ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପତ୍ର ଫଡ଼ିରେ ଶିଶୁଶ୍ରମିକ , ସତ କହିବାରୁ ମୁନ୍ସୀ ପଦବୀରୁ ନିଲମ୍ବିତ

ଗୋଳାମୁଣ୍ଡା ତା ୧୯/୫/ନିରପେକ୍ଷ/ନିର୍ଭୟ ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡ ବ୍ଲକ କେଗାଁ ରେଞ୍ଜ ଅନ୍ତର୍ଗତ ବୈଜଳପୁର କେନ୍ଦୁପତ୍ର ଫଡ଼ିରେ ପୁଣି ଶିଶୁଶ୍ରମିକ କାମ କରୁଥିବା ଦେଖିବାକୁ ମିଲୁଛି । ଏହାପୂର୍ବରୁ, ଅନେକ ଥର ବିଭିନ୍ନ ଖବରକାଗଜରେ ପ୍ରସାରଣ ପରେ ବି ସୁଧୁରିବାର ନା ଧରୁନି କେନ୍ଦୁପତ୍ର ବିଭାଗ । ବୋଧେ କେନ୍ଦୁପତ୍ର ବିଭାଗ ବିଭିନ୍ନ ଖବରକାଗଜକୁ ବେଖାତିର କରୁଥିବା ଅନୁମାନ କରାଯାଉଛି । ସୂଚନାରୁ ପ୍ରକାଶ ଯେ ଗତବର୍ଷ ଫଡ଼ିରେ କାମ କରୁଥିବା ପ୍ରଫୁଲ୍ଲ ଭାଟି ଓ ଶିଳା ଭାଟିର ବକେୟା ମଜୁରୀ ଟଙ୍କା ଆଜି ପର୍ଯ୍ୟନ୍ତ ରେଞ୍ଜର ଦେଇ ନ ଥିବା ଅଭିଯୋଗ ଆଣିଛନ୍ତି ଦୁଇ ମହିଳା ଶ୍ରମିକ । ପ୍ରଫୁଲ୍ଲ ୧୯ ଦିନ କାମ କରି ୧୦୦୦ ଟଙ୍କା ପାଇଥିବା ବେଳେ ଶିଳା ଭାଟି ଏକ ମାସ କାମ କରି ୧୬୦୦ ଟଙ୍କା ପାଇଥିବା କହିଛନ୍ତି । ଅବଶିଷ୍ଟ ଟଙ୍କା ବ୍ୟାଙ୍କ ପାସବୁକରେ ଜମା କରିଦେବାକୁ ଫରେଷ୍ଟର କହିଥିଲେ ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ପଡି ନ ଥିବା କୁହାଯାଇଛି । କେନ୍ଦୁପତ୍ର ବିଭାଗ ଜରିଆରୁ ଜଣେ ଶ୍ରମିକଙ୍କୁ ଦିନକୁ ୨୦୦ ଟଙ୍କା ଦେବାକୁ କୁହାଯାଇଥିଲା । ଏ ନେଇ ଶିଶୁମାନଙ୍କୁ ୧୫୦ଟଙ୍କା ଦେଇ କାମ କରାଯାଉଥିବା ନିଜେ ମୁନ୍ସୀ ଦିଗାମ୍ବର ଦାସ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଏ ନେଇ କେଗାଁ କେନ୍ଦୁପତ୍ର ବିଭାଗ ରେଞ୍ଜରକୁ ଫୋନ କଲେ କୌଣସି ସୂଚନା ନ ଥିବା କଥା କହିଥିଲେ । କେନ୍ଦୁପତ୍ର ରେଞ୍ଜର ସହିତ ସାମ୍ୱାଦିକଙ୍କ ଫୋନରେ କଥା ହେଲେ ମୁନ୍ସୀ ଦିଗାମ୍ବର ଦାସ । ଶିଶୁ ମାନଙ୍କୁ ନେଇ କାମ କରିବା କଥା ଗଣମାଧ୍ୟମ ସମ୍ମୁଖରେ ମୁନ୍ସୀ ରେଞ୍ଜରଙ୍କ ସହିତ କଥା ହୋଇଥିଲେ । ରେଞ୍ଜର ଜୟନାରାୟଣ ଯୋଶୀ ଓଲଟା ମୁନ୍ସୀଙ୍କ ଉପରେ ରାଗିଯାଇ ବହିଷ୍କାର କରି ଦେବାକୁ ଧମକ ଦେଇଥିଲେ ହେଲେ ମୁନ୍ସୀ ଓଲଟା ଗତ ବର୍ଷ ବକେୟା ଟଙ୍କା ପାଇ ନ ଥିବା ପ୍ରଶ୍ନ କରିଥିଲେ। ଶ୍ରମିକ ମାନଙ୍କ ବକେୟା ପାଉଣା କହିଲେ ପୁଣି ମୁନ୍ସୀଙ୍କୁ ଧମକ ଦେବା ଯୁକ୍ତିଯୁକ୍ତ କି ? ରେଞ୍ଜର ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ବକେୟା ରଖୁଥିବା ନେଇ ଶିଶୁମାନଙ୍କୁ କାମରେ ନିୟୋଜିତ କରି ସ୍ୱଳ୍ପ ମଜୁରୀ ଦେଇ କାମ ସମ୍ପୂର୍ଣ୍ଣ କରାଯାଉଥିବା ସନ୍ଧେହ ଘେରକୁ ଟାଣିନେଇଛି । ଏ ଠାରେ ଶ୍ରମିକମାନଙ୍କ ମଜୁରୀ ଟଙ୍କା ଆତ୍ମସାତ କରୁ ନାହାନ୍ତି ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏପଟେ ମୁନ୍ସୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ଖବର ସାମ୍ନାକୁ ଆସୁଛି । ଏ ଦୁନିଆରେ ସତ କହିଲେ ଚାକିରିରୁ ନିଲମ୍ବିତ କରିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ବୋଧେ ରେଞ୍ଜରଙ୍କ ଅସଲ ମୁଖା ଖୋଲିଯିବା ଭୟରେ ମୁନ୍ସୀଙ୍କୁ ଚାକିରୀରୁ ନିଲମ୍ବିତ କରିବା ସ୍ଥାନୀୟ ଲୋକେ କହୁଛନ୍ତି । କେନ୍ଦୁପତ୍ର ବିଭାଗର ଦୁର୍ନୀତିକୁ ଲୁଚାଇବାକୁ ଷଡଯନ୍ତ୍ର କରି ମୁନ୍ସୀଙ୍କୁ ନିଲମ୍ବିତ କରାଯାଇଥିବା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ରେଞ୍ଜରଙ୍କ ଅସଲ ମୁଖା ପଦାକୁ ଆସିବ ବୋଲି ଆଶା କରାଯାଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବଜରଙ୍ଗ କ୍ଲବ୍ ତରଫରୁ ଗଣେଶ ଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଭୋଗ ଲାଗି

Sunil Chandra Nayak

Deaf Delhi Bulls crowned champions of the IDCA’s 2nd T10 Women’s Deaf Premier League.

masiha

ରାୟଗଡ଼ାରେ ଅଣପଞ୍ଜୀକୃତ ଯୁବ ଭୋଟରଙ୍କ ପାଇଁ ସଚେତନତା କର୍ମଶାଳା: ଶତପ୍ରତିଶତ ଭୋଟର ପଞ୍ଜୀକରଣ ଉପରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!