ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି 

କାମାକ୍ଷାନଗର -(ମନିସ )15/5/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ସରୋଜ କୁମାର ସେଠି ନିଜେ ଉପସ୍ଥିତ ରହି ପ୍ରତ୍ୟେକ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ।ବିଶେଷ ଭାବରେ ଭତ୍ତା,ଆବାସ ଯୋଜନାରେ ଘର,ରାସ୍ତା,ମେଡିକାଲ ଚିକିତ୍ସା ଭଳି ଅଭିଯୋଗ ଆସିଥିଲା।ମେଡିକାଲରେ ଚିକିତ୍ସା ପାଇଁ ତୁରନ୍ତ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।୭୫ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ କିଛି ସମସ୍ୟାର ସମାଧାନ ହୋଇଥିବା ବେଳେ ଆଉ କିଛି ବିଭାଗିୟ ଅଧିକାରିଙ୍କୁ ସମାଧାନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା।ଏହି ଶୁଣାଣିରେ ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଓ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ

masiha

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସମୟାନୁବର୍ତ୍ତିତା ସଫଳତାର ମୂଳମନ୍ତ୍ର

masiha

ପାଳିତ ହେଲା ବିଶ୍ୱ ଏଡସ୍ ଦିବସ, ଆଶାଦିଦି କୁମମଣି ଦେଇଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

masiha

Leave a Comment

error: Content is protected !!