ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଠାରେ ଥିବା ରାସ୍ତା ଓ ଗୃହ ପୂର୍ତ୍ତ ବିଭାଗରେ ହେଉଥିବା ବ୍ୟାପକ ଦୁର୍ନୀତି ନେଇ ଭିଜିଲାନ୍ସ ତଦନ୍ତ ଦାବି କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ

ରାୟଗଡ଼: ରାୟଗଡ ଠାରେ ଥିବା ରାସ୍ତା ଓ ଗୃହ ପୂର୍ତ୍ତ ବିଭାଗର ଡିଭିଜନ ଓ ସବ ଡିଭିଜନ ମାନଙ୍କରେ ହେଉଥିବା ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ଓଡ଼ିଶା ସରକାରଙ୍କ ଠାରୁ ପ୍ରାପ୍ତ ଅନୁଦାନ ଗୁଡ଼ିକର ବିକାଶ ପାଇଁ ଆସୁଥିବା ଅର୍ଥ ଠିକ୍ ଭାବରେ ବିନିଯୋଗ କରାନଯାଇ ମିଥ୍ୟା ବିଲ ଓ ଭଉଚର ମାଧ୍ୟମରେ ପ୍ରାପ୍ତ ଅନୁଦାନ ଗୁଡ଼ିକର ସ୍ପଷ୍ଟ ଦିବାଲୋକରେ ହଡ଼ପ କରାଯାଉଛି । ଏହି ସବୁ ଦୁର୍ନୀତିରେ ଉକ୍ତ ବିଭାଗର କିଛି ଯନ୍ତ୍ରୀ ସିଧାସଳଖ ଜଡ଼ିତ ଅଛନ୍ତି । ସରକାରଙ୍କ ଠାରୁ ପ୍ରାପ୍ତ ଅନୁଦାନ ଗୁଡ଼ିକର ବିଭିନ୍ନ କାର୍ଯ୍ୟରେ ୨୫ ପ୍ରତିଶତ କର୍ଯ୍ୟ କରି ୭୫ ପ୍ରତିଶତ ସିଧାସଳଖ ବାଟମାରଣା ହେଉଛି । ଏହାଦ୍ଵାରା ସରକାରଙ୍କ ବିକାଶ କାର୍ଯ୍ୟରେ ପ୍ରଭାବିତ ହେଉଛି । ଏନେଇ କିଛି ଦିନ ତଳେ ବିଭିନ୍ନ ଖବର କାଗଜ ଗୁଡିକରେ ପ୍ରକାଶିତ ହୋଇଥଲା । ବିଭାଗ ଦ୍ଵାରା କରାଯାଉଥିବା କାର୍ଯ୍ୟର ଟେଣ୍ଡର ଡକା ନ ଯାଇ ଯନ୍ତ୍ରୀ ମାନେ ନିଜର ମନମୁତାବକ ଠିକାଦାରଙ୍କ ଜରିଆରେ କାର୍ଯ୍ଯ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ବିଗତ ଦିନରେ ଏଠାରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ପୂଳା ପୂଳା ଟଙ୍କା ନେଇ କାରରେ ଯାଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଉକ୍ତ କାରକୁ ଅଟକାଇ ଟଙ୍କା ସବୁ ଜବତ କରିବା ସହ ନିର୍ବାହୀ ଅଧିକାରୀ ଯମୁନା ବେହେରାଙ୍କୁ ଗିରଫ କରିଥିଲେ । ଏହାସତ୍ତ୍ୱେ ବି ବିଭାଗର ଯନ୍ତ୍ରୀ ମାନେ କିଭଳି ଦୁର୍ନୀତି କରିଚାଲିଛନ୍ତି ଚିନ୍ତାର ବିଷୟ । ରାୟଗଡ଼ ଜିଲ୍ଲା ବିକାଶ ମଞ୍ଚ ତରଫରୁ ପୂର୍ତ୍ତ ବିଭାଗରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ପ୍ରକୃତ ତଦନ୍ତ କରି ସମ୍ପୃକ୍ତ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ନେଇ ଏକ ଅଭିଯୋଗ ପତ୍ର ରାୟଗଡ ଦୁର୍ନୀତି ନିବାରଣ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁନାଥ ରାଏଗୁରୁଙ୍କୁ ପ୍ରଦାନ କରୁଛନ୍ତି । ରାୟଗଡ଼ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ନେତୃତ୍ୱରେ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ଉପଦେଷ୍ଟା ସାରଥୀ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ ଓ ସରୋଜ କୁମାର ସାହୁ ପ୍ରମୁଖ ଉକ୍ତ ଅଭିଯୋଗ ପତ୍ରକୁ ପ୍ରଦାନ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Occasions of Chhatara Yatra Online Poetry Reading Session Was Organized

masiha

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ

masiha

Leave a Comment

error: Content is protected !!