ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଙ୍କ ଦୁବାଇ ଗସ୍ତ ପୂର୍ବରୁ ଶୁଭେଚ୍ଛା ର ସୁଅ

ରାୟଗଡା, ୧୨/୦୫: ରାଜ୍ୟ ସରକାରଙ୍କ ତରଫରୁ ମିଶନ ଶକ୍ତି ବିଭାଗ ର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଉତ୍ସାହିତ କରି ବିଦେଶ ପରିଭ୍ରମଣ କରିବା ସହ ଅନ୍ୟ ଦେଶର ଜ୍ଞାନ କୌଶଳ ର ଶିକ୍ଷା ଲାଭ କରିବା ପାଇଁ ଦୁବାଇ ବୁଲି ଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୫ ତାରିଖ ରେ ରାଜ୍ୟର ମୋଟ ୧୦ ଜଣ ମହିଳା ଦୁବାଇ ଗସ୍ତ କରିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଗସ୍ତରେ ସାମିଲ ହେବା ପାଇଁ ରାୟଗଡା ଜିଲ୍ଲା ସ୍ତରୀୟ ମହାସଂଘ ର ସମ୍ପାଦିକା କୁମାରୀ ପାଲକା ମନୋନୀତ ହୋଇଛନ୍ତି । ଆଜି କୁମାରୀ ପାଲକା ଙ୍କୁ ଜିଲ୍ଲା ସ୍ତରରେ ରାୟଗଡା ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନି ବେହେରା, PO କାମାକ୍ଷୀ ମଞ୍ଜରୀ ପାଢ଼ୀ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ମଲ୍ଲିକ, ବ୍ଲକ ପ୍ରକଳ୍ପ ସଂଯୋଜକ ରାଜୀବ କୁମାର ପାଢୀ ଶୁଭେଚ୍ଛା ଜଣେଇବା ସହ ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କ ଉନ୍ନତି ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ଦୁବାଇ ଗସ୍ତ ପାଇଁ କୁମାରୀ ପାଲକା ମୋନାନୀତ ହୋଇଥିବାରୁ ସେ ବହୁତ ଖୁସି ଥିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁମାରସ୍ବାମୀ ମହୋତ୍ସବ ଉଦଯାପିତ

masiha

ବେଢ଼ାବନ୍ଧରେ ବୁଡି ପୁଣି ଜଣେ ମୃତ

masiha

ସେବାପ୍ରାଣ ଦମ୍ପତି ଗୋସେବକ ସ୍ଵର୍ଗତ ଗୁଣ୍ଡିଚା ବେହେରା ଓ ଧର୍ମପତ୍ନୀ ମଲ୍ଲୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ 

masiha

Leave a Comment

error: Content is protected !!