ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶେଷ ହେଲା ଐତିହାସିକ ବାଲିଯାତ୍ରା

ନବରଙ୍ଗପୁର (ମସିହା) ନବରଙ୍ଗପୁର ଜିଲ୍ଲା ସଦର ମହକୁମା ନିକଟ ଅଗ୍ନିପୂର ପଞ୍ଚାୟତ ରାଜା ବେହେରା ଗୁଡ଼ା ଠାରେ ଦୀର୍ଘ ତିନି ମାସ ଧରି ଚାଲି ଆସିଥିବା ଐତିହାସିକ ୧୨ ବର୍ଷୀୟ ବାଲିଯାତ୍ରା ଆଜି ଉଜ୍ଜlପନ ହୋଇଛି।ଏକଦା ନବରଙ୍ଗପୁର ରାଜା ଙ୍କ ଶାସନ କାଳରେ ତାଙ୍କ ଆଦର୍ଶ ତଥା ରାଜସ୍ବ ଗ୍ରାମ ରାଜା ବେହେରା ଗୁଡ଼ା,ଯେଉଁ ଠାରେ କି ରାଜା ଙ୍କ ସହସହ ଏକର ଜମି ରହିଥିଲା।ସେହି ଜମି ଗୁଡିକରେ ସେ ଅଞ୍ଚଳ ର ଚାଷୀ ଓ ଜନ ସାଧାରଣ ରାଜାଙ୍କୁ ଚାଷ କ୍ଷେତ୍ର ରେ ସହଯୋଗ କରି ଆସୁଥିଲେ।କାଳକ୍ରମେ ରାଜା ସମସ୍ତ ଜମି ସେ ଅଞ୍ଚଳ ର ଗ୍ରାମବାସୀ ଙ୍କ ମଧ୍ୟରେ ବାଣ୍ଟି ଦେଇ ଥିବା ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଜମିରେ ଚାଷ ଉତ୍ପାଦନ କରି ଉଭୟ ରାଜା ବେହେରା ଗୁଡ଼ା ଓ ହିର୍ଲ୍ଲି ଲୋକେ ଭୋଗ କରି ଆସୁଥିବା ଜଣାଯାଏ।ସେହି ସମୟଠାରୁ ବର୍ତ୍ତମାନ ସୁଦ୍ଧା ଉଭୟ ଗ୍ରାମର ଗ୍ରାମବାସୀ ମିଳିତ ଭାବେ ବହୁ ଆଡମ୍ବର ସହକାରେ ପ୍ରତି ୧୨ ବର୍ଷ ରେ ଥରେ ଏହି ଯାତ୍ରା ପାଳନ କରି ଆସୁଛନ୍ତି।ଚଳିତ ବର୍ଷ ଦୀର୍ଘ ତିନି ମାସ ଧରି ଚାଲିଥିବା ଯାତ୍ରା ରେ ୧୧୨୧ ଟି ବାଲି ଚାଙ୍ଗୁଡ଼ି ପୂଜା ପାଇଥିଲେ।ପ୍ରତ୍ୟେକ ଦିନ ଗ୍ରାମ ଦେବୀ ମାଁ ଠାକୁରାଣୀ ଓ ଭୀମା ଭିମାଣୀ ପୂଜା ପାଇ ଆସୁଥିଲେ। ଅଗ୍ନିପୂର ପଞ୍ଚାୟତ ଆଖପାଖ ଅଞ୍ଚଳ ପ୍ରାୟ ସମସ୍ତ ଦେବା ଦେବୀଙ୍କ ପ୍ରତୀକ ଗ୍ରାମ ରୁ ଲାଠି,କୁର୍ଚି ଯୋଗ ଦେଇଥିଲେ। ଚଳିତ ବର୍ଷ ଏହି ଯାତ୍ରା ସରପଞ୍ଚ ଶ୍ରୀ ଦିବାକର ପୂଜାରୀ ଙ୍କ ତତ୍ତ୍ଵାବଧାନରେ ବହୁ ଆଡମ୍ବର ରେ ସମାପନ ହୋଇଥିଲା।ଏଥିରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିବା ସରପଞ୍ଚ ଶ୍ରୀ ପୂଜାରୀ କହିଥିଲେ।ଏହା ବ୍ୟତୀତ ଗଣ୍ୟମାନ୍ୟ ବ୍ୟକ୍ତି ଙ୍କ ମଧ୍ୟ ରେ ଜିଲ୍ଲାପାଳ ଡ.