ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ସାଙ୍ଗଠନିକ ସମାବେଶ ଅନୁଷ୍ଠିତ

କୋକସରା,୧୪/୫- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ରବିବାର କୋକସରା ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ସାଙ୍ଗଠନିକ ସମାବେଶ ଆମପାଣି ଆଞ୍ଚଳିକ ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସଭାର ଆରମ୍ଭରେ ବୈଦିକ ରୀତିରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆଞ୍ଚଳିକ ବ୍ରାହ୍ମଣ ସମାଜର ସଭାପତି ତ୍ରିନାଥ ଠାକୁରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବ୍ରାହ୍ମଣ ସମାଜର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଭବେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ହେମନ୍ତ କୁମାର ପଣ୍ଡା, ଉପ ସଭାପତି ବିନୋଦ କୁମାର ଶର୍ମା, ଉମେଶ ଚନ୍ଦ୍ର ପଣ୍ଡା, ପ୍ରଭାକର ବେହେରା, ରାଧେଶ୍ୟାମ ଠାକୁର, ମଣିଭଦ୍ର ପଣ୍ଡା ଯୋଗଦେଇ ବ୍ରାହ୍ମଣ ସମାଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବା ସହ ବ୍ରାହ୍ମଣ ସମାଜକୁ ତୃଣ ମୂଳ ସ୍ତରରେ ସଂଗଠିତ ହୋଇ ସାଙ୍ଗଠନିକ ଶକ୍ତି ବୃଦ୍ଧି ସହ ସାମାଜିକ ସଂହତି, ପରିସୃତ ପରମ୍ପରା, ଲୌକିକତା ଓ ସୋହାର୍ଦ୍ଧକୁ ଉଦୀପ୍ତ କରିବା ,ନାରୀଶକ୍ତିକୁ ଜାଗ୍ରତ କରିବା, ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ଆଗକୁ ବଢିବା, ସମାଜର ଗରିବ ଶ୍ରେଣୀର ପରିବାରର ଭିତ୍ତିଭୂମି ସୁଦୃଢ଼ କରିବା ବିଷୟରେ ଆଲୋଚନା କରିବା ସହ ବ୍ରାହ୍ମଣ ସମାଜକୁ ସମସ୍ତ କ୍ଷେତ୍ରରେ ବିକାଶ କରିବା ପାଇଁ ପର୍ଶୁରାମ ବାହିନୀ ଓ ପ୍ରଜ୍ଞା ବାହିନୀ ଗଠନ କରାଯାଇଛି। କୋକସରା ବ୍ଲକ ବ୍ରାହ୍ମଣ ସମାଜର ସଙ୍ଗଠନ ସଭାପତି ଭାବେ ଶ୍ରୀମନ୍ତ କୁମାର ପାଢୀ, ଉପ ସଭାପତି ଦାଶରଥି ବେହେରା, ସୁରେଶ ଶର୍ମା, ରଜନୀକାନ୍ତ ପଣ୍ଡା, ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଧନେଶ୍ୱର ମୁଣ୍ଡ, ସହ ସମ୍ପାଦକ ଧନଞ୍ଜୟ ମୁଣ୍ଡ, କୋଷାଧ୍ୟକ୍ଷ ବିଘ୍ନେଶ୍ୱର ପୁରୋହିତ, ମିଡ଼ିଆ ସେଲ ପ୍ରଭାରୀ ଦୁଷ୍ମନ୍ତ ପାଟ୍ଟଯୋଷୀଙ୍କୁ ମନୋନୀତ କରାଯାଇଛି। ସେହିପରି ପର୍ଶୁରାମ ସେନାର ସଭାପତି ଭାବେ ଗୋଦାବରୀଶ ପାତ୍ର , ଉପ ସଭାପତି ରାଜୁ ଶର୍ମା, ଗଣେଶ ନନ୍ଦ, ରଞ୍ଜିତ ଖମାରି, ମନୋରଞ୍ଜନ ପୁରୋହିତ, ସମ୍ପାଦକ ଈଶ୍ୱର ପ୍ରସାଦ ଅଗସ୍ତି, ସହ ସମ୍ପାଦକ ଲଳିତ ମିଶ୍ର, ନାରାୟଣ ଠାକୁର, ଆଶିଷ ପଣ୍ଡା, କୋଷାଧ୍ୟକ୍ଷ କୁନାଲ କୁମାର ଯୋଷୀଙ୍କୁ ମନୋନୀତ କରାଯାଇଛି । ନାରୀ ଶକ୍ତିକୁ ଜାଗ୍ରତ କରିବା ପାଇଁ ପ୍ରଜ୍ଞା ବାହିନୀ ପାଇଁ ସଭାନେତ୍ରୀ ଶ୍ରୀମନ୍ତିନୀ ପଣ୍ଡା, ଉପ ସଭାନେତ୍ରୀ ରୋଜିତା ପାଢ଼ୀ, ହେମବନ୍ତି ପାଣିଗ୍ରାହୀ, ସମ୍ପାଦିକା ବିଷ୍ଣୁପ୍ରିୟା ଠାକୁର, ରଶ୍ମିତା ପୁରୋହିତ, କୋଷାଧ୍ୟକ୍ଷା ଜ୍ୟୋର୍ତିମୟୀ ପୁରୋହିତଙ୍କୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଶ୍ରୀମନ୍ତ କୁମାର ପାଢୀ ଓ ସୂର୍ଯ୍ୟ ପ୍ରସାଦ ଠାକୁର କରିଥିବା ବେଳେ ଜିତେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କୋକସରା ବ୍ଲକର ସମାଜର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶେରଗଡ଼ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ 

Sunil Chandra Nayak

ରସାୟନ ବିଜ୍ଞାନରେ ଅଧ୍ୟାପକଙ୍କ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧିଲାଭ

Sunil Chandra Nayak

ବଜ୍ରାଘାତରେ ଏକ ମୃତ 

masiha

Leave a Comment

error: Content is protected !!