ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସମୀକ୍ଷା ହିତାଧିକାରୀଙ୍କ କର୍ମଶାଳା ଓ ଜନଶୁଣାଣୀ ଅନୁଷ୍ଠିତ

କାମାକ୍ଷାନଗର -(ମନିସ )16/5/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର ସହର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ତା/୧୬/୦୫/୨୦୨୩ ରିଖ ମଙ୍ଗଳବାର ଦିବା ୧୦ ଘଟିକା ସମୟରେ ସାମାଜିକ ସମୀକ୍ଷା ହିତାଧିକାରୀଙ୍କ କର୍ମଶାଳା ସହ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ରାଜ୍ୟ ସରକାରଙ୍କ ଅନୁମୋଦିତ ସ୍ବାଧୀନ ସମୀକ୍ଷା କାର୍ଯ୍ୟକାରୀ ସଂସ୍ଥା ଓ ଏକାଡେମି ଅଫ ଭୋକେସେନାଲ ସଂସ୍ଥା ଦ୍ୱାରା ଏହି ସାମାଜିକ ସମୀକ୍ଷା କର୍ମଶାଳା ଓ ଜନ ଶୁଣାଣି ହୋଇଥିଲା । ଉକ୍ତ ସଂସ୍ଥାର ସଦସ୍ୟ ବଂଶୀଧର ସାରଙ୍ଗୀ ଏଵଂ ରମେଶ ସାହୁ ଯୋଗଦେବା ସହିତ କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା , ଉପ-ନଗରପାଳ ସକୁନ୍ତଳା ସେଠୀ , ସମସ୍ତ ଓ୍ଵାର୍ଡର କାଉନସିଲର ଵୃନ୍ଦ, ନିର୍ବାହୀ ଅଧିକାରୀ ଯତିନ୍ଦ୍ର ମିଶ୍ର ଯୋଗଦେଇଥିଲେ । ସହରର ସମସ୍ତ ଓ୍ଵାର୍ଡର ହିତାଧିକାରୀଙ୍କ ସହ ସାଧାରଣ ଜନସାଧାରଣ ଯୋଗଦେଇ କର୍ମଶାଳାର ଆଭିମୁଖ୍ୟ ଏଵଂ ଜନଶୁଣାଣୀରେ ନିଜ ମତ ଉପସ୍ଥାପନ କରି ସହରରେ ଗୃହ ଆବଣ୍ଟନ ପ୍ରକ୍ରିୟା ନଗରପାଳଙ୍କ ଦ୍ଵାରା ଅତି ଉଚ୍ଚକୋଟୀର ରହିଛି ଏଥିପାଇଁ ସଭିଏଁ କୃତଜ୍ଞତା ଜଣାଇଥିଲେ ।

ଏହାପରେ ଉକ୍ତ ସଂସ୍ଥାର ସଦସ୍ୟ ବୃନ୍ଦ ସ୍ଥାନୀୟ ଜନପ୍ରତିନିଧି କାଉନସିଲର ଖୁଲଣା ଵେହେରା ଓ କନିଷ୍ଠ ଯନ୍ତ୍ରୀ ରଞ୍ଜୁ ଦାସଙ୍କ ସହ ୧୪ ନମ୍ବର ଓ୍ଵାର୍ଡ ରେକୁଳା ଗ୍ରାମ ଗସ୍ତ କରି ଆବାସ ଯୋଜନାରେ ଗୃହ ପାଇଥିଵା ହିତାଧିକାରୀଙ୍କ ଗୃହ କିଭଳି ହୋଇଛି ଏହାକୁ ଦେଖି ରିପୋର୍ଟ ସଂଗ୍ରହ କରିଥିଲେ ଏବଂ କାମାକ୍ଷନଗର ବିଜ୍ଞାପିତ ଅଞ୍ଚଳ ପରିଷଦର‌ ସ୍ଵଛ କାର୍ଯ୍ୟ ନିଷ୍ଠାକୁ ମର୍ମେ ମର୍ମେ ଅନୁଭବ କରି ଧନ୍ୟବାଦ ପ୍ରକଟ କରିଥିଲେ ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶିକ୍ଷୟିତ୍ରୀ ସତ୍ୟରୁପା ଯୋଶୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକର ଜନସାଧାରଣ

masiha

ଲୋଚାପଡ଼ା ବୁଥରେ ଏସ ଆଇ ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ବ୍ରହ୍ମପୁର ଉପଜିଲ୍ଲାପାଳ 

Leave a Comment

error: Content is protected !!