ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ଡୋକରିଚଞ୍ଚରାରେ ସ୍ଥିତି ଅନୁଧ୍ୟାନ କଲେ ଧର୍ମଗଡ଼ ଉପ ଜିଲ୍ଲାପାଳ

କୋକସରା,୧୮/୫- ଆସନ୍ତା ୨୦ ତାରିଖରେ କଳାହାଣ୍ଡି ଗସ୍ତରେ ଆସିବେ ୫ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟନ । ସଚିବଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ତତ୍ପରତା ଦେଖାଦେଇଛି । କଳାହାଣ୍ଡି ଗସ୍ତରେ ଆସି ୫ ଟି ସଚିବ କୋକସରା ବ୍ଲକର ଆମପାଣି ବୁଢ଼ାରଜା ମନ୍ଦିର ସହ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ବୁଧବାର ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଶାସନିକ ଅଧିକାରୀ। ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ, ଦକ୍ଷିଣ ବନଖଣ୍ଡ ଡିଏଫଓ ଦୟାନନ୍ଦ ଗଜାନନ ଲାଡେ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କୁଅର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଆମପାଣି ବୁଢ଼ାରଜା ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପରିଦର୍ଶନ କରି ୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ  ୧୦ଟି ପଞ୍ଚାୟତରେ ୩୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଶୀତ ବସ୍ତ୍ର ବା କମଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ସୂଚନା

masiha

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ଦ୍ୱାରା ବିଶ୍ୱ ଏଡ୍‌ସ୍ ଦିବସ ପାଳିତ 

masiha

Leave a Comment

error: Content is protected !!