କୋମଳ ଲୋଚନ ମିଶ୍ର,ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ,ରାଜ ପୁରୋହିତ ତଥା ଆଇନଜୀବୀ ଶ୍ରୀ ନରସିଂହ ତ୍ରୀପାଠୀ,ଡାବୁଗା ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝୀ,ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମୁନା ତ୍ରିପାଠୀ,ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ଡ.ଲିପିକା ମାଝୀ, ଏ ଆଇ ସି ସି ସଭ୍ୟା ସୁଶ୍ରୀ ହାରାବତି ଗଣ୍ଡ,ବରିଷ୍ଠ ନେତା ଶ୍ରୀ ନାରାୟଣ ପାତ୍ର,ଶ୍ରୀ ଦିଲ୍ଲିପ ବେହେରା,ଶ୍ରୀ ଦିଲ୍ଲିପ ପ୍ରଧାନ,ଶ୍ରୀ ବୃନ୍ଦାବନ ତ୍ରିପାଠୀ, ଶ୍ରୀ ପ୍ରହଲ୍ଲାଦ ହିଆଲ,ଅବଦୁଲ୍ ଫିରୋଜ,ଶ୍ରୀ ଭୀମ ପାଣିଗ୍ରାହୀ, ଶ୍ରୀ ଭୀମ ହରିଜନ, ନବରଙ୍ଗପୁର ଜିଲ୍ଲା ର ୧୩ ଗୋଟି ଆଦିବାସୀ ସଂପ୍ରଦାୟ ର ସଭାପତି ଗଣ,ଶ୍ରୀ ଭିମା ଦାସ ପ୍ରମୁଖ ଯୋଗ ଦେଇଥିଲେ। ରାତ୍ରି ସମୟ ରେ ସ୍ଥାନୀୟ ଅଞ୍ଚଳ ର ଆଦିବାସୀ ପୌରାଣିକ ନାଚ ପରିବେଷଣ ହୋଇଥିଲା।ଶୋଭାଯାତ୍ରା ରେ ଅନେକ ନାଚ,ବାଜା ରହିଥିବା ବେଳେ ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମ ର ପ୍ରଖ୍ୟାତ ଢାପୁ ବାଜା ଓ କୋଷାଗୁମୁଡା ବ୍ଲକ ବାସିନୀ ଗୁଡ଼ା ର ପାରମ୍ପାରିକ ଆଦିବାସୀ ନୃତ୍ୟ ମାଢ଼ିଆ ଶୋଭା ଯାତ୍ରା ର ଏକ ମୁଖ୍ୟ ଆକର୍ଷଣ ରହିଥିଲାl ଅଗ୍ନିପୂର ଗ୍ରାମ ପଞ୍ଚାୟତ ଆଖପାଖ ଗ୍ରାମ ଶହଶହ ଦୋକାନ,ବଜାର ମଧ୍ୟ ରେ ଯାତ୍ରା ସମାପନ ହୋଇଥିଲା।ନବରଙ୍ଗପୁର ପୋଲିସ ପ୍ରଶାସନ ତରଫରୁ ପୂର୍ଣ୍ଣ ଦାଇତ୍ୱ ସହକାରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଏହି ୧୨ ବର୍ଷୀୟା ବାଲି ଯାତ୍ରା ସମାପନ ହୋଇଥିଲା।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ 

Sunil Chandra Nayak

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ

Sunil Chandra Nayak

ଜୀବନ ଜଗନ୍ନାଥ…. ଭିନ୍ନ ଏକପରମ୍ପରା,ଭିନ୍ନ ଏକ ରଥଯାତ୍ରା

Sunil Chandra Nayak

Leave a Comment

error: Content is protected !!