ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ ମିଶନ ଶକ୍ତି ମହିଳାଙ୍କ ପ୍ରଶଂସା କଲେ ୫ଟି ସଚିବ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ କରି ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ନର୍ଲାଠାରେ ମିଶନ ଶକ୍ତି ମହିଳାଙ୍କୁ ବିଶେଷ ପ୍ରଶଂସା କରିଛନ୍ତି। ପବିତ୍ର ସାବିତ୍ରୀ ଅମାବାସ୍ୟା ଦିବସରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ନର୍ଲା ହାଇସ୍କୁଲ ପଡିଆଠାରେ ଉପସ୍ଥିତ ରହିଥିଲେ। ଉପସ୍ଥିତ ମହିଳା ମାନଙ୍କ ସମ୍ମୁଖରେ ୫ଟି ସଚିବ ୨ ଗୋଟି ପ୍ରଶ୍ନ ପଚାରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ କେତେ ଟଙ୍କାର ଋଣ ଦେଉଛନ୍ତି ଓ ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ମହିଳା ମାନଙ୍କୁ କେତେ ଟଙ୍କାର ସହାୟତା ଦିଆଯାଉଛି ବୋଲି ୫ଟି ସଚିବ ପ୍ରଶ୍ନ ଉତ୍ଥାପନ କରିବା ସହ ସଠିକ ଉତ୍ତର ପାଇ ମହିଳାମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ। ସାବିତ୍ରୀ ବ୍ରତ ଉପବାସ ଦିନରେ ଏତେ ସଂଖ୍ୟାରେ ମହିଳା ମାନେ ଯୋଗଦାନ କରି ଥିବାରୁ ମୋ ପାଖରେ ଭାଷା ନାହିଁ, ଧନ୍ୟବାଦ ଜୁହାର,ବିନମ୍ର ପ୍ରଣାମ ଜଣାଇ ମହିଳାମାନଙ୍କୁ ସଚିବ ପ୍ରଶଂସା କରିଥିଲେ। ପୁଣି ଜନସାଧାରଣଙ୍କ ଦରଖାସ୍ତ ଗୁଡିକ ଗ୍ରହଣ କରି ଭଲଭାବରେ ବିଚାର କରାଯିବ ଓ ଖୁବ କମ ସମୟ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ୫ଟି ସଚିବ ଶ୍ରୀ ପାଣ୍ଡିଆ ନ କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ମିଶନ ଶକ୍ତିରେ ପ୍ରତି ବର୍ଷ ହଜାର ହଜାର ଟଙ୍କା ପ୍ରଦାନ କରୁଛନ୍ତି ଏହି ଟଙ୍କା ପହଞ୍ଚିବାରୁ ମା’ମାନେ ପରିବାର ଚଳାଇବା, ପିଲାମାନଙ୍କ ପାଠପଢ଼ା, ସ୍ବାସ୍ଥ୍ୟରେ ବ୍ୟବହାର କରି ଉପକୃତ ହେଉଛନ୍ତି ବୋଲି ଜଣାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ,ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି ଭିନେଲ କ୍ରିଷ୍ଣା, ପୋଲିସ ଡିଜି, ଏସପି, ନର୍ଲା ବ୍ଳକ ବିଡ଼ିଓ ବାସନ୍ତୀ ସେଠୀ, ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବିଭିନ୍ନ ପଞ୍ଚାୟତ ସରପଂଚ, ସମିତି ସଭ୍ୟ, ମିଶନ ଶକ୍ତି ମହିଳାଙ୍କ ସହ ବହୁ ସଂଖ୍ୟାରେ ଜନସାଧାରଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଉପସ୍ଥିତ ଥିଲେ। ଏହା ପରେ ସଚିବ ଭିକେ ପାଣ୍ଡିଆନ ନର୍ଲା ମହିଳା ମିଶନ ଶକ୍ତି କାଫେ ଗୃହ ପରିଦର୍ଶନ କରି ଭବାନୀପାଟଣା ଅଭିମୁଖେ ଯାତ୍ରା କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

masiha

କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଙ୍କ ଦାଇତ୍ୱ ଗ୍ରହଣ

Sunil Chandra Nayak

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!