ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପରିବହନ କ୍ଷତି ସହୁଛି ଯୋଗାଣ ନିଗମ 

କଳାହାଣ୍ଡି ତା ୧୬/୦୫/୨୦୨୩ // ସରକାର ଚାଷୀଙ୍କ ଧାନ କୁ ଶୃଙ୍ଖଳିତ ଶୈଳୀରେ କିଣିବା ପାଇଁ ବିଧି ବଦ୍ଧ ବ୍ୟବସ୍ଥା କରିଥିବା ବେଳେ ଅନେକ ସମୟରେ ବିଭିନ୍ନ ସମସ୍ୟା ହେଉଥିବା ଚର୍ଚ୍ଚା ହେଉଛି । କଳାହାଣ୍ଡି ଜିଲ୍ଲାରେ ଯୋଗାଣ ବିଭାଗ ର ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଧାନ ପରିବହନ ଖର୍ଚ୍ଚ ରେ ଯୋଗାଣ ନିଗମ ବ୍ୟାପକ କ୍ଷତି ସହୁଥିବା ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ଦ୍ବାରା ଜାରି କରାଯାଇଥିବା କଷ୍ଟିଂ ସିଟ ଅନୁସାରେ ଧାନ କିଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ମୂଲ୍ୟାଙ୍କନ କରାଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିଜସ୍ବ ଧାନ କିଣା ପରିଚାଳନା ଗାଇଡ ଲାଇନ ଜାରି କରିଥାନ୍ତି । ସେଣ୍ଟ୍ରାଲ ପୁଲ ଓ ଷ୍ଟେଟ ପୁଲ ପ୍ରକାରେ ଧାନ କିଣା ଯାଉଥିବା ବେଳେ ରାଜ୍ୟ ଯୋଗାଣ ନିଗମ କଳାହାଣ୍ଡି ଜିଲ୍ଲା ସମବାୟ ବେଙ୍କ ଅଧିନସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣିପଞ୍ଚାୟତ ମାଧ୍ୟମରେ ବିଭିନ୍ନ ଧାନ କିଣା କେନ୍ଦ୍ର ମଣ୍ଡି ରୁ ଧାନ କିଣିଥାନ୍ତି । ପ୍ରତ୍ୟେକ ଧାନ କିଣା କେନ୍ଦ୍ର ରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ କଷ୍ଟମ ମିଲର୍ସ ଙ୍କୁ ସଂଯୋଗ କରି ମଣ୍ଡିରୁ ମିଲର୍ସ ଗୋଦାମକୁ ଧାନ ନେବାର ବ୍ୟବସ୍ଥା କରିଥାନ୍ତି । ଏହି ଧାନ ପରିବହନ ଖର୍ଚ୍ଚ ଯୋଗାଣ ନିଗମକୁ ବହନ କରିବାକୁ ପଡିଥାଏ ଏବଂ ସର୍ବନିମ୍ନ ଦୂରତା ଆଧାର ରେ ମିଲର୍ସ ସଂଯୋଗ କରାଯାଇ ପରିବହନ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ରାଜ୍ୟ ଯୋଗାଣ ନିଗମ ଜିଲ୍ଲା ଯୋଗାଣ ବିଭାଗ ଉପରେ ଦାୟିତ୍ବ ନ୍ୟସ୍ତ କରିଥିବା ବେଳେ ଯୋଗାଣ ବିଭାଗ ସେଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଯାହା ଫଳରେ ପରିବହନ ଖର୍ଚ୍ଚ ବାବଦରେ ଯୋଗାଣ ନିଗମ ବହୁ ମାତ୍ରା ରେ କ୍ଷତି ସହୁଥିବା ଜଣାପଡିଛି । ଅତୀତରେ ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ଧାନ ମଣ୍ଡି ଥିବା ଅଞ୍ଚଳର ସ୍ଥାନୀୟ ଅସାଧୁ ମିଲର୍ସ ମାନେ ବିଭିନ୍ନ ଉପାୟ ରେ ଚାଷୀଙ୍କୁ ଶୋଷଣ କରୁଥିବା ଅନେକ ଅଭିଯୋଗ ହେବା ସହ ସ୍ଥାନୀୟ ମିଲର୍ସ ଙ୍କୁ ମଣ୍ଡିରେ ସଂଯୋଗ ନ କରିବାକୁ ଦାବି ହେଉଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଏମ ଏମ ଡି ଏଫ ସୂତ୍ର ରେ ପରିବହନ ଖର୍ଚ୍ଚ କମାଇବାକୁ କେବଳ ସ୍ଥାନୀୟ ମିଲର୍ସ ଙ୍କୁ ପ୍ରାଧାନ୍ୟ ଦେଇ ମଣ୍ଡିରେ ସଂଯୋଗ କରୁଥିଲେ । ସେସମୟରେ କେସିଙ୍ଗା ଅଞ୍ଚଳର ମିଲର୍ସ ଗୁଡିକ ମଣ୍ଡି ମାନଙ୍କରେ ସଂଯୋଗ ହେଲେ ତୁରନ୍ତ ଧାନ ଉଠାଣ ହେଉଥିବା ଚାଷୀ ମହଲରେ ଆଲୋଚନା ହେଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଯୋଗାଣ ବିଭାଗ ଚାଷୀଙ୍କ କୌଣସି ଦାବୀକୁ ଗୁରୁତ୍ବ ନ ଦେଇ କେବଳ ସ୍ଥାନୀୟ ମିଲର୍ସ ଙ୍କୁ ହିଁ ସଂଯୋଗ କରୁଥିଲେ । ବିଗତ ଦୁଇ ତିନି ବର୍ଷ ହେବ ଏମ ଏମ ଡି ଏଫ ସୂତ୍ର କୁ ଆଖି ଠାର ମାରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ମିଲର୍ସ ଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ମିଳିଥିବା ତଥ୍ୟ ଅନୁସାରେ ଧର୍ମଗଡ ଉପଖଣ୍ଡରେ ୬୬ ଗୋଟି ମିଲର୍ସ ଓ ଭବାନୀପାଟଣା ଉପଖଣ୍ଡ ରେ ୫୯ ଗୋଟି ମିଲର୍ସ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥା ରେ ୭୩ ଗୋଟି ମିଲର୍ସ ଅଂଶ ଗ୍ରହଣ କରୁଥିବା କୁହାଯାଉଛି ଧର୍ମଗଡ ଉପଖଣ୍ଡରେ ପ୍ରଚୁର ଧାନ ଉତ୍ପାଦନ ହେଉଥିବା ବେଳେ ଭବାନୀପାଟଣା ଉପଖଣ୍ଡର ମିଲର୍ସ ଙ୍କୁ ପ୍ରାଧାନ୍ୟ ଦିଆ ଯାଇ ୧୧୦ କି ମି ଦୁରତାରୁ ଧାନ ଉଠାଣ କରା ଯାଉଥିବା ଦେଖା ଯାଉଛି ଓ ଯଦିଓ ସ୍ଥାନୀୟ ମିଲର୍ସ ଙ୍କୁ ମଣ୍ଡିରେ ସଂଯୋଗ ଦେବେ ନାହି ତେବେ ବ୍ଲକ ଅଦଳ ବଦଳ କରି ମିଲର୍ସ ସଂଯୋଗ କରି ଦୂରତା କମ କରା ଯାଇ ପାରିବ କିନ୍ତୁ ସେଥି ପ୍ରତି କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଜୁନାଗଡ ରୁ କେଶିଙ୍ଗା ର ଦୂରତା ୬୦ କି ମି ହୋଇଥିବା ଦୃଷ୍ଟି ରୁ ଧର୍ମଗଡ ଉପଖଣ୍ଡ ରୁ ଭବାନୀପାଟଣା ଉପଖଣ୍ଡ ର ସର୍ବାଧିକ ମିଲର୍ସ ଥିବା କେଶିଙ୍ଗା ଅଞ୍ଚଳ ର ଦୂରତା ନିଶ୍ଚିତ ଭାବରେ ୬୫ କି ମି ରୁ ଅଧିକ ହେବ ହିଁ ହେବ କାରଣ ଏହି ଭୌଗୋଳିକ ସ୍ଥିତିର ଦୂରତା ଅନୁସାରେ ଧର୍ମଗଡ ଉପଖଣ୍ଡ ମଧ୍ୟରେ ଏହି ଅଞ୍ଚଳର ମିଲର୍ସ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ମଣ୍ଡି ସଂଯୋଗ କଲେ ଏମ ଏମ ଡି ଏଫ ନୀତି ଅନୁସାରେ ଧାନ ପରିବହନ ଖର୍ଚ୍ଚ କମ ହୋଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ 

Related posts

ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଙ୍କ ଠାରେ ସାଂସଦ ଙ୍କ ଦାବୀ 

Sunil Chandra Nayak

ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୫ ଉଦଯାପନୀ ଉତ୍ସବ ପାଳିତ 

masiha

ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ଧାନ କିଣା ଆରମ୍ଭ

masiha

Leave a Comment

error: Content is protected !!