ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ରେଡ୍ –  ବନ୍ଧୁଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ଲାଞ୍ଚୁଆ କିରଣୀଙ୍କୁ ବାନ୍ଧିଲେ ଓ ସିଡ଼ିପିଓ ଙ୍କୁ ମଧ୍ୟ ନିଜ ଘରରୁ ଉଠାଇ ନେଲେ ଭିଜିଲାନ୍ସ

ବନ୍ଧୁଗାଁ ତା ୧୭/୫/୨୩ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟଳୟର ବରିଷ୍ଟ କିରାଣୀ ଅଶ୍ୱିନ କୁମାର ପ୍ରଧାନ। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଅଶ୍ୱିନ କୁମାର ପ୍ରଧାନଙ୍କ ଠାରୁ ନେଇଥିବା ଲାଞ୍ଚ ଟଙ୍କା ୪୦ ହଜାର ଟଙ୍କା ଜବତ କରି ତାଙ୍କୁ ଗିରଫ କରିଛନ୍ତି। ସୁଚନା ଅନୁଯାୟୀ ବନ୍ଧୁଗାଁ ବ୍ଲକ ଜାଗୁଗୁଡା ପଞ୍ଚାୟତ ଦେର୍କା ଗ୍ରାମରେ ଅଳ୍ପ କିଛି ମାସ ତଳେ ବିନା ବିଜ୍ଞପ୍ତିରେ ଗୁପ୍ତ ଭାବର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରାଇଦେବା ନିମନ୍ତେ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଲାଞ୍ଚ ଦେବା ପାଇଁ ସ୍ଥିର କରଯାଇଥିଲା । ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ହେବା ପରେ ଗରିବ ଆଦିବାସୀ ପରିବାର ମାତ୍ର ଏକ ଲକ୍ଷ ଟଙ୍କା କିରାଣୀ ଓ ସିଡ଼ିପିଓ ଙ୍କୁ ଦେଇଥିଲେ କିନ୍ତୁ ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟରେ ଯୋଗଦାନ କରିବା ପାଇଁ କାର୍ଯ୍ୟାଳୟ ତରଫରୁ ଅଙ୍ଗନୱାଡ଼ି କର୍ମୀ ବଳକା ୪୦ ହଜାର ଟଙ୍କା ଲାଞ୍ଚ ଦେଇ ନ ଥିବା ଯୋଗୁଁ ଆଦେଶ ଚିଠି ଦେଇ ନ ଥିଲେ। ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ହେବା ପାଇଁ ଯୋଗ୍ୟ ହୋଇ ଥିବା ଯୋଗୁଁ ଅଙ୍ଗନୱାଡ଼ି କର୍ମୀ ଙ୍କ ବାପା ରାଉତ କୁଲେସିକା (ପୁର୍ବତନ ବ୍ଲକ ଉପାଧ୍ୟକ୍ଷ) କିରାଣୀଙ୍କୁ ଉକ୍ତ ୪୦ ହଜାର ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନମିତା ରାଣୀ ପାଲଙ୍କ ନିର୍ଦ୍ଦେଶରେ ଗିରଫ ବରିଷ୍ଟ କିରାଣୀ ଅଶ୍ୱିନ କୁମାର ପ୍ରଧାନ ଅଙ୍ଗନୱାଡ଼ି କର୍ମୀଙ୍କ ବାପା ରାଉତ କୁଲେଶିକା ଯୋଗଦାନ ଚିଠି ଦେବା ପାଇଁ ବଳକା ୪୦ ହଜାର ଟଙ୍କା ଲାଞ୍ଚ ଦେବା ପାଇଁ ଦାବି କରିଥିଲେ। ରାଉତ କୁଲେଶିକା ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଡିଭିଜନ ଏସପି ଙ୍କୁ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ,ଇନ୍ସପେକ୍ଟର ସୂର୍ଯ୍ୟକାନ୍ତ ଟାକ୍ରି , ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟମାନଙ୍କୁ ନେଇ ଗଠିତ ଟିମ୍ ବୁଧବାର ପୂର୍ବାହ୍ନ ୧୧,୩୦ ରେ ଅଭିଯୁକ୍ତ ବରିଷ୍ଟ କିରାଣୀ ଅଶ୍ୱିନ କୁମାର ପ୍ରଧାନ ଆଇସିଡ଼ିଏସ କାର୍ଯ୍ୟଳୟ ପରିସରରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡି ବସି ଥିଲେ। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିବା ସହ ବରିଷ୍ଟ କିରାଣୀ ଅଶ୍ୱିନ କୁମାର ପ୍ରଧାନ ଙ୍କୁ ଗିରଫ କରି କୋରାପୁଟ ଜିଲ୍ଲାର ନିଜ କାର୍ଯ୍ୟଳୟ କୁ ନେଇଯାଇଛନ୍ତି। କୋରାପୁଟ ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ଆଇପିସି ୭ ପିସି ଅମେଣ୍ଡମେଣ୍ଟ ଆକ୍ଟ ୨୦୧୮ ରେ ଏକ ମାମଲା (କେଶ ନମ୍ବର ୧୫/୨୩ ) ରୁଜୁ କରି ତଦନ୍ତ ଜାରି ରଖିବା ସହିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନମିତା ରାଣୀ ପାଲ ଙ୍କୁ ତାଙ୍କ ନିଜ ଘରେ ମଧ୍ୟ ଗିରଫ କରି ନେଇଛନ୍ତି। ଭିଜିଲାନ୍ସଙ୍କ ତରଫରୁ ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜାଣିବାକୁ ମିଳିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ କୁଦର ସାହି ଓ ପିଠାକୁଟୁଣୀ ଗାଁ ରେ ଚଢ଼ାଉ ;୫,୫୦୦ ଲିଟର ମଦ ,ପୋଚ,ରନ୍ଧା ସାମଗ୍ରୀ,୨୬୫ ଲିଟର ଦେଶୀମଦ ଜବତ ସମେତ ୨ ଜଣଙ୍କୁ କୋର୍ଟ ଚାଲାଣ

masiha

ରାୟଗଡାରେ ବାଘଛାଲ ଜବତ :ଆଠ ଜଣ ଗିରଫ ବନବିଭାଗର ବଡ଼ ସଫଳତା 

କାମାକ୍ଷାନଗର ବାସୀ ହୋଇଯାଏ ସାବଧାନ, ମାତିଛନ୍ତି ବାଇକ୍ ଚୋର 

masiha

Leave a Comment

error: Content is protected !!