ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା ! ଅଂଶୁଘାତରେ ଯୁବକ ମୃତ

ମୟୂରଭଞ୍ଜ -୧୫/୫ (ମସିହା)ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଗିତିଲତା ପଞ୍ଚାୟତର ଗିତୀଲତା ଗ୍ରାମର ଅଜୟ ଦେଓଗନ(୨୨) ରବିବାର ଦିନ ଅପରାହ୍ନ ୩.୩୦ ଘରେ ପହଞ୍ଚି ଅସୁସ୍ଥ ଅନୁଭବ କରିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ରାସ୍ତାରେ ପ୍ରାଣବାୟୁ ଉଡି ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୩ ରୁଜୁ ହୋଇଥିଲା । ପୋଲିସ ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଗାଁ ରେ ଶୋକରେ ଛାୟା ଖେଳି ଯାଇଥିବା ବେଳେ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦହିପଣା ଓ ଶୁଖିଲା ଖାଦ୍ୟ ବଣ୍ଟନ

masiha

ଧର୍ମଗଡ ଡାକ୍ତରଖାନାରେ କେବଳ ଡାକ୍ତର ନୁହେଁ, ଷ୍ଟେଚର ର ବି ଅଭାବ,  ଆମ୍ବୁଲାନ୍ସ ଚକ ପଂଚର ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

masiha

ଓଡିଶା ହାଇକୋର୍ଟ ବାର ଆସୋସିଏସନର ନିର୍ଦ୍ଧେଶ କ୍ରମେ  ରାୟଗଡ ବାର ଆସୋସିଏସନ୍ ର ନିର୍ବାଚନ ଅନୁଷ୍ଠିତ 

masiha

Leave a Comment

error: Content is protected !!