ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତପନ ମାଝୀ ଶିଶୁ ଶ୍ରମିକ ବିଦ୍ୟାଳୟ ରେ ପଢି ଆଜି ଓ ଇ ଏସ ପରୀକ୍ଷାରେ ସଫଳତା  

ଗୋଳାମୁଣ୍ଡା୧୭/୫/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତର ମକୁନ୍ଦପୁର ଗ୍ରାମର ତପନ ମାଝୀ,ସ୍ବର୍ଗତ ପିତା, ଲକ୍ଷ୍ମୀଧର ମାଝୀ, ଆଜି ଓ ଇ ଏସ ପରୀକ୍ଷାରେ ସଫଳତା ଅର୍ଜନ କରିଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତପନ ମାଝୀଙ୍କ ପରିବାର ଅତି ଗରିବ ଥିଲେ । ସେ ପ୍ରଥମେ ପଞ୍ଚସଖା ଯୁବକ ସଂଘ କେଗାଁ ଆନୁକୂଲ୍ୟରେ ପରିଚାଳିତ ହେଉଥିବା ଧାମନପୁର ଶିଶୁ ଶ୍ରମିକ ବିଦ୍ୟାଳୟରେ ତିନି ବର୍ଷ ପାଠ ପଢି ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ । ବିଦ୍ୟାଳୟରେ ପଢ଼ୁଥିବା ବେଳେ ନବୋଦୟ ପରୀକ୍ଷା ଦେଇ ଚୟନ ହୋଇ ଜବାହରଲାଲ ନେହେରୁ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ସେ ମାଟ୍ରିକ ଓ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢି ଭୁବନେଶ୍ୱରରେ ୨୦୧୩ ମସିହାରେ ବିଏରେ ନାମ ଲେଖାଇଥିଲେ । ୨୦୧୬ ମସିହାରେ ଡିଗ୍ରୀ ହାସଲ କରି ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀ ବିହାରରେ ଇଂରାଜୀରେ ଏମ ଏ କରି କୃତିତ୍ୱ ହୋଇଥିଲେ । ୨୦୧୯ ରୁ ୨୦୨୧ ରେ ବିଇଡ଼ି ସମାପ୍ତ କରି ଯାଜପୁରର ଏକ ସରକାରୀ ବିଦ୍ୟାଳୟରେ ଅଧ୍ୟାପକ ହୋଇ ଆଜକୁ ବର୍ଷେ ହେବାକୁ ଯାଉଛି । ପୁଣି ତାଙ୍କ ମନରେ ଜିଲ୍ଲାସ୍ତରୀୟ ପ୍ରଶାସକ ହେବାକୁ ପ୍ରବଳ ଇଛା ଥିଲା । ଆଜି ତାଙ୍କର ଇଛା  ପୂରଣ ହୋଇଛି । ଓ ଇ ଏସ ପରୀକ୍ଷା ଦେଇ ସଫଳତାର ପରିଚୟ ଦେଇଛନ୍ତି । ଏଠାରେ କୁହାଯାଇ ପାରେ ଇଚ୍ଛା ଥିଲେ ବୁଦ୍ଧି ଆପେ ଆପେ ଆସେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଆଞ୍ଚଳିକ ବ୍ରାହ୍ମଣସମିତି ଖଇରା ତରଫରୁ ଭାଗବତ ଜନ୍ମ ପାଳିତ

masiha

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ ଗୃହରେ ୧୧୦ ଜଣ ଜନଜାତି ଉତ୍ସାହୀ ଯୁବ ଉଦ୍ୟୋଗୀମାନଙ୍କୁ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ଜନଜାତି ଜିବୀକା ମିଶନ୍ ଯୋଜନାରେ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ 

masiha

ସାନ୍ତାଳୀ ଭାଷା ଅଲିଚିକ ପରୀକ୍ଷା

masiha

Leave a Comment

error: Content is protected !!