ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧ କୁ ଭୁଜାଲି ମାଡ଼

ମୟୂରଭଞ୍ଜ -୧୭/୫ (ମସିହା) ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବଡ଼ଚାଟରା ଗ୍ରାମ ରେ ମଙ୍ଗଳବାର ରାତ୍ରୀ ପାଖାପାଖି ଦଶ ଘଟିକା ସମୟରେ ବଡଚାଟରା ଗ୍ରାମର ଗୋବିନ୍ଦ ମହାନ୍ତ ୬୫ବର୍ଷ ଖାଇ ପିଇ ଘୋର ବାରଣ୍ଡାରେ ଥିବା ବେଳେ ସେହି ଗ୍ରାମର ଅନିଲ୍ ମହାନ୍ତ ଆସି ତାଙ୍କ ବାପାଙ୍କୁ ପଛପଟୁ ଜାବୁଡ଼ି ଧରିଲା ଓ ସୁନୀଲ ମହାନ୍ତ ଭୁଜାଲି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଗାବିନ୍ଦ ଙ୍କ ପୁତ୍ର ବଳରାମ ମହାନ୍ତ। ଭୁଜାଲି ମାଡ଼ରେ ଗୋବିନ୍ଦଙ୍କ ପେଟରେ ଗୋଭିର ଆଘାତ ହୋଇଥିଲା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଝାରପୋଖରିଆ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଗୋବିନ୍ଦ ଙ୍କୁ ଉଦ୍ଧାର କରି ଶିର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଗୋବିନ୍ଦ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରିପଦାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ପୁର୍ବରୁ ମଧ୍ୟ ଏହି ପରି ସେହି ଦୁଇଭାଇ ମାରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବଳରାମ ମହାନ୍ତ। ହେଲେ କେଉଁ କାରଣରୁ ଏହିପରି ଘଟଣା ଘଟେଇଛନ୍ତି ତାହା ଜଣାପଡ଼ି ନଥିବା ବେଳେ ଝାରପୋଖରିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ 

Sunil Chandra Nayak

ସ୍ତ୍ରୀକୁ କିରାସିନି ଢାଲି ହତ୍ୟା ମାମଲା: ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଦିନ ଦିପହର ରେ ଡକାୟତି

Sunil Chandra Nayak

Leave a Comment

error: Content is protected !!