ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛ ରୁ ପଡି ବୃଦ୍ଧ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

କୋକସରା,୧୦।୩- କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜାତୀୟ ରାଜପଥ ୨୬ ବୋବରିଆ ଛକ ନିକଟରେ ଚାଷଜମି ରେ ରହିଥିବା ଏକ ବିରାଟ ବହଳ ଗଛ ରୁ ପଡି ଜଣେ ବୃଦ୍ଧ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୋକସରା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରି ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ସୂଚନା ଅନୁସାରେ କାଉଡୋଳା ଗ୍ରାମର ଜଣେ ବୃଦ୍ଧ ତ୍ରିନାଥ ବେମାଲ (୬୦) ଗତକାଲି ସନ୍ଧ୍ୟାରେ ଶାଗ ତୋଳିବାକୁ ଘରୁ ବାହାରିଥିଲେ । ତେବେ ଆଜି ସକାଳୁ ଗଛ ତଳେ ତାଙ୍କ ମୃତ ଦେହ ପଡିଥିବା ଦେଖି କିଛି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ। ପୋଲିସ ତଦନ୍ତ ପରେ ମୃତକ ଜଣକ କାଉଡୋଳା ଗ୍ରାମର ତ୍ରିନାଥ ବେମାଲ ବୋଳି ଜଣାପଡିଛି। ଗଛ ତଳେ ଏକ ମୁଣା ରେ ଶାଗ ତୋଳି ମଧ୍ୟ ରଖିଛନ୍ତି। ପୋଲିସ ମୃତ ବୃଦ୍ଧ ଙ୍କ ପରିବାର ସଦସ୍ୟ ଙ୍କ ଉପସ୍ଥିତ ରେ ଶବ ଜବତ କରି କୋକସରା ହସ୍ପିଟାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇ ପରେ ପରିବାର ଙ୍କୁ ହସ୍ତାନ୍ତର କରି କୋକସରା ଥାନା କେଶ ନମ୍ବର ୫/୨୨ ରେ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଜନ୍ମେଜୟ ବାଗ ସୁଚନା ଦେଇଛନ୍ତି । ମ ନି ସ 

Related posts

ମମତା ଶତପଥୀ ଙ୍କ କବିତା ମୁଁ ଆଜିକା ସୁନ୍ଦରୀଝିଅ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗଣେଶ କୁହନ୍ତି

Sunil Chandra Nayak

ଅପ୍ରତିଦ୍ବନ୍ଦି ନାୟକ ନବୀନ ପଟ୍ଟନାୟକ

Leave a Comment

error: Content is protected !!