ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୁଡାନ୍ତ ତାଲିକା ପ୍ରକାଶ ପାଇଲା ପରେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲା

କେସିଙ୍ଗା,10.03.2022 – କଳାହାଣ୍ଡି ଜି,ଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚୁଡ଼ାନ୍ତ ତାଲିକା ଆଜି ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି । ତେବେ ଚଳିତ ନିର୍ବାଚନ ଅଧ୍ୟକ୍ଷ ପଦବୀ ପାଇଁ ୫ଟି ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସମସ୍ତ ଙ୍କ ପ୍ରାର୍ଥୀତ୍ବ କାଏମ ରହିଛି । ସେହିପରି କାଉନସିଲ ପଦବୀ ପାଇଁ ୪୦ ଜଣ ପ୍ରାର୍ଥୀ ପ୍ରାର୍ଥୀତ୍ୱ ଦାଖଲ କରିଥିବା ବେଳେ ଏକମାତ୍ର ପ୍ରାର୍ଥୀ ୧୧ ନମ୍ବର ୱାର୍ଡ ରେ ଯାଜ୍ଞସିନୀ ଶିକା ଙ୍କ କୈାଣସି ସମର୍ଥକ ନ ଥିବାରୁ ତାଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଥିବା ଜଣାପଡିଛି । । ତେବେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ଭାବେ ଭୋଟ ଦେବାକୁ ବ୍ୟବସ୍ଥା ରହିଥିବା ବେଳେ କେସିଙ୍ଗା ଏନ୍ ଏ ସି ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି । ଅନ୍ୟାନ୍ୟ 12ଗୋଟି ୱାର୍ଡପାଇଁ ବିଭିନ୍ନ ସଂରକ୍ଷଣମାନ କରାଯାଇଛି । ତେବେ ଅନେକ ୱାର୍ଡର ସଂରକ୍ଷଣ ବ୍ୟବସ୍ଥା ବଦଳି ଯାଇଥିବାରୁ ଅନେକ ପ୍ରାର୍ଥୀଙ୍କୁ ନିଜ ପାଇଁ ଏକ ସୁରକ୍ଷିତ ୱାର୍ଡ ବାଛିବାରେ କଷ୍ଟକର ପାଠ ହୋଇପଡିଛି । ତେବେ ୧୨ ଗୋଟି ୱର୍ଡ ରେ କାଉନସିଲର ପଦବୀ ପାଇଁ ସଂରକ୍ଷିତ ରହିଥିବା ତାଲିକା ଅନୁଯାୟୀ ୱାର୍ଡ ନମ୍ବର ୧,୫,୮,୧୦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ରହିଥିବା ବେଳେ ୱାର୍ଡ ନମ୍ବର ୨,୩,୬,୭ ଓ ୧୧ ଅଣସଂରକ୍ଷିତ ରହିଛି । ଏବେ ୱର୍ଡ ନମ୍ବର ୪ ଅନୁସୁଚିତ ଜାତି  ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ଭୋଟର୍ ଙ୍କ ସଂଖ୍ୟା ରହିଛି ୧୪୨୦୫ । ସେଥିମଧ୍ୟରୁ, ମହିଳା ଭୋଟର୍ ଙ୍କ ସଂଖ୍ୟା ରହିଛି ୭୦୪୧ ରହିଥିବା ବେଳେ ପୁରୁଷ ଭୋଟର୍ ଙ୍କ ସଂଖ୍ୟା ରହିଛି ୭୧୬୩ ଏବଂ ଜଣେ ମାତ୍ର ତୃତୀୟ ଲିଙ୍ଗୀ ଭୋଟର୍ ରହିଛନ୍ତି ।

ତେବେ ପୌର ନିର୍ବାଚନ ପାଇଁ ରାଜ୍ୟ ର ୧୦୭ ଗୋଟି ଏନ୍ ଏ ସି/ ମ୍ୟୁନିସିପାଲଟି ରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷିରେ କେସିଙ୍ଗା ଏନ୍ ଏ ସି ରେ ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଲା ପରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାର୍ଥୀ ମାନଙ୍କ ଜୋରସୋରରେ ପ୍ରଚାର ପ୍ରସାର ଆରମ୍ଭ ହୋଇଛି । ତେବେ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ କେସିଙ୍ଗା ପୌର ନିର୍ବାଚନ ଅଧିକାରୀ ଜ୍ୟୋତିର୍ମୟ କର ପଦକ୍ଷେପ ନେଇଥିବା ଜଣାପଡ଼ିଛି । ତେବେ ଅଞ୍ଚଳରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ଯେହେତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ରେ ବିଜେଡି ର ଦବ୍ ଦବା ଦେଖିବାକୁ ମିଳିଛି ସେହିପରି ପୌର ନିର୍ବାଚନ ମଧ୍ୟ ବିଜେଡି ହାତେଇବା ପାଇଁ ଆଶାବାଦୀ ରହିଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ତେବେ ଗତ ନିର୍ବାଚନରେ ବିଜେଡିର ସ୍ଥିତି ଠିକ୍ ନଥିବା ବେଳେ ବର୍ତ୍ତମାନ ବିଜେଡିର ନବୀନ ହାୱାକେତେ ଦୂର ନିର୍ବାଚନ ବୈତରଣୀ ପ।ର କରାଇବାରେ ସହାୟକ ହେବ ସେ ନେଇ ସହରରେ ଆଲୋଚନା ଚାଲିଛି । ଏଲ କୋଟେଶ୍ଵର୍ ନାଇଡୁ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

Sunil Chandra Nayak

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନେହେନା ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ବେଣୁଧର ସୂତାର ଙ୍କ କବିତା ଟଙ୍କା

Sunil Chandra Nayak

Leave a Comment

error: Content is protected !!