ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଡିପିଓ କାର୍ଯ୍ୟାଳୟ ଆଗରେ ମିଶନଶକ୍ତି ମହିଳା ମାନଙ୍କ ଧାରଣା

ବାଲେଶ୍ଵର,୧୩/୫/୨୩ – ବାଲେଶ୍ଵର ଜିଲ୍ଲା ବସ୍ତା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ମହିଳା ମାନଙ୍କ ପଖ୍ଯରୁ ଧାରଣା । ସୂଚନା ଅନୁସାରେ ଦୀର୍ଘ ଦିନ ଧରି ବସ୍ତା ସିଡିପିଓଙ୍କ ମନମୁଖୀ କାର୍ଯ୍ୟକୁ ସହ୍ୟ କରି ନପାରିବା ଏବଂ ବାରମ୍ବାର ସିଡିପିଓ ତଥା ତାଙ୍କ ସ୍ବାମୀଙ୍କ ଦବଙ୍ଗଗିରିର ଶିକାର ହେଉଥିବା ନେଇ ମହିଳା ମାନଙ୍କ ଦ୍ବାରା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ମହିଳା ମାନେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଡ୍ରେସ ତିଆରି କରି ଯୋଗାଇ ଥିବା ବେଳେ ସିଡିପିଓ ବିଲ ନକରି ମହିଳା ମାନଙ୍କ ଠାରୁ ଉତ୍କୋଚ ନେଲେ ବିଲ କରିବାର ଧମକ ଦେଉଛନ୍ତି ।ମିଶନ ଶକ୍ତି ପକ୍ଷରୁ ଏହାର ବିରୋଧ କରାଯିବାରୁ ସିଡିପିଓ, ବିପିସି ଏବଂ ବିପିଏ ଙ୍କ ବିରୋଧରେ ଏସ ଏଚ ଜି ଗୃପ ମାନଙ୍କ ପାଖରୁ ଅର୍ଥ ଲୁଟ, ସିଡିପିଓଙ୍କ ଜାଲ ଦସ୍ତଖତ, ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀଙ୍କୁ ଲିଖିତ ଜଣାଇବା ପରେ, ମହିଳା ମାନେ ଏକତ୍ରିତ ହୋଇ ସିଡିପିଓଙ୍କ ମନମୁଖୀ କାର୍ଯ୍ୟକୁ ସମାଲୋଚନା କରିବା ସହିତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହିତ ସିଡିପିଓଙ୍କ ବଦଳି ଦାବି କରିଛନ୍ତି । ତେବେ ଧାରଣ ଦିନ ସିଡିପିଓ କିମ୍ବା ତାଙ୍କ ସ୍ବାମୀ କାର୍ଯ୍ୟାଳୟକୁ ଆସିନଥିବା ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା କର୍ମକର୍ତ୍ତା ଙ୍କ ଏକତା ମଞ୍ଚ 

ମିଳିତ ଶିକ୍ଷକ ସଂଘ ର ଖଡ଼ିଆଳ ବିଇଓ ଅଫିସ ଘେରାଓ

Sunil Chandra Nayak

ଅବହେଳିତ ଢୋକ୍ରା କାରିଗର 

Sunil Chandra Nayak

Leave a Comment

error: Content is protected !!