ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଓଡ଼ିଶା ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖାର ବୈଠକ

 ମୟୂରଭଞ୍ଜ – ୧୪/୫(ମସିହା)ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖା ଆନୁକୁଲ୍ୟରେ ଏକ ବୈଠକ ସଭାପତି ପ୍ରଭାସ କବିଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ ମାର୍ଚ୍ଚ ମାସ ୩,୪,୫ ଏବଂ ୬ ତାରିଖ ଦିନ ଧରି କୁଚେଇବୁଢି ଗ୍ରାମ ପୂର୍ଣେଶ୍ବର ମନ୍ଦିରରେ ଆୟୋଜିତ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞର ହିସାବ ଅଟକଳ ସମ୍ବନ୍ଧରେ ଆଲୋଚନା ହୋଇଥିଲା । କର୍ମକର୍ତ୍ତା ବୃନ୍ଦ ହିସାବ ଅଟକଳ ତଥ୍ୟ ଉପସ୍ଥାପନ କରିଥିଲେ ।ପରେ ଆଗାମୀ ଦିନରେ ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ ହେବା ସହ ଆଗକୁ କିଛି ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧୀୟ ଆଲୋଚନା ହୋଇଥିଲା ।ସମସ୍ତ ସଦସ୍ୟ ଅବହେଳିତ, ଅସହାୟ,ଅଣଦେଖା ବ୍ରାହ୍ମଣ ପରିବାରଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖ ରେ ସାମିଲ ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଏହି ବୈଠକରେ ମାନସ ଓତା,ଦେବ ବ୍ରତ ରଥ ମହାପାତ୍ର, ପ୍ରସନ୍ନ ଷଡଙ୍ଗୀ,ଗଣେଶ ଦାସ,ଆଲୋକ ମିଶ୍ର, ଅଶ୍ବିନୀ ପଣ୍ଡା ,ବାଇଧର ପଣ୍ଡା,ବିଦେଶ କବି,ସତ୍ୟ ରଂଜନ ମହାପାତ୍ର,କଟି ପଣ୍ଡା,ପ୍ରଦୀପ ହୋତା,ରବି ନାରାୟଣ କର ଙ୍କ ସମେତ ବହୁ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ଓଡ଼ିଶା ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ

masiha

ଡାବୁଗାଁ ବ୍ଲକ ରୁ ୧୦ ଜଣ ସୁଭଦ୍ରା ହିତାଧିକାରୀ ଭୁବନେଶ୍ଵର ଗଲେ 

masiha

Leave a Comment

error: Content is protected !!