ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତପନ ମାଝୀ ଶିଶୁ ଶ୍ରମିକ ବିଦ୍ୟାଳୟ ରେ ପଢି ଆଜି ଓ ଇ ଏସ ପରୀକ୍ଷାରେ ସଫଳତା  

ଗୋଳାମୁଣ୍ଡା୧୭/୫/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତର ମକୁନ୍ଦପୁର ଗ୍ରାମର ତପନ ମାଝୀ,ସ୍ବର୍ଗତ ପିତା, ଲକ୍ଷ୍ମୀଧର ମାଝୀ, ଆଜି ଓ ଇ ଏସ ପରୀକ୍ଷାରେ ସଫଳତା ଅର୍ଜନ କରିଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତପନ ମାଝୀଙ୍କ ପରିବାର ଅତି ଗରିବ ଥିଲେ । ସେ ପ୍ରଥମେ ପଞ୍ଚସଖା ଯୁବକ ସଂଘ କେଗାଁ ଆନୁକୂଲ୍ୟରେ ପରିଚାଳିତ ହେଉଥିବା ଧାମନପୁର ଶିଶୁ ଶ୍ରମିକ ବିଦ୍ୟାଳୟରେ ତିନି ବର୍ଷ ପାଠ ପଢି ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ । ବିଦ୍ୟାଳୟରେ ପଢ଼ୁଥିବା ବେଳେ ନବୋଦୟ ପରୀକ୍ଷା ଦେଇ ଚୟନ ହୋଇ ଜବାହରଲାଲ ନେହେରୁ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ସେ ମାଟ୍ରିକ ଓ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢି ଭୁବନେଶ୍ୱରରେ ୨୦୧୩ ମସିହାରେ ବିଏରେ ନାମ ଲେଖାଇଥିଲେ । ୨୦୧୬ ମସିହାରେ ଡିଗ୍ରୀ ହାସଲ କରି ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀ ବିହାରରେ ଇଂରାଜୀରେ ଏମ ଏ କରି କୃତିତ୍ୱ ହୋଇଥିଲେ । ୨୦୧୯ ରୁ ୨୦୨୧ ରେ ବିଇଡ଼ି ସମାପ୍ତ କରି ଯାଜପୁରର ଏକ ସରକାରୀ ବିଦ୍ୟାଳୟରେ ଅଧ୍ୟାପକ ହୋଇ ଆଜକୁ ବର୍ଷେ ହେବାକୁ ଯାଉଛି । ପୁଣି ତାଙ୍କ ମନରେ ଜିଲ୍ଲାସ୍ତରୀୟ ପ୍ରଶାସକ ହେବାକୁ ପ୍ରବଳ ଇଛା ଥିଲା । ଆଜି ତାଙ୍କର ଇଛା  ପୂରଣ ହୋଇଛି । ଓ ଇ ଏସ ପରୀକ୍ଷା ଦେଇ ସଫଳତାର ପରିଚୟ ଦେଇଛନ୍ତି । ଏଠାରେ କୁହାଯାଇ ପାରେ ଇଚ୍ଛା ଥିଲେ ବୁଦ୍ଧି ଆପେ ଆପେ ଆସେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

masiha

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଇରଙ୍ଗପୁର ସମେତ ୫ ଟି ପୌରାଞ୍ଚଳ ରେ’ ଡ୍ରିଙ୍କ ଫ୍ରମ ଟେପ୍’ ଲୋକାର୍ପିତ ଏବଂ ୧୩ ଟି ପୌରାଞ୍ଚଳରେ ଶୁଭାରମ୍ଭ

masiha

Leave a Comment

error: Content is protected !!