ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଲାଞ୍ଜିଗଡ଼,୧୦/୦୩(ମ.ନି.ସ)-ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ଛାଡ଼ି ଭଟାଙ୍ଗପଦର-ମୁଷାନାଳ ରାସ୍ତା ଦେଇ ଲାଞ୍ଜିଗଡ଼ ଫେରୁଥିବାବେଳେ କୁଟୁଡୁଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ବେଦାନ୍ତ ଆମ୍ବୁଲାନ୍ସ ! ଆମ୍ବୁଲାନ୍ସଟି ଦୁଇଶହ ମିଟର ଘାଟି ତଳକୁ ଖସି ପଡ଼ିଥିବାବେଳେ ଏଥିରେ ଅଳ୍ପକେ ଡ୍ରାଇଭର ଜଣକ ବର୍ତ୍ତି ଯାଇଛନ୍ତି ! ଆଜି ଅପରାହ୍ନରେ ବେଦାନ୍ତ ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ଭବାନୀପାଟଣା ଯାଇ ସେଠାରୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ! ତେବେ ସନ୍ଧ୍ୟା ସମୟ ହୋଇଥିବାରୁ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟିକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପାରିନାହିଁ ! ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ରୋଗୀ ପରିବହନ ଓ ଚିକିତ୍ସା ସେବା ଯୋଗାଇଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ସହିତ ବ୍ଲକର ଅପହଞ୍ଚ ଇଲାକାରେ ଗରିବ ଓ ଅସହାୟ ରୋଗୀଙ୍କ ଲାଇଫଲାଇନ୍ ପାଲଟିଥିବା ବେଦାନ୍ତ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା ପରେ ରୋଗୀସେବା ବାଧାପ୍ରାପ୍ତ ହେବାର ଆଶଙ୍କା ସ୍ରୁଷ୍ଟି ହୋଇଛି !

-ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍

Related posts

କଙ୍କଡାହାଡ ବ୍ଲକ ର ଗର୍ବ ଓ ଗୌରବ ଯୁବ ଖେଳାଳୀ ତାରିଣୀ 

Sunil Chandra Nayak

ରବୀନ୍ଦ୍ରକୁମାର ବେହେରା ଙ୍କ କବିତା ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

Sunil Chandra Nayak

କେସିଙ୍ଗାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!