବସନ୍ତ କୁମାର ଦାସଙ୍କ ପତ୍ନୀ ଭାରତୀ ଦାସଙ୍କ ୭୩ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଶ୍ରୀମତୀ ଦାସ ଜଣେ ଧର୍ମ ପରାୟଣ ମହିଳା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ ଓ ମଂଚର ଅନ୍ୟାନ୍ୟ କର୍ମକର୍ତ୍ତା ଗଣ, ଆଦର୍ଶ ପାଠାଗାର ର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଓ ସମସ୍ତ ବରିଷ୍ଠ ସଦସ୍ୟଗଣ, ଉତ୍ତର ରେଳ ସମନ୍ବୟ ସମିତିର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସମେତ ବହୁ ଶୁଭେଚ୍ଛୁ ତାଙ୍କର ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଆଶ୍ବାସନା ପ୍ରଦାନ କରିବା ସହ ଆତ୍ମାର ସଦଗତି କାମନା କରିଥିଲେ । ସୂଚନା ଯୋଗ୍ୟ ଯେ ସ୍ବର୍ଗତା ଦାସଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇପୁଅ, ପୁତ୍ରବଧୁ, ଝିଅ, ଜ୍ୟାଇଁ ଓ ନାତିନାତୁଣୀ ତଥା ଆତ୍ମୀୟସ୍ଵଜନ ମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

Sunil Chandra Nayak

ରାଇରଙ୍ଗପୁର ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ ନେଇ କର୍ମଶାଳା ଅନୁଷ୍ଠିତ

masiha

Leave a Comment

error: Content is protected !!