ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲାଲ ମହମ୍ମଦ ଜିଲା କ୍ରିକେଟ କୋଚ ମନୋନୀତ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ଜିଲ୍ଲାର ବରିଷ୍ଠ କ୍ରିକେଟ ଖେଳାଳି ଲାଲ ମହମ୍ମଦ ଖାନଙ୍କ ନାମ ସର୍ବସମ୍ମତ କ୍ରମେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସୁପାରିଶ କରାଯାଇଥିଲା।ଏହି ସୁପାରିଶ କୁ ଆଧାର କରି ଓଡିଶା କ୍ରିକେଟ ସଙ୍ଘ ତରଫରୁ ଶ୍ରୀ ଖାନ କୁ ନବରଙ୍ଗପୁର ଜିଲ୍ଲା କୋଚ ଭାବରେ ମନୋନୀତ କରାଯାଇଛି। ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ, ସହ ସମ୍ପାଦକ ଏମ. ବାଳକୃଷ୍ଣ ରାଓ ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା ଙ୍କୁ ଶ୍ରୀ ଖାନ ଧନ୍ୟବାଦ ଜଣାଇଛନ୍ତି। ପଦବୀ ପାଇବା ପରେ ଶ୍ରୀ ଖାନ କଟକ ଠାରେ ଓଡିଶା କ୍ରିକେଟ ସଙ୍ଘ ଆନୁକୂଲ୍ୟରେ ସ୍ୱଳ୍ପ କାଳୀନ କ୍ରିକେଟ କୋଚିଂ ପ୍ରଶିକ୍ଷଣ ନେଇଛନ୍ତି ବୋଲି ସଙ୍ଘର ମେଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିକାଶ ଉଇସଡ଼ମ ପାର୍କରେ କ୍ରୀଡ଼ା ଉତ୍ସବ ‘ଏଥେଲେଟ ମିଟ୍ ୨୦୨୫’ ଉଦଯାପିତ

Sunil Chandra Nayak

ଉତ୍କଳ ଆଲୁମିନା ପକ୍ଷରୁ ଷ୍ଟେକ ହୋଲ୍ଟର ବନ୍ଧୁତ୍ବପର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ୨୦୨୫ ଆୟୋଜିତ  ଶିର୍ଷ ମ୍ୟାଚରେ କଳାହାଣ୍ଡି ଚମ୍ପିୟାନ, ରାୟଗଡ଼ା ରନର୍ଷଅପ୍ 

masiha

ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତା, ରୁପ୍ରା ଚାମ୍ପିଅନ୍  

masiha

Leave a Comment

error: Content is protected !